ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ କର୍ତ୍ତନପାଲ୍ଲୀ ପଞ୍ଚାୟତର ଦୁତିବାଡି ଗାଁରେ ଯାତାୟାତ ସମସ୍ୟା ଦିନକୁ ଦିନ ଗମ୍ଭୀର ରୂପ ଧାରଣ କରୁଛି। ବର୍ଷା ଋତୁ ଆସିଲେ ସ୍ଥିତି ଆଉ ଅଧିକ ଉତ୍କଟ ହୋଇପଡୁଛି। ମାତ୍ର ୪ କିମି ଦୂରତାର ରାସ୍ତାକୁ ଯିବା ପାଇଁ ଗ୍ରାମବାସୀମାନେ କିଆଙ୍ଗ ଓ ସାଲିମି ପଞ୍ଚାୟତ ଅତିକ୍ରମ କରି ପ୍ରାୟ ୧୨ କିମି ଦୂର ଯାତ୍ରା କରିବାକୁ ପଡୁଛି ।
ସ୍ଥାନୀୟ ଲୋକମାନଙ୍କ କହିବା ଅନୁଯାୟୀ, ଗ୍ରାମରେ ପ୍ରାୟ ୩୦୦ ମିଟର ରାସ୍ତା ଅତ୍ୟନ୍ତ ଦୁରବସ୍ଥାରେ ରହିଛି, ଯାହା ଯାତାୟାତରେ ବଡ଼ ବାଧା ସୃଷ୍ଟି କରୁଛି। ପୂର୍ବରୁ ପ୍ରଶାସନଙ୍କୁ ଏନେଇ ଅନେକଥର ଜିଲ୍ଲା ପରିଷଦ ସଭ୍ୟା ଲକ୍ଷ୍ମୀପ୍ରିୟା ନାୟକ ଙ୍କ ଦ୍ଵାରା ଅନୁରୋଧ କରାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ଠୋସ ପଦକ୍ଷେପ ଗ୍ରହଣ କରାଯାଇନାହିଁ ।ଏହାର ପରିଣାମସ୍ୱରୂପ, ଗ୍ରାମବାସୀମାନେ ପଞ୍ଚାୟତ କାର୍ଯ୍ୟାଳୟକୁ ପହଞ୍ଚିବାରେ ବହୁ ଅସୁବିଧା ଭୋଗୁଛନ୍ତି। ରାସନ, ଭତ୍ତା ଓ ଚିକିତ୍ସା ଭଳି ମୌଳିକ ସେବାରୁ ମଧ୍ୟ ସେମାନେ ବଞ୍ଚିତ ହେଉଛନ୍ତି, ଯାହା ସ୍ଥାନୀୟ ପ୍ରଶାସନ ପାଇଁ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି।ଏହି ପରିପେକ୍ଷିରେ, ଜିଲ୍ଲା ପରିଷଦ ସଭ୍ୟା ଲକ୍ଷ୍ମୀପ୍ରିୟା ନାୟକ ଆଜି ସ୍ଥଳ ପରିଦର୍ଶନ କରି ପରିସ୍ଥିତିର ସ୍ଥିତି ଅନୁଧ୍ୟାନ କରିଥିଲେ ଏବଂ ଶୀଘ୍ର ସମାଧାନ ପାଇଁ ପ୍ରଶାସନଙ୍କୁ ପୁନର୍ବାର ଅନୁରୋଧ କରିଥିବା ଜଣାପଡ଼ିଛି।“ମାତ୍ର ୩୦୦ ମିଟର ରାସ୍ତା ପାଇଁ ଲୋକମାନେ ଏତେ ଦୁଃଖ ଭୋଗୁଛନ୍ତି। ଏହା ଶୀଘ୍ର ସମାଧାନ ହେବା ଅତ୍ୟନ୍ତ ଆବଶ୍ୟକ ବୋଲି ଲକ୍ଷ୍ମୀପ୍ରିୟା ନାୟକ, ପ୍ରକାଶ କରିଛନ୍ତି ।।
ରାଜ୍ୟ
ପଞ୍ଚାୟତ କୁ ଯିବା ପାଇଁ ଅତିକ୍ରମ କରିବାକୁ ପଡୁଛି 12କିମି ଦୂର
- Hits: 6








