ରାଜଭବନରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର- ରାଜ ଭବନଠାରେ ଆଜି ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ରାଜ୍ୟପାଳ ଶ୍ରୀ ରଘୁବର ଦାସଙ୍କ ନିର୍ଦ୍ଦେଶକ୍ରମେ ଏହି ଅବସରରେ ଅଭିଷେକ ହଲ୍ ଠାରେ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଥିଲା । ରାଜ୍ୟପାଳଙ୍କ ବ୍ୟକ୍ତିଗତ ଶାସନ ସଚିବ ହିମାଂଶୁ ନାରାୟଣ ପଟ୍ଟନାୟକ, ରାଜ୍ୟପାଳଙ୍କ ଲେଖା ନିୟନ୍ତ୍ରକ ଗୌତମ ଚୌଧୁରୀଙ୍କ ସମେତ ରାଜ ଭବନର ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀ ସମୂହ ଉକ୍ତ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ ।

ଯୋଗଗୁରୁ ଅଜିତ୍ କୁମାର ରଣା ଏବଂ ନିଲୀମା ପାଲ୍ ଯୋଗ ଶିବିର ପରିଚାଳନା କରିଥିଲେ । ଚାପଗ୍ରସ୍ତ ସମାଜରେ ଶରୀର, ମନ ଓ ଆତ୍ମାର ସମନ୍ୱୟ ପାଇଁ ଯୋଗ ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ । ସୁସ୍ଥ ଶରୀର ଓ ସୁସ୍ଥ ସମାଜ ଗଠନରେ ଯୋଗ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଚଳିତ ବର୍ଷ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନର ଶୀର୍ଷକ “ନିଜ ପାଇଁ ଯୋଗ ଓ ସମାଜ ପାଇଁ ଯୋଗ” ହୋଇଥିବାରୁ ଏହାକୁ ଅଧିକ ସୁଦୂରପ୍ରସାରୀ କରିବା ଉପରେ କାର୍ଯ୍ୟକ୍ରମ ମାଧ୍ୟମରେ ଗୁରୁତ୍ୱ ଆରୋପ କରାଯାଇଥିଲା ।

0
0
0
s2sdefault