ଓଡ଼ିଶା ଆଦର୍ଶ ବିଦ୍ୟାଳୟଗୁଡ଼ିକରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର: ରାଜ୍ୟର ସମସ୍ତ ଓଡ଼ିଶା ଆଦର୍ଶ ବିଦ୍ୟାଳୟଗୁଡ଼ିକରେ ଦଶମ ଅନ୍ତର୍ଜାତୀୟ ଯୋଗଦିବସ ଉତ୍ସବ ପାଳିତ ହୋଇଯାଇଛି । ଭାରତ ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ସାଧାରଣ ଯୋଗ ପ୍ରୋଟକଲ ଅନୁଯାୟୀ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଏବଂ କର୍ମଚାରୀମାନଙ୍କ ମଧ୍ୟରେ ଆଜି ସକାଳ ଘ.୭ରୁ ଘ.୭.୪୫ ମିନିଟ୍ ପର୍ଯ୍ୟନ୍ତ ଯୋଗନ୍ୟାସ, କି୍ରୟା, ପ୍ରାଣାୟମ, ଧ୍ୟାନ ଓ ସଂକଳ୍ପ ଆଦି କାର୍ଯ୍ୟକ୍ରମ ପ୍ରଦର୍ଶନ କରାଯାଇଥିଲା । ଏହି ଯୋଗ ପ୍ରଦର୍ଶନ ପରେ ଯୋଗ ବିଶେଷଜ୍ଞମାନେ ସ୍ୱାସ୍ଥ୍ୟ ସମ୍ପର୍କରେ ଯୋଗ ଓ ବ୍ୟାୟାମର ଉପକାରିତା ବାବଦରେ ଆଲୋଚନା କରିଥିଲେ । ଏହି ଅବସରରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷମାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବକ୍ତୃତା, ପ୍ରବନ୍ଧ, ଚିତ୍ରାଙ୍କନ ଓ କୁଇଜ୍ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।

0
0
0
s2sdefault