ଡ୍ରାଇଭିଂ ଲାଇସେନ୍ସ ରେ ହେରାଫେରି ଯୁଗର ଅବସାନ ।
ସୁବର୍ଣ୍ଣପୁର, ତା ୧୧/୦୭/୨୪(ଆର୍ତ୍ତତ୍ରାଣ ମହାପାତ୍ର):ସୁବର୍ଣ୍ଣପୁର ଜିଲ୍ଲାର ସାହାଜପିଟା ଠାରେ ଅବସ୍ଥିତ ସ୍ୱୟଂ ଚାଳିତ ଡ୍ରାଇଭିଂ ଟେଷ୍ଟିଙ୍ଗ ସରଣୀ ତା ୧୦/୦୭/୨୪ ଠାରୁ କାର୍ଯ୍ୟକାରୀ କରାଯାଇଥିବା ବିଭାଗ ତରଫରୁ ସୂଚନା ପ୍ରଦାନ କରାଯାଇଛି । ନୂତନ ଡ୍ରାଇଭିଂ ଲାଇସେନ୍ସ ପାଇବାକୁ ଆବେଦନକାରୀ ମାନେ ଏଇ ସ୍ୱୟଂ ଚାଳିତ ବୈଦ୍ୟୁତିକ ସରଣୀ ରେ ଗାଡି ଚଳେଇ ଟେଷ୍ଟିଙ୍ଗ ଦେଇଥିଲେ ,
ଏଠାରେ ଅତ୍ୟାଧୁନିକ ସ୍ୱୟଂ ଚାଳିତ ସରଣୀ କାର୍ଯ୍ୟକାରୀ ହେବା ଫଳରେ ଡ୍ରାଇଭିଂ ଟେଷ୍ଟିଙ୍ଗରେ ଆଉ ମନୁଷ୍ୟ କୃତ କୌଣସି ପ୍ରକାର ହସ୍ତକ୍ଷେପ ରହିବ ନାହିଁ । ଏଇ ବୈଦ୍ୟୁତିକ ସରଣୀ ରେ ଗାଡି ଚାଳନା ର ପରୀକ୍ଷା ଦେଇଥିବା ଆବେଦନକାରୀ ମାନଙ୍କ ଦ୍ୱାରା ଠିକ ବା ଭୁଲ ଗାଡି ଚାଳନାର ଟିକିନିକି ତଥ୍ୟ କମ୍ପୁଟର ରେ ରିପୋର୍ଟ ପ୍ରକାଶିତ ହେବ। ଏଇ ରିପୋର୍ଟ ଆଧାରରେ ଆବେଦନକାରୀ ମାନଙ୍କୁ ପାସ ଓ ଫେଲ ସାର୍ଟିଫିକେଟ ପ୍ରଦାନ କରାଯିବା ସହ ଗାଡି ଚାଳନା ପାଇଁ ଆବଶ୍ୟକ ଲାଇସେନ୍ସ ପ୍ରଦାନ କାରାଯିବ ବୋଲି ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ଅକ୍ଷୟ କୁମାର ଜେନା ସୂଚନା ଦେଇଛନ୍ତି । ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ସୁବର୍ଣ୍ଣପୁର ରେ ଆରମ୍ଭ ହୋଇଥିବା ଏଇ ଅତ୍ୟାଧୁନିକ ବ୍ୟବସ୍ଥା ରାଜ୍ୟର ୯ତମ ହୋଇଥିବାବେଳେ ଏଇ ବ୍ୟବସ୍ଥାକୁ ଅଟୋମେଟେଡ଼ ଡ୍ରାଇଭିଂ ଟେଷ୍ଟିଙ୍ଗ ସିଷ୍ଟମ ବା (ଏ ଡି ଟି ଏସ ) କୁହାଯାଉଛି । ଏହା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏ.ଆଇ) ମାଧ୍ୟମରେ ସ୍ୱୟଂ ଚାଳିତ ହେବା ସହିତ ସିଷ୍ଟମ ରେ ତଥ୍ୟ ସଂଗ୍ରହ ପାଇଁ ୧୯ ଟି ସ୍ୱୟଂ ଚାଳିତ କ୍ୟାମେରା ସଂଯୁକ୍ତ ହୋଇଛି । ଏହି କ୍ୟାମେରା ଦ୍ୱାରା ଆବେଦନକାରୀ ମାନଙ୍କ ଡ୍ରାଇଭିଂ ଟେଷ୍ଟିଙ୍ଗ ସମ୍ପର୍କିତ ସମସ୍ତ ଫୋଟୋ ଚିତ୍ର ଓ ତଥ୍ୟ ଉତ୍ତୋଳିତ ହୋଇ ସିଧାସଳଖ କମ୍ପ୍ୟୁଟର ଡାଟାବେସ କୁ ଚାଲିଯିବା ଏବଂ ସେହି ରିପୋର୍ଟ ଆଧାରରେ ପରିବହନ ଅଧିକାରୀ ଆବେଦନକାରୀ ଙ୍କୁ ଡ୍ରାଇଭିଂ ଲାଇସେନ୍ସ ପ୍ରଦାନ କରିବେ ବୋଲି ଜଣାପଡିଛି।
ଏହି ବ୍ୟବସ୍ଥାର କାର୍ଯ୍ୟକାରୀତା ନିମନ୍ତେ ପୁଣେ ଓ ହାଇଦ୍ରାବାଦ ରୁ ଏକ ସ୍ୱତନ୍ତ୍ର ବୈଷୟିକ ଟିମ ଜିଲ୍ଲାକୁ ଆସି କାର୍ଯ୍ୟ ର ତଦାରଖ କରୁଥିଲେ । ଆଜିର ଏହି ପରୀକ୍ଷାମୂଳକ ତଥା ଏହାର ଲୋକାର୍ପଣ କାର୍ଯ୍ୟକ୍ରମ ରେ ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ଜେନା ଏବଂ ଏମଭିଆଇ ଶ୍ରୀ ବିଶ୍ୱରଂଜନ ସାହୁ ଉପସ୍ଥିତ ରହି ସ୍ବୟଂ ଚାଳିତ ଟେଷ୍ଟିଙ୍ଗର ଆରମ୍ଭ କରିଥିଲେ ।