ହେଡଲାଇନସ୍:

ରଜ ମହୋତ୍ସବରେ ଦୁଲୁକୁଛି ବୁଢୀମା ତୋଟା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପୁରୀ (ଅନିମେଶ ପଟ୍ଟନାୟକ): ପୁରୀ ମାର୍କଣ୍ଡେଶ୍ଵର ସାହି ସ୍ଥିତ ପାଣ୍ଡଜାଗା ପକ୍ଷରୁ ୧୦ତମ ରଜ ମହୋତ୍ସବ ବୁଢୀମା ତୋଟାରେ ପହିଲି ରଜରେ କମ୍ପୁଛି । ମୁଖ୍ଯ ଅତିଥି ଭାବେ ପୁରୀ ବିଧାୟକ ସୁନିଲ କୁମାର ମହାନ୍ତି ଆନୁଷ୍ଠାନିକ ପୂର୍ବକ ଶ୍ରୀଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ପ୍ରଦୀପ ପ୍ରଜ୍ବଳନ କରି ରଜ ମହୋତ୍ସବକୁ ଶୁଭାରମ୍ଭ କରିଥିଲେ । ରଜ ମହୋତ୍ସବର ସାଂଗଠନିକ କର୍ମକର୍ତ୍ତା ମାନଙ୍କୁ ଭୂୟଂସୀ ପ୍ରଶଂସା କରିଥିଲେ। ଓଡିଶାର ପାରମ୍ପରିକ କଳା ,ଐତିହ୍ୟ ଓ ସଂସ୍କୃତିର ରଜ ଉତ୍ସବ ଆସ୍ତେ ଆସ୍ତେ ଲିଭିଯାଇଥିବା ବେଳେ ପାଣ୍ଡ ଜାଗାର ସଦସ୍ଯ ମାନେ ଏହି ରଜ ପର୍ବକୁ ଉଜ୍ଜୀବିତ କରି ଲୋକଲୋଚନରେ ଆଣିଥିବା ଯୋଗୁ ଏହି ରଜ ମହୋତ୍ସବରେ ବହୁ ପ୍ରତିଭାବାନ କଳାକାର ସହ କୁନିଝିଅ ଓ ଯୁବତୀମାନେ ଆଗକୁ ଯାଇପାରିବେ ବୋଲି ବିଧାୟକକହିଥିଲେ । ସମ୍ମାନିତ ଅତିଥ ଭାବେ ବିଦ୍ବତ ପରିଷଦ ଅଧ୍ୟକ୍ଷ ମନୋଜ ରଥ ,ଆଇନଜୀବୀ ଶ୍ରୀପ୍ରକାଶ ମିଶ୍ର ,ଅନୁଷ୍ଠାନର ସଭାପତି ଭକ୍ତଚରଣ ଦାସ, ସମ୍ପାଦକ ବିଜୟ କୁମାର ସ୍ବାଇଁ, ବାପିନ ଶତପଥୀ ପ୍ରମୁଖ ମଞ୍ଚାସିନ ଥିଲେ । ଶିଳ୍ପୀ ଏଣ୍ଟରଟେନମେଣ୍ଟ ଓ ନୃସିଂହ ଡାନ୍ସ ଏକାଡେମୀ ପକ୍ଷରୁ ନାଚଗୀତ ତାଳେ ତାଳେ ଝୁମିଥିଲେ ଦର୍ଶକ । ପ୍ରତିଯୋଗିତାରେ ଭାଗ ନେଇଥିବା ଝିଅ ମାନଙ୍କ ନାଚଗୀତ ବେଶ ମନମୁଗ୍ଧକର ହୋଇଥିଲା । ସମୀର ସାମନ୍ତରାୟ,ସୁବୋଧ ସୁବୁଦ୍ଧି,ହିମାଳୟ ପାତ୍ର, ସବ୍ୟସାଚୀ ସାହୁ, ନାଗେଶ ରାଉତରାୟ ଓ ଜୁଏଲ ଦାସ ପ୍ରମୁଖ ପରିଚାଳନା କରୁଥିବା ବେଳେ ମଞ୍ଚ ପରିଚାଳନା କରିଥିଲେ ଭବେଶ ସ୍ୱାଇଁ । ପାଣ୍ଡ ଜାଗାର ସମସ୍ତ ସଦସ୍ଯ ମାନେ ସହଯୋଗ କରିଥିଲେ । ଦର୍ଶକଙ୍କ କରତାଳି ସହ ନାଚଗୀତରେ ଦୁଲୁକୁଛି ବୁଢୀମା ତୋଟା । ମନୋଭରି ମଜା ନେଉଛନ୍ତି ଝିଅ ବୋହୂଙ୍କ ସମେତ ଛୋଟ ଛୋଟ ପିଲାମାନେ । ଦୋଳି ଖେଳିବା, ମିଠାପାନ ଖାଇବା ସୁସ୍ବାଦ୍ଯ ଖାଦ୍ଯ ସହ ସରବତ ଓ ନୌକାର ମଜା ଉଠାଉଛନ୍ତି ।

0
0
0
s2sdefault