ହେଡଲାଇନସ୍:

ବିଦେଶରେ ସୁବାହକଙ୍କ ନିଯୁକ୍ତି କାର୍ଯ୍ୟକ୍ରମ, ରାଜ୍ୟର ୩୦ ଜଣ ଯାନଚାଳକଙ୍କୁ ଜାପାନରେ ନିଯୁକ୍ତି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନିଯୁକ୍ତି ପ୍ରତିଶ୍ରୁତି ପାଳନ କରିବାରେ ବାଣିଜ୍ୟ ଓ ପରିବହନ ବିଭାଗ ପ୍ରଥମ:ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନା

ଭୁବନେଶ୍ୱର,: ବିଦେଶରେ ରୋଜଗାରର ସୁଯୋଗ ପାଇବାରେ ଓଡିଶାର କୁଶଳୀ ଯାନଚାଳକମାନେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତିା ଜଣେ ମହିଳାଙ୍କୁ ସମେତ ଓଡିଶାର ୩୦ ଜଣ ଯାନଚାଳକ ଖୁବ୍ ଶୀଘ୍ର ଜାପାନରେ ଅଧିକ ବେତନ ଓ ସୁବିଧା ଥିବା ନିଯୁକ୍ତି ପାଇବାକୁ ଯାଉଛନ୍ତିା ଆଜି ଖାରବେଳ ଭବନରେ ଆୟୋଜିତ ବିଦେଶରେ ସୁବାହକଙ୍କ ନିଯୁକ୍ତି କାର୍ଯ୍ୟକ୍ରମରେ ବାଣିଜ୍ୟ ଏବଂ ପରିବହନ, ଇସ୍ପାତ ଏବଂ ଖଣି ବିଭାଗ ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନା ଏହି ସଫଳ ଯାନଚାଳକମାନଙ୍କୁ ସମ୍ମାନିତ କରିବା ସହ ଶୁଭେଚ୍ଛା ଜଣାଇଛନ୍ତିା
ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି ଯେ ଉତ୍ତମ ବ୍ୟବହାର, ଜିରୋ କାଜୁଆଲିଟି ଓ ନିରାପତ୍ତା ଯାନଚାଳକମାନଙ୍କର ଆଦର୍ଶ ହେବା ଉଚିତା ସେମାନେ ସଡ଼କ ସୁରକ୍ଷା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବୋ ବିଜେପିର ସଙ୍କଳ୍ପ ପତ୍ରରେ ଉଲ୍ଲିଖିତ ନିଯୁକ୍ତି ପ୍ରତିଶ୍ରୁତି ପାଳନ କରିବାରେ ବାଣିଜ୍ୟ ଓ ପରିବହନ ବିଭାଗ ପ୍ରଥମ କରି ସଫଳତା ହାସଲ କରିଥିବାରୁ ସେ ବିଭାଗ ଓ ରାଜ୍ୟ ପରିବହନ ପ୍ରାଧିକରଣଙ୍କୁ ସାଧୁବାଦ ଜଣାଇଥିଲୋ ଜାପାନ ଯିବା ପୂର୍ବରୁ ଏହି ଯାନଚାଳକମାନେ ବେଙ୍ଗାଲୁରୁରେ ଜାପାନୀ ଭାଷା, ସଂସ୍କୃତି ଏବଂ ନିୟମାବଳୀ ଉପରେ ତାଲିମ ନେବୋ ସେମାନଙ୍କ ପାଇଁ ପାସପୋର୍ଟ ଏବଂ ଭିସାର ମଧ୍ୟ ବ୍ୟବସ୍ଥା କରାଯିବା ଏହି ପ୍ରକ୍ରିୟା ପାଇଁ ଯାନଚାଳକ ପିଛା ୨.୩ ଲକ୍ଷ ଟଙ୍କା ବ୍ୟୟ କରାଯାଉଛିା ମନ୍ତ୍ରୀ ଶ୍ରୀ ଜେନା ନୂତନ ଯାନଚାଳକମାନଙ୍କୁ ବିଦେଶରେ ଓଡ଼ିଶାର ପରିଚୟ ଓ ଗୌରବକୁ ଅକ୍ଷୁଣ୍ଣ ରଖିବାକୁ ପରାମର୍ଶ ଦେଇଥିଲୋ
ରାଜ୍ୟ ତଥା ଦେଶର ବିଭିନ୍ନ ପ୍ରତିଷ୍ଠିତ କମ୍ପାନୀମାନଙ୍କରେ ଯାନଚାଳକ ପାଇଁ ନିଯୁକ୍ତି ବ୍ୟବସ୍ଥା କରାଯାଇଛିା ଯାନଚାଳକମାନଙ୍କ ପାଇଁ ଏଭଳି ଅଭିନବ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ ଓଡିଶା ଦେଶର ପ୍ରଥମ ରାଜ୍ୟା ପ୍ରଥମ ପର୍ଯ୍ୟାୟରେ ଜାପାନରେ କାମ କରିବାର ସୁଯୋଗ ପାଇବା ପାଇଁ ଓଡିଶାର ୩୦ ଜଣ ଯାନଚାଳକଙ୍କୁ ଚୟନ କରାଯାଇଛିା ଜାପାନର ପ୍ରତିନିଧି ତଥା ନାଭିସ୍ଏଚ୍ଆର୍ ଦ୍ୱାରା ଆୟୋଜିତ ଏକ ଚୟନ ପ୍ରକ୍ରିୟାରେ ରାଜ୍ୟ ସରକାରଙ୍କ ଭାରୀଯାନ ତାଲିମ କେନ୍ଦ୍ରରୁ ୧୮୦ ଜଣ ଯାନଚାଳକ ଭାଗ ନେଇଥିଲୋ
ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ରାଜ୍ୟର ଚାରୋଟି ସ୍ଥାନରେ ଭାରୀଯାନ ତାଲିମ କେନ୍ଦ୍ର କାର୍ଯ୍ୟ କରୁଛିା ସରକାରୀ-ଘରୋଇ ଭାଗୀଦାରି ମାଧ୍ୟମରେ ପରିଚାଳିତ ଏହି କେନ୍ଦ୍ରଗୁଡିକ ପ୍ରଶିକ୍ଷାର୍ଥୀମାନଙ୍କ ପାଇଁ ମାଗଣା ତାଲିମ, ରହିବା, ଭୋଜନ ସହ ଡ୍ରାଇଭିଂ ଲାଇସେନ୍ସ ପ୍ରସ୍ତୁତିରେ ସହାୟତା ଯୋଗାଇଥାଆନ୍ତିା ଏହା ବ୍ୟତୀତ ସଫଳ ପ୍ରଶିକ୍ଷାର୍ଥୀମାନେ ୩୦ ଦିନର ତାଲିମ ସମାପ୍ତ କରିବା ପରେ ୩୦୦୦ ଟଙ୍କାର ଷ୍ଟାଇପେଣ୍ଡ ପାଇଥାଆନ୍ତିା ଏହି କେନ୍ଦ୍ରଗୁଡ଼ିକରେ ଆଧୁନିକ ତାଲିମ ସୁବିଧା, ପ୍ରଶିକ୍ଷକ, ଡ୍ରାଇଭିଂ ଟ୍ରାକ୍, ଏସି ଶ୍ରେଣୀଗୃହ ଏବଂ ହଷ୍ଟେଲ ସୁବିଧା
ରହିଛିା ପ୍ରଶିକ୍ଷାର୍ଥୀମାନଙ୍କୁ ଶାରୀରିକ ଏବଂ ମାନସିକ ସ୍ତରରେ ସୁସ୍ଥ ରଖିବା ପାଇଁ ନିୟମିତ ଯୋଗ, ବ୍ୟାୟାମ ସହ ଲାଇବ୍ରେରୀ ସୁବିଧା ମଧ୍ୟ ଯୋଗାଇ ଦିଆଯାଉଛିା ଏଠାରେ ମଧ୍ୟ ପୂର୍ବରୁ ଲାଇସେନ୍ସପ୍ରାପ୍ତ ଯାନଚାଳକମାନଙ୍କୁ ମଧ୍ୟ ସେମାନଙ୍କର ଦକ୍ଷତା ବୃଦ୍ଧି ପାଇଁ ତିନି ଦିନିଆ ରିଫ୍ରେସର ପାଠ୍ୟକ୍ରମ ପ୍ରଦାନ କରାଯାଉଛିା
ଏପର୍ଯ୍ୟନ୍ତ ୪୪୮୮ ଯାନଚାଳକ ଭାରୀଯାନ ତାଲିମ ଗ୍ରହଣ କରିଥିବାବେଳେ ୨୧,୯୬୪ ଯାନଚାଳକ ରିଫ୍ରେସର ତାଲିମ ନେଇଛନ୍ତିା ସଫଳ ପ୍ରଶିକ୍ଷାର୍ଥୀମାନଙ୍କୁ ପର୍ଯ୍ୟାୟ କ୍ରମେ ନିଯୁକ୍ତି ସୁଯୋଗ ଯୋଗାଇ ଦିଆଯାଉଛିା ଆଜି ପର୍ଯ୍ୟନ୍ତ ୧୨୫୪ ଡ୍ରାଇଭରକୁ ବିଭିନ୍ନ କମ୍ପାନୀରେ ନିଯୁକ୍ତି ମିଳିସାରିଛିା ଏହି କ୍ଷେତ୍ରରେ ମହିଳାମାନେ ମଧ୍ୟ ନିଜର ଦକ୍ଷତା ପ୍ରଦର୍ଶନ କରିଛନ୍ତିା
ଏହି କାର୍ଯ୍ୟକ୍ରମରେ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ ଏବଂ ପରିବହନ କମିଶନର ଶ୍ରୀ ଅମିତାଭ ଠାକୁରଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲୋ ଯାନଚାଳକମାନେ ମତବିନିମୟ କ୍ରମେ ନିଯୁକ୍ତି ନିମନ୍ତେ ନିଜ ନିଜର ଖୁସି ବ୍ୟକ୍ତ କରିବା ସହିତ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତିା

 

0
0
0
s2sdefault