ହେଡଲାଇନସ୍:

ରାଜ୍ୟର ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ଅନ୍ତର୍ଜାତୀୟ ଯୋଗଦିବସ ଅନୁଷ୍ଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  •  ଯୋଗାଭ୍ୟାସ କଲେ ୫୦ ହଜାରରୁ ଉର୍ଧ୍ଵ ବିଦ୍ୟାଳୟର ଛାତ୍ରଛାତ୍ରୀ

  •  ଯୋଗ ଆମ ସଂସ୍କୃତି ଏବଂ ପରମ୍ପରାର ଅଭିନ୍ନ ଅଙ୍ଗ : ନିତ୍ୟାନନ୍ଦ ଗଣ୍ଡ

ଭୁବନେଶ୍ୱର: ଆଜି ଅନ୍ତର୍ଜାତୀୟ ଯୋଗ ଦିବସା ଦେଶବ୍ୟାପୀ ଯୋଗ ଦିବସ ପାଳନ ହେଉଅଛିା ସେପେଫମ୍ବର ୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରସ୍ତାବ କ୍ରମେ ମିଳିତ ଜାତିସଂଘ ୨୧ଜୁନକୁ ଅନ୍ତର୍ଜାତୀୟ ଯୋଗ ଦିବସ ଭାବେ ଗ୍ରହଣ କରିଥିଲୋ ତେଣୁ, ଆଜି ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ରାଜ୍ୟର ବିଭିନ୍ନ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ସମସ୍ତ ବିଦ୍ୟାଳୟରେ ଯୋଗ ଦିବସ ପାଳିତ ହୋଇଯାଇଛିା
ମାନସିକ ଏବଂ ଶାରିରୀକ ସ୍ତରରେ ସୁସ୍ଥ ରହିବା ପାଇଁ ଭାରତୀୟ ସଂସ୍କୃତିର ମହାନ ଉଦ୍ଭାବନ ଯୋଗକୁ ସାରା ବିଶ୍ୱରେ ଯୋଗ ଦିବସ ମାଧ୍ୟମରେ ପହଞ୍ଚାଇ ପାରିଛିା ଅନ୍ତର୍ଜାତୀୟ ଯୋଗ ଦିବସର ମହତ୍ତ୍ୱକୁ ଉପଲବ୍ଧି କରି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଆନୁକୁଲ୍ୟରେ ୫୦ହଜାରରୁ ଅଧିକ ବିଦ୍ୟାଳୟରେ ଛାତ୍ରଛାତ୍ରୀ ଯୋଗାଭ୍ୟାସ କରିଛନ୍ତି ଏବଂ ଯୋଗ କିପରି ଆମକୁ ସୁସ୍ଥ ଓ ନିରୋଗ ରଖିବା ସହିତ ମାନସିକ ସନ୍ତୁଳନକୁ ମଧ୍ୟ ନିୟନ୍ତ୍ରଣରେ ରଖୁଛି ସେ ଉପରେ ମଧ୍ୟ ଶିକ୍ଷା ଗ୍ରହଣ କରିଛନ୍ତିା
ରାଜ୍ୟର ସମସ୍ତ ବିଦ୍ୟାଳୟ ପରି ନବରଙ୍ଗପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛିା ଏଥିରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଉପସ୍ଥତ ଥିବାବେଳେ ଯୋଗ ର ମହତ୍ତ୍ୱ ଉପରେ ସେ ଗୁରୁତ୍ୱ ଦେଇଥିଲୋ ଏଥିରେ ୫ଶହରୁ ଅଧିକ ଛାତ୍ରଛାତ୍ରୀ ଏବଂ ବିଭିନ୍ନ ସାଧାରଣଲୋକ ଯୋଗଦେଇଥିବାବେଳେ ସମସ୍ତେ ଉତ୍ସାହର ସହିତ ଯୋଗ କରିଥଲୋ ବହୁ ପୁରାତନ କାଳରୁ ଯୋଗ ଆମ ସଂସ୍କୃତିର ଏକ ଅଭିନ୍ନ ଅଙ୍ଗ ହୋଇ ରହି ଆସିଥିବାବେଳେ ଆମେ ସମସ୍ତେ ଏହାକୁ ଆପଣେଇ ନେବାର ଆବଶ୍ୟକତା ରହିଛି ବୋଲି ସେ ମତ ପୋଷଣ କରିଥିଲୋ ସେ ଆହୁରି ମଧ୍ୟ ଯୋଗକୁ ଆମର ଦୈନ୍ୟନ୍ଦିନ ଜୀବନଚର୍ଯ୍ୟାରେ ସାମିଲ କରିବା ପାଇଁ ସମସ୍ତଙ୍କୁ ଅନୁରୋଧ କରିଥଲୋ ଆଜିର ଏହି ଯୋଗ ଦିବସରେ ନବରଙ୍ଗପୁର ଜିଲ୍ଲାପାଳ ଶ୍ରୀଯୁକ୍ତ କମଳ ଲୋଚନ ମିଶ୍ର, ପୋଲିସ ଆରକ୍ଷୀ ଅଧିକ୍ଷକ ରୋହିତ ବର୍ମା, ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲା ମଙ୍ଗଳ ଅଧିକାରୀ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲୋ ବିଭିନ୍ନ ଉଚ୍ଚ ବିଦ୍ୟାଳୟ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସହିତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ଯୋଗଦେଇ ଉତ୍ସାହର ସହିତ ଯୋଗାଭ୍ୟାସ କରିଥଲୋ

 

0
0
0
s2sdefault