ହେଡଲାଇନସ୍:

ଶିଶୁଙ୍କ ଓଜନ ଏବଂ ଉଚ୍ଚତା ନିରୀକ୍ଷଣ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପୁରୀ (ଅନିମେଶ ପଟ୍ଟନାୟକ): ଶିଶୁଙ୍କ ଓଜନ ଏବଂ ଉଚ୍ଚତା ନିରୀକ୍ଷଣ ତାଲିମ କାର୍ଯ୍ୟକ୍ରମ ଗୁରୁବାର ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । କୁପୋଷଣ ପରି ଏକ ସାମାଜିକ ବ୍ୟାଧିକୁ ଦୂର କରିବା ଆବଶ୍ୟକ । ଏଥିପାଇଁ ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଓ ୟୁନିସେଫର ସହଭାଗିତା ଗୁରୁତ୍ୱ ପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ବୋଲି କହିଛନ୍ତି ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି। ପୋଷଣ ଦ୍ବାରା ଶିଶୁର ମାନସିକ ଓ ଶାରୀରିକ ଅବସ୍ଥା ପ୍ରଭାବିତ ହେବା ସହ ପାରିବାରିକ ଓ ସାମାଜିକ ଅର୍ଥନୀତି ମଧ୍ୟ ଦୁର୍ବଳ ହୋଇ ଥାଏ। ତେଣୁ ତୃଣମୂଳ ସ୍ତରରେ ରହୁଥିବା ବିଭାଗୀୟ କର୍ମଚାରୀ ମାନେ ନିଷ୍ଠାପର ଭାବେ ମା ଓ ଶିଶୁ ମାନଙ୍କ ପୁ୍ଷ୍ଟି ସାଧନ ପାଇଁ ଯତ୍ନବାନ ହେବାକୁ ପରାମର୍ଶ ଦିଆଯାଇଛି ।

ଏହି ଅବସରରେ ଯୋଗ ଦେଇ , ପ୍ରତ୍ୟେକ ଶିଶୁ ଆଗାମୀ କାଲିର ଭବିଷ୍ୟତ। ସୁସ୍ଥ ଶିଶୁ ଓ ସୁସ୍ଥ ମାଆ ସମାଜ ପାଇଁସମାଜ ପାଇଁ ସମ୍ବଳ ହୋଇଥିବା ବେଳେ କୁପୋଷଣର ଶୀକାର ମାନେ ସମାଜ ପାଇଁ ବୋଝ ପାଲଟି ଯାଆନ୍ତି ବୋଲି କହିଛନ୍ତି ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ । ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଶର୍ମିଷ୍ଠା ହୋତା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଦକ୍ଷତା ବୃଦ୍ଧି ର ପରାମର୍ଶଦାତା ଦୀପାଳି ଦାସ, ୟୁନିସେଫର ସାମାଜିକ ଆଚରଣ ପରିବର୍ତ୍ତନ ଯୋଗାଯୋଗର ପ୍ରତିନିଧି ଶ୍ରେୟା ପଟ୍ଟନାୟକ, ପ୍ରଜ୍ଞା ଚୌଧୁରୀ ପ୍ରମୁଖ ଯୋଗ ଦେଇ କୁପୋଷଣର କାରଣ, ନିରାକରଣ, ଶିଶୁ ମାନଙ୍କର ଓଜନ ଓ ଉଚ୍ଚତା ମାପିବାର ଉପାଦେୟତା ସମ୍ପର୍କରେ ଆଲୋଚନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ପୋଷଣର ଜିଲ୍ଲା ସଂଯୋଜକ ସଶ୍ମିତା କର୍ମକାର, ମିଶନ ଶକ୍ତିର ଜିଲ୍ଲା ପ୍ରକଳ୍ପ ସଂଯୋଜକକ ଆରତୀ ସାହୁ, ଡିପିସି ପ୍ରଣତି ମହାନ୍ତି, ସିଡିପିଓ ଓ ସୁପରଭାଇଜର ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ଅତିଥି ମାନେ ଶିଶୁଙ୍କ ଓଜନ ଓ ଉଚ୍ଚତା ନିରୀକ୍ଷଣ ସମ୍ପର୍କିତ ସହାୟକ ପୁସ୍ତିକା କୁ ଉନ୍ମୋଚନ କରିଥିଲେ।

0
0
0
s2sdefault