ହେଡଲାଇନସ୍:

କେନ୍ଦୁପାଟଣା ନଟରା ଠାରେ ସଂସ୍କୃତି, ପରମ୍ପରାକୁ ଉଜ୍ଜିବିତ ରଖିବା ପାଇଁ ମହାସମାରୋହରେ ରଜ ମହୋତ୍ସବ ପାଳିତ l

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

(ନିଶ୍ଚିନ୍ତକୋଇଲି - ଶାସକ ପ୍ରଶାସକ): ନିଶ୍ଚିନ୍ତକୋଇଲି ବ୍ଲକ ଅଧିନ କେନ୍ଦୁପାଟଣା ପଞ୍ଚାୟତ ନଟରା ଗ୍ରାମରେ ଥିବା ଫ୍ରେଣ୍ଡସ ୟୁନିୟନ ଆନୁକୂଲ୍ୟରେ ଧୁମଧାମରେ ରଜ ମହୋତ୍ସବ ପାଳିତ ହେଉଛି l ପହିଲି ରଜ ଠାରୁ ଆରମ୍ଭ ହୋଇ ଶେଷ ରଜ ପର୍ଯ୍ୟନ୍ତ ତିନି ଦିନ ବ୍ୟାପୀ ବିଭିନ୍ନ ପ୍ରକାର ପିଠାପଣା, ଥଣ୍ଡା ପାନୀୟ ଓ ରଜ ପାନ ଆଦି ବଣ୍ଟନ କାର୍ଯ୍ୟକ୍ରମ ଚାଲୁଅଛି। ମହୋତ୍ସବ ପଡ଼ିଆରେ ବାଉଁଶ ଦୋଳି, ପିଢା ଦୋଳି,ଦୌଡ଼ି ଦୋଳି, ଢିଙ୍କି ଦୋଳି,ଚରକି ଦୋଳି, ସୋଫା ଦୋଳି, ଶିଡ଼ି ଦୋଳି ଓ ରାମ ଦୋଳି ଇତ୍ୟାଦି ଲଗାଯାଇଛି । ବିଭିନ୍ନ ପ୍ରକାର ଦୋଳି ଖେଳିବା ପାଇଁ ସ୍ଥାନୀୟ ଅଞ୍ଚଳର ଶତାଧିକ ଝିଅ, ବୋହୂ, ଯୁବକ, ଯୁବତୀ ମାନେ ଭିଡ଼ ଜମାଉଛନ୍ତି । ସନ୍ଧ୍ୟାରେ ବିଭିନ୍ନ ଡ୍ୟାନ୍ସ ଗ୍ରୁପ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଉଛି । ୟୁନିୟନର ନିର୍ଦ୍ଦେଶକ ରବୀନ୍ଦ୍ର କୁମାର ସାହୁଙ୍କ ନେତୃତ୍ବରେ କାର୍ଯ୍ୟକ୍ରମ ପରିଚାଳନା କରାଯାଉଛି । ଏହାର ଉଦ୍‌ଘାଟନୀ ଉତ୍ସବରେ ୟୁନିୟନର ସଭାପତି ପ୍ରଶାନ୍ତ ପୃଷ୍ଟିଙ୍କ ସଂଯୋଜନାରେ ମୁଖ୍ୟ ପରିଚାଳକ ରଂଜନ କୁମାର ସାହୁ, ଶିବାନନ୍ଦ ସାହୁ, କୋଷାଧକ୍ଷ କିରଣ ଦାସ ପ୍ରମୁଖ ଯୋଗ ଦେଇ ରଜ ମହୋତ୍ସବ ପାଳନର ତାତ୍ପର୍ଯ୍ୟ ସଂକ୍ରାନ୍ତରେ ଆଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆନନ୍ଦ ଓଝା, ସୁଶାନ୍ତ ପୃଷ୍ଟି, ଅଭିମନ୍ୟୁ ମଲିକ, କାଳିନ୍ଦୀ ମଲିକ,ଉମାନୀ ସାହୁ, ଅରୁ ସାହୁ,ରମା ପୃଷ୍ଟି, ମନୋରଂଜନ ସାହୁ, କୁମାର ମଙ୍ଗଳମ ସାହୁ, ବନମାଳୀ ସାହୁ ଓ ମାନସ କୁମାର ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି।

0
0
0
s2sdefault