ବେଲଗୁଣ୍ଠା, ୦୮/୦୪-(ଶିବରାମ ଚୌଧୁରୀ ), ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ କ୍ଷତ୍ରିୟବରପୁର ସ୍ଥିତ ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ଓଡ଼ିଆ ପକ୍ଷ- ୨୦୨୬ ପାଳିତ ହୋଇଯାଇଛି I ଅନୁଷ୍ଠାନ ଅଧ୍ୟକ୍ଷ ଡ ଗିରିଧର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭଞ୍ଜ ସାହିତ୍ୟର ସୂଗବେଷକ,ସୁସାହିତ୍ୟିକ ତଥା ସୁବକ୍ତା ଡ.ପ୍ରଦୀପ କୁମାର ପଟ୍ଟନାୟକ ଯୋଗ ଦେଇ ଓଡ଼ିଶାର ସଂସ୍କୃତି, ପରମ୍ପରା ଏବଂ ଉତ୍କଳ ପ୍ରଦେଶର ବରପୁତ୍ର ମାନଙ୍କ ସମ୍ପର୍କରେ ସାର ଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ I ଜାତୀୟ ସେବା ଯୋଜନା ଅଧିକାରୀ ସୀମାଞ୍ଚଳ ମହାନ୍ତିଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଓଡ଼ିଆ ବିଭାଗୀୟ ମୁଖ୍ୟ ଅଧ୍ୟାପକ ସଞ୍ଜତ କୁମାର ଦାଶ୍,ପ୍ରଶାସନିକ ଅଧିକାରୀ ଡ.ଇ.ରବିନାରାୟଣ ପାତ୍ର ଏବଂ ଯୁବ ରେଡକ୍ରସ୍ ଉପଦେଷ୍ଟା ଡ.ସଂଜୀବ କୁମାର୍ ଦାଶ୍ ପ୍ରମୁଖ ମଞ୍ଚାସୀନ ଥିଲେ I କାର୍ଯ୍ୟକ୍ରମ ପରିଚାଳନାରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ, ଜାତୀୟ ସେବା ଯୋଜନାର ସ୍ଵେଚ୍ଛାସେବୀ ଏବଂ ଛାତ୍ରଛାତ୍ରୀ ସହଯୋଗ କରିଥିଲେ I ଅଧ୍ୟାପକ ସୀମାଞ୍ଚଳ ମହାନ୍ତି ଧନ୍ୟବାଦ ଜ୍ଞାପନ କରିଥିଲେ I
ରାଜ୍ୟ
ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟରେ ଓଡ଼ିଆ ପକ୍ଷ- ୨୦୨୬ ପାଳିତ
- Hits: 9








