ହେଡଲାଇନସ୍:

ମାନସିକ, ଶାରୀରିକ ସୁସ୍ଥତା ପାଇଁ ଯୋଗ ଗୁରୁତ୍ୱପୂର୍ଣ୍ଣ: ମନମୋହନ ସାମଲ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଦଶମ ଆନ୍ତର୍ଜାତିକ ଯୋଗ ଦିବସ ପାଳନ

  •  ଚଳିତ ବର୍ଷ ଯୋଗ ଦିବସ ଶୀର୍ଷକ “ନିଜ ପାଇଁ ଓ ସମାଜ ଲାଗି ଯୋଗ”

  •  ଭାରତର ଏହି ପ୍ରାଚୀନ କଳାକୁ ସାରା ବିଶ୍ୱ ଆପଣାଇଛି

  •  ନିରୋଗ ରହିବା ପାଇଁ ଯୋଗ ଜରୁରୀ

ଭୁବନେଶ୍ୱର,ତା.୨୧/୦୬: ଆଜି ଦଶମ ଆନ୍ତର୍ଜାତିକ ଯୋଗ ଦିବସ । ମାନସିକ, ଶାରୀରିକ ସୁ୍‌ସ୍ଥତା ପାଇଁ ଯୋଗ ଗୁରୁତ୍ୱପୂର୍ଣ୍ଣ । ପିଲାଙ୍କଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସଭିଏଁ ଯୋଗ କରିବା ଜରୁରୀ ବୋଲି ଭୁବନେଶ୍ୱରସ୍ଥିତ ଲୋୟର ପିଏମ୍‌ଜିଠାରେ ଯୁବମୋର୍ଚ୍ଚା ପକ୍ଷରୁ ଆୟୋଜିତ ଯୋଗ ଶିବିରରେ ଉପସ୍ଥିତ ରହି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି । ଏଥିସହ ଯୋଗ ଦିବସରେ ସମସ୍ତ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ଶ୍ରୀ ସାମଲ କହିଛନ୍ତି, ଭାରତ ହିଁ ଯୋଗର ଜନ୍ମଭୂମି । ଯୋଗକୁ ଆହୁରି ବ୍ୟାପକ କରିବା ଉଦ୍ଦେଶ୍ୟରେ ଭାରତର ଯଶସ୍ୱୀ ପ୍ରଧାନମନ୍ତ୍ରୀ ୨୦୧୪ ଡିସେମ୍ବରରେ ଜାତିସଂଘର ସାଧାରଣ ପରିଷଦ ବୈଠକରେ ପ୍ରତିବର୍ଷ ଜୁନ୍ ୨୧ ତାରିଖକୁ ଆନ୍ତଜାର୍ତିକ ଯୋଗ ଦିବସ ଭାବେ ପାଳନ କରିବାକୁ ପ୍ରସ୍ତାବ ଦେଇଥିଲେ । ଏହି ପ୍ରସ୍ତାବକୁ ୧୭୭ ରାଷ୍ଟ୍ର ସମର୍ଥନ କରିଥିଲେ । ସେହିଦିନରୁ ଭାରତର ଏହି ପ୍ରାଚୀନ କଳାକୁ ସାରା ବିଶ୍ୱ ଆପଣାଇଛି । ଚଳିତ ବର୍ଷ ଯୋଗ ଦିବସ ଶୀର୍ଷକ “ନିଜ ପାଇଁ ଓ ସମାଜ ଲାଗି ଯୋଗ” ରଖାଯାଇଛି । ତେଣୁ ସମସ୍ତେ ନିୟମିତ ଯୋଗାଭ୍ୟାସ କରିବା ଜରୁରୀ ବୋଲି ଶ୍ରୀ ସାମଲ କହିଛନ୍ତି । ଏହି ଅବସରରେ ରାଜ୍ୟ ମୁଖପାତ୍ର ଦିଲ୍ଲୀପ ମଲ୍ଲିକ, ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଅଭିଳାଷ ପଣ୍ଡାଙ୍କ ସମେତ ଯୁବମୋର୍ଚ୍ଚାର ପଦାଧିକାରୀ ଓ କାର୍ଯ୍ୟକର୍ତାମାନେ ଉପସ୍ଥିତ ଥିଲେ ।
ସେହିପରି ଭୁବନେଶ୍ୱରସ୍ଥିତ ମୂଳା ପଡ଼ିଆଠାରେ ଅନୁଷ୍ଠିତ ଯୋଗ ଶିବିରରେ ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଉପସ୍ଥିତ ରହି ନିରୋଗ ରହିବା ପାଇଁ ଯୋଗ ଜରୁରୀ ବୋଲି କହିଛନ୍ତି । ଯୋଗାସନ କରିବା ଦ୍ୱାରା ବ୍ୟକ୍ତି କର୍ମଚଂଚଳ ହେବା ସହ ପ୍ରଫୁଲ୍ଲଚିତ ଅନୁଭବ କରେ । ନିୟମିତ ଯୋଗ କରିବା ଦ୍ୱାରା ଅନେକ ରୋଗବ୍ୟାଧିରୁ ମୁକ୍ତି ମିଳିପାରୁଛି । ଏନେଇ ଆଜିର ବ୍ୟସ୍ତବହୁଳ ଜୀବନରେ ସଭିଏଁ ନିୟମିତ ଯୋଗ କରିବାକୁ ଶ୍ରୀ ମହାନ୍ତି ଓଡ଼ିଶାବାସୀଙ୍କୁ ଆହ୍ୱାନ ଦେଇଛନ୍ତି ।
ଯୋଗ ଦିବସ ଉପଲକ୍ଷେ ଭାରତୀୟ ଜନତା ପାର୍ଟି ପକ୍ଷରୁ ରାଜ୍ୟର ଅନେକ ସ୍ଥାନରେ “ଯୋଗ ଶିବିର” ଆୟୋଜନ କରାଯାଇଛି ।

0
0
0
s2sdefault