ହେଡଲାଇନସ୍:

ରାଷ୍ଟ୍ରୀୟ ବୌଦ୍ଧିକ ଦିବ୍ୟାଙ୍ଗଜନ ସଶକ୍ତିକରଣ ପ୍ରତିଷ୍ଠାନ ପରିଦର୍ଶନ କଲେ ଓଡ଼ିଶାର ଗଣମାଧ୍ୟମ ପ୍ରତିନିଧି ଦଳ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ଭୁବନେଶ୍ୱର, ୨୬ ମାର୍ଚ୍ଚ : ଓଡ଼ିଶାର ଏକ ଗଣମାଧ୍ୟମ ପ୍ରତିନିଧି ଦଳ ସିକନ୍ଦରାବାଦ ସ୍ଥିତ ରାଷ୍ଟ୍ରୀୟ ବୌଦ୍ଧିକ ଦିବ୍ୟାଙ୍ଗଜନ ସଶକ୍ତିକରଣ ପ୍ରତିଷ୍ଠାନ ପରିଦର୍ଶନ କରିଛନ୍ତି। ବୌଦ୍ଧିକ ଦିବ୍ୟାଙ୍ଗଙ୍କ କଲ୍ୟାଣ ପାଇଁ ପ୍ରତିଷ୍ଠାନର ବିଭିନ୍ନ ପଦକ୍ଷେପ ଏବଂ ସେବା ସମ୍ପର୍କରେ ସେମାନେ ଜ୍ଞାନ ଆହରଣ କରିଛନ୍ତି।

ଏହି ଅବସରରେ ଦିବ୍ୟାଙ୍ଗଙ୍କ କଲ୍ୟାଣ ପାଇଁ ବିଭିନ୍ନ ଆଇନ ଓ ନୀତି ଏବଂ ନିରାକରଣ ଓ ଆଗୁଆ ହସ୍ତକ୍ଷେପ ଉପରେ କେନ୍ଦ୍ରିତ ବିଭିନ୍ନ କାର୍ଯ୍ୟକ୍ରମ ଆଦି ବିଷୟରେ ପ୍ରତିନିଧି ଦଳକୁ ସୂଚନା ପ୍ରଦାନ କରାଯାଇଥିଲା। ପ୍ରତିଷ୍ଠାନର ଅଧିକାରୀମାନେ ଜାତୀୟ ସ୍ତରରେ ଦକ୍ଷତା ବିକାଶ, ପୁନର୍ବାସ ଏବଂ ଗବେଷଣାରେ ଏହି ପ୍ରତିଷ୍ଠାନର ଭୂମିକା ସମ୍ପର୍କରେ ବ୍ୟାପକ ସୂଚନା ଦେଇଥିଲେ।
ଓଡ଼ିଶାର ସାମ୍ବାଦିକମାନଙ୍କୁ ଇ-ସାନିଧ୍ୟ ପ୍ଲାଟଫର୍ମ ବିଷୟରେ ମଧ୍ୟ ପରିଚିତ କରାଯାଇଥିଲା। ଏହି ଡିଜିଟାଲ୍ ପଦକ୍ଷେପର ଲକ୍ଷ୍ୟ ହେଉଛି ସହାୟକ ସେବାକୁ ବିସ୍ତାର କରିବା ଏବଂ ଭିନ୍ନକ୍ଷମ ବ୍ୟକ୍ତି ଓ ସେମାନଙ୍କ ପରିବାର ପାଇଁ ସୁଗମତାରେ ସୁଧାର ଆଣିବା। ପ୍ରଚାର ପ୍ରସାର ଏବଂ ସେବା ପ୍ରଦାନକୁ ଅଧିକ ବିସ୍ତାର କରିବା ପାଇଁ ପ୍ରଯୁକ୍ତିବିଦ୍ୟାକୁ କିପରି ବ୍ୟବହାର କରାଯାଉଛି ସେ ବିଷୟରେ ମୂଲ୍ୟବାନ ସୂଚନା ପ୍ରଦାନ କରାଯାଇଥିଲା।

ପ୍ରତିନିଧି ଦଳ ବିଭିନ୍ନ ବିଭାଗଗୁଡ଼ିକୁ ସ୍ୱତନ୍ତ୍ର ଭାବେ ପରିଦର୍ଶନ କରିଥିଲେ। ସେଠାରେ ବୌଦ୍ଧିକ ଦିବ୍ୟାଙ୍ଗଙ୍କ ସଶକ୍ତିକରଣ ପାଇଁ ଚାଲିଥିବା କାର୍ଯ୍ୟକଳାପ, ଚିକିତ୍ସାଗତ ହସ୍ତକ୍ଷେପ ଏବଂ ତାଲିମ କାର୍ଯ୍ୟକ୍ରମଗୁଡ଼ିକୁ ପର୍ଯ୍ୟବେକ୍ଷଣ କରିଥିଲେ।
ପ୍ରତିନିଧିମଣ୍ଡଳୀକୁ ପ୍ରତିଷ୍ଠାନ ନିର୍ଦ୍ଦେଶକ ମେଜର (ଡକ୍ଟର) ବି.ଭି. ରାମ କୁମାର ସ୍ୱାଗତ କରିଥିଲେ। ସେ ବର୍ତ୍ତମାନର ପରିସ୍ଥିତି, ଗବେଷଣାରେ ସଦ୍ୟତମ ପ୍ରଗତି ଏବଂ ଦେଶବ୍ୟାପୀ ଏହାର ପ୍ରଭାବ ବିଷୟରେ ବିସ୍ତୃତ ସୂଚନା ଦେଇଥିଲେ।
ପ୍ରତିନିଧିମଣ୍ଡଳର ସଦସ୍ୟମାନେ କହିଥିଲେ, ଏହି ଗସ୍ତ ଅତ୍ୟନ୍ତ ପ୍ରେରଣାଦାୟକ ଏବଂ ଜ୍ଞାନବର୍ଦ୍ଧକ ଥିଲା। ବୌଦ୍ଧିକ ଦିବ୍ୟାଙ୍ଗମାନଙ୍କ ସଶକ୍ତିକରଣ, ଅନ୍ତର୍ଭୁକ୍ତିକରଣ ଏବଂ ସମ୍ମାନ ପାଇଁ କରାଯାଉଥିବା ସ୍ୱତନ୍ତ୍ର ପ୍ରୟାସକୁ ସେମାନେ ଉଚ୍ଚ ପ୍ରଶଂସା କରିଥିଲେ।

0
0
0
s2sdefault