ହେଡଲାଇନସ୍:

ଆଇନସେବା ପ୍ରାଧିକରଣ ପକ୍ଷରୁ ଜାତୀୟ ଆଇନସେବା ଦିବସ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାଲେଶ୍ୱର/ଉଜ୍ଜ୍ୱଳ କର : ଜିଲ୍ଲା ଆଇନସେବା ପ୍ରାଧିକରଣ ଆନୂକୁଲ୍ୟରେ ଜାତୀୟ ଆଇନସେବା ଦିବସ ପାଳିତ ହୋଇ ଯାଇଅଛି । ଏହି ଅବସରରେ ଜିଲ୍ଲା ସ୍କୁଲ ବାଲେଶ୍ୱରର ଷ୍ଟୁଡେଣ୍ଟ୍ ଲିଗାଲ ଲିଟେରେସୀ କ୍ଲବ୍ର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ସାଧାରଣରେ ଆଇନସଚେତା ସୃଷ୍ଟି କରିବା ପାଇଁ ଏକ ପ୍ରଭାତ ପରିକ୍ରମା କରା ଯାଇଥିଲା । ଜିଲ୍ଲା ଆଇନସେବା ପ୍ରାଧିକରଣର ସଚିବ ରୀନା ଚୈାଧୁରୀ ଏହି ଶୋଭାଯାତ୍ରାକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଅପରାହ୍ନରେ ଜିଲ୍ଲା ଆଇନସେବା ପ୍ରାଧିକରଣ ସମ୍ମିଳନୀ କକ୍ଷରେ ଆୟୋଜିତ ସଚେତନତା ସଭାରେ ଜିଲ୍ଲା ଆଇନସେବା ପ୍ରାଧିକରଣ ଅଧ୍ୟକ୍ଷ ତଥା ଜିଲ୍ଲା ଓ ଦୌରା ଜଜ୍ ରାମଶଙ୍କର ହୋତା ସଭାପତିତ୍ୱ କରିବା ସହିତ କାର୍ଯ୍ୟକ୍ରମର ଅଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ବି. ଯୁଗୋଳ କିଶୋର,  ଜିଲ୍ଲା ଆଇନସେବା ପ୍ରାଧିକରଣ ପ୍ୟାନେଲ ଲୟର ସତ୍ୟେନ୍ଦ୍ର ଉମାଶଙ୍କର ରାଉତ୍, ପ୍ରତାପ କୁମାର ମହାନ୍ତି, ପାରାଲିଗାଲ ସ୍ୱେଛାସେବୀ ଏବଂ ଆଇନଜୀବୀଙ୍କ ସମେତ ବଲେଶ୍ୱର ଜିଲ୍ଲା ଜଜ୍ କୋର୍ଟର ସମସ୍ତ ବିଚାର ବିଭାଗୀୟ ଅଧିକାରୀ ଏଥରେ  ଯୋଗଦେଇ ଥିଲେ । ସମାଜର ସବୁ  ବର୍ଗର ଲୋକମାନଙ୍କ ପାଖରେ ମାଗଣା ଆଇନସେବା କିପରି ଉପଲବ୍ଧ ହୋଇ ପାରିଲେ ଜାତୀୟ ଆଇନସେବା ଦିବସ ପାଳନର ଉଦେଶ୍ୟ ଯଥାର୍ଥ ହେବ ବୋଲି ପ୍ରଧିକରଣର ଅଧ୍ୟକ୍ଷ ଶ୍ରୀ ହୋତା କହିଥଲେ । ଜିିଲ୍ଲା ସ୍ଥାୟୀ ଲୋକଅଦାଲତର ଅଧ୍ୟକ୍ଷ ଅଜୟ କୁମାର ମହାନ୍ତି ଜିଲ୍ଲା ଆଇନସେବା ପ୍ରାଧିକରଣର ମୁଖ୍ୟ ଲକ୍ଷ୍ୟ ଓ ଉପାଦେୟତା ସମ୍ପର୍କରେ ଗୁରୁତ୍ୱ ଆରୋପ କରିଥିଲେ । ଜିଲ୍ଲା ଆଇନସେବା ପ୍ରାଧିକରଣର ସଚିବ ରୀନା ଚୈାଧୁରୀ ଏହି ସଭାକୁ ପରିଚାଳନା  କରିଥିଲେ । ପରିଶେଷରେ ପୀଡ଼ିତା କ୍ଷତିପୂରଣ ସ୍କିମ୍-୨୦୧୭ ଅନୁଯାୟୀ ଦୁଇଜଣ ପିଡୀତାଙ୍କୁ ୨୫ହଜାର ଲେଖାଏଁ ଟଙ୍କାର କ୍ଷତିପୂରଣ ରାଶି ପ୍ରଦାନ କରାଯାଇଥିଲା ।

0
0
0
s2sdefault