ହେଡଲାଇନସ୍:

ନିୟମିତ ଯୋଗ ଦ୍ୱାରା ହିଁ ଜଣେ ମନୁଷ୍ୟ ଏକ ସୁସ୍ଥ ଶରୀର ଅଧିକାରୀ ହୋଇପାରିବ : ଗୃହ ନିର୍ମାଣଓ ନଗର ଉନ୍ନୟନ ମନ୍ତ୍ରୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦାରେ ବିଶ୍ୱ ଯୋଗ ଦିବସ ପାଳିତ

ଭୁବନେଶ୍ୱର: ଯୋଗ ଏବଂ ଧ୍ୟାନ କେନ୍ଦ୍ର ଓ ଯୋଗ ସମିତିର ମିଳିତ ଅନୁକୂଲ୍ୟରେ ସ୍ଥାନୀୟ ରିଜର୍ଭ ପୋଲିସ ପଡିଆ ଠାରେ ଯୋଗ ଦିବସ ପାଳନ କରାଯାଇଛି। ଏହି ଅବସରରେ ଆଜି ପ୍ରାତଃ ସମୟରେ ମାନ୍ୟବର ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣଚନ୍ଦ୍ର ମହାପାତ୍ର ଯୋଗାଭ୍ୟାସରେ ସାମିଲ ହୋଇଥିଲେ।

ଏହି ଅବସରରେ ମନ୍ତ୍ରୀ ଡଃ ମହାପାତ୍ର କହିଥିଲେ ଯେ ଯୋଗ ବିଜ୍ଞାନ ଅନୁସାରେ ଆଧ୍ୟାତ୍ମିକ ଶକ୍ତି ପ୍ରାପ୍ତି ପାଇଁ ଏହା ହେଉଛି ବଳିଷ୍ଠ ତଥା ଶ୍ରେଷ୍ଠ ମାଧ୍ୟମ । ଶରୀର ଓ ମନ ଉପରେ ଯୋଗର ପ୍ରବଳ ପ୍ରଭାବ ରହିଛି । ମନ, ମସ୍ତିଷ୍କ ଓ ଆତ୍ମା ଉଚିତ ସନ୍ତୁଳନ ରକ୍ଷା କରିଥାଏ । ଯୋଗ ଏକ ଭିନ୍ନ ଓ ସ୍ୱତନ୍ତ୍ର ବିଜ୍ଞାନ, ଯାହା କେଉଁ ଆଦିମ କାଳରୁ ମୁନି ଋଷି ମାନେ ସାଧନ କରିଆସୁଛନ୍ତି ।

ଯୋଗର ୫୦୦୦ ବର୍ଷ ପୁରୁଣା ଇତିହାସ ରହିଛି । ଯୋଗ ଶରୀରରୁ ରୋଗ ମୁକ୍ତ କରିବା ସହ ମନକୁ ଶାନ୍ତ ରଖେ ଓ ଏକାଗ୍ରତା ବୃଦ୍ଧି କରିଥାଏ । ତେବେ ନିୟମିତ ଯୋଗ ଦ୍ୱାରା ହିଁ ଜଣେ ମନୁଷ୍ୟ ଏକ ସୁସ୍ଥ ଶରୀର ଅଧିକାରୀ ହୋଇପାରିବ ।

ଏହି ଯୋଗାଭ୍ୟାସ ରେ ସାଂସଦ ମମତା ମହାନ୍ତ, ଦୌଲତ ଚନ୍ଦ୍ରକାର, ଜିଲ୍ଲା ପରିଷଦ ଅଧକ୍ଷ ଭାରତୀ ହାଁସଦା, ବାରିପଦା ନଗରପାଳ କୃଷ୍ଣାନନ୍ଦ ମହାନ୍ତି ଓ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ ଏହା ୨ ଘଣ୍ଟାରୁ ଅଧିକ ସମୟ ପର‌୍ୟ୍ୟନ୍ତ ଚାଲିଥିଲା। ଯୋଗ ଓ ଧ୍ୟାନର ଉପକାର, ଅଧ୍ୟାତ୍ମିକତାର ଭାବ ଧାରାକୁ ନେଇ ବସୁଧୈବ କୁଟୁମ୍ବକମକୁନେଇ ବିଚାର ବିମର୍ଷ କରାଯାଇଥିଲା। ଯୋଗ ଦିବସ ଅବସରରେ ଯୋଗ ଗୁରୁ ଦିଲ୍ଲୀପ କୁମାର ପଣ୍ଡା, ଜ୍ୟୋତି ରଞ୍ଜନ ଦାସ ଓ ଲେଖାଶ୍ରୀ ମହାନ୍ତି ସମସ୍ତଙ୍କୁ ଯୋଗଭ୍ୟାସ କରାଇଥିଲେ l

0
0
0
s2sdefault