କେନ୍ଦୁଝର,ତା୮/୪- ଘଟଗାଁ ବ୍ଲକ ଅନ୍ତର୍ଗତ ନୁଶୁରିପସି ଗ୍ରାମର ବରିଷ୍ଠ କଂଗ୍ରେସ ନେତା ରବିନ୍ଦ୍ର କୁମାର ବେହେରା ( ୮୦)ଙ୍କ ଆଜି ତାଙ୍କ ବାସଭବନରେ ପରଲୋକ ହୋଇଯାଇଛି। ସେ କଂଗ୍ରେସ ଦଳରେ ରହିବା ସହିତ ସାନ୍ତରାପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ଥିଲେ। ବୟସର ଅପରାହ୍ନରେ ଥିଲେ ବି ସେ ସୁସ୍ଥ ଥିଲେ। ତେବେ ଆଜକୁ ଏକମାସ ହେବ ଦୁର୍ଘଟଣାରେ ତାଙ୍କର ଗୋଡ଼ ଭାଙ୍ଗି ଯାଇଥିଲା, ତେଣୁ ସେ ଅସୁସ୍ଥ ଥିଲେ। ସେ ଜଣେ ମିଷ୍ଟଭାଷୀ,ସ୍ନେହୀ, ପରୋପକାରୀ ମଣିଷ ଥିଲେ। ତାଙ୍କର ମୃତ୍ୟୁ କଂଗ୍ରେସ ଦଳ ପାଇଁ ବିରାଟ ବଡ଼ ଶୂନ୍ୟତା ସୃଷ୍ଟି କରିଛି। ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶୋକପ୍ରକାଶ କରିବା ସହିତ ତାଙ୍କର ଶେଷଦର୍ଶନ କରିଛନ୍ତି।ତାଙ୍କର ଏକମାତ୍ର ପୁତ୍ର ମାନସ ବେହେରା ମୁଖାଗ୍ନି ଦେଇଛନ୍ତି।
ରାଜ୍ୟ
ବରିଷ୍ଠ କଂଗ୍ରେସ ନେତାଙ୍କ ଦେହାନ୍ତ।
- Hits: 10








