ହେଡଲାଇନସ୍:

ଅଟେଇ ସଂରକ୍ଷିତ ଜଙ୍ଗଲରୁ ଉଦ୍ଧାର ନର କଙ୍କାଳର ପରିଚୟ ମିଳିଲା ନାହିଁ, ପୋଲିସ କଲା ଶବସତ୍କାର।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


କେନ୍ଦୁଝର,ତା୮/୪-ଘଟଗାଁ ବନାଞ୍ଚଳ ଅନ୍ତର୍ଗତ ଅଟେଇ ସଂରକ୍ଷିତ ଜଙ୍ଗଲରୁ ତିନିଦିନ ତଳେ ଜଣେ ମୃତ ବ୍ୟକ୍ତିର ନର କଙ୍କାଳକୁ ଘଟଗାଁ ପୋଲିସ ଉଦ୍ଧାର କରିଥିଲା। ଉକ୍ତ କଙ୍କାଳକୁ କେନ୍ଦୁଝର ଶବଦାହ ଗୃହରେ ରଖାଯାଇଥିଲା। ଏ ସଂକ୍ରାନ୍ତରେ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ତେବେ ଆଜକୁ ତିନିଦିନ ଅତିକ୍ରମ କରିଥିଲେ ମଧ୍ୟ ନରକଙ୍କାଳ କାହାର କୌଣସି ପରିଚୟ ମିଳି ପାରିନାହିଁ। ଶେଷରେ ପୋଲିସ ଆଜି ୯୬ ଘଣ୍ଟା ପରେ ଉକ୍ତ ଅଜଣା ବ୍ଯକ୍ତିର ଶବ ସତ୍କାର କରିଛି। ତେବେ ଏ ସମ୍ପର୍କରେ ଦାୟୀତ୍ଵରେ ଥିବା ଘଟଗାଁ ଥାନା ଏଏସଆଇ ଅନୁପ ଲୁଗୁନଙ୍କୁ ପଚାରିବାରୁ ସେ କହିଲେ ପୋଷ୍ଟମର୍ଟମ ପରେ ଶବର ଡିଏନଏ ପରୀକ୍ଷା କରାଯିବ। କେଶ୍ ନମ୍ବର ୧୯/୨୦୨୬ ଯୋଗେ ତାର ଶେଷକୃତ୍ୟ କରାଯାଇଛି।

0
0
0
s2sdefault