ହେଡଲାଇନସ୍:

ବିଭିନ୍ନ ସମସ୍ୟାକୁ ନେଇ ବିଧାୟକ ଙ୍କୁ ସାକ୍ଷାତ କଲେ ଦଳୀୟ କର୍ମୀ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର :- ବିଜେପୁର ବ୍ଲକ ଅନ୍ତର୍ଗତ ତାଲପଦର ଗ୍ରାମପଞ୍ଚାୟତ ବିଭିନ୍ନ ସମସ୍ୟା ଦିଗରେ ଦିର୍ଘ ବର୍ଷ ଧରି ଗତି କରି ଚାଲିଛି। ଆଜି ସକାଳ ୯ଘଣ୍ଟା ସମୟରେ ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତ୍ତା ମାନେ ଆସି ନବ ନିର୍ବାଚିତ ବିଜେପୁର ନିର୍ବାଚନ ମଣ୍ଡଳୀର ବିଧାୟକ ଶ୍ରୀଯୁକ୍ତ ସନତ କୁମାର ଗଡତୀୟାଙ୍କୁ ସୈାଜନ୍ୟ ମୂଳକ ସାକ୍ଷାତ କରିବା ସହ ତାଲପଦର ଗ୍ରାମପଞ୍ଚାୟତର ବିଭିନ୍ନ ସମସ୍ୟା ଯଥା ତାଲପଦର ଗ୍ରାମରେ ଥିବା ସରକାରୀ ଡାକ୍ତରଖାନାରେ ଡାକ୍ତର ନିୟମିତ ନଆସିବା, କର୍ମଚାରୀ ମାନଙ୍କ ମନମୁତାବକ କାର୍ଯ୍ୟ, ଗ୍ରାମପଞ୍ଚାୟତରେ ୨୦ ଲକ୍ଷ ଟଙ୍କା ର ମହା ଦୁର୍ନିତିକୁ ନେଇ ବାରମ୍ବାର ବିଡ଼ିଓଙ୍କ ଦୃଷ୍ଟି ଆକର୍ଷଣ କରିବା ସତ୍ୱେ ବିଡ଼ିଓ ମହାଶୟ ନିରବ ଦ୍ରଷ୍ଟା ସାଜିବା ଏପରି କି ଭିଜିଲାନ୍ସ ବିଭାଗ କୁ ମଧ୍ୟ ଜଣା ଯାଇଛି ବୋଲି ବିଶଦ ଭାବେ ଆଲୋଚନା କରିଥିବା ଜଣାପଡିଛି। ଏଠାରେ ସୂଚନାଯୋଗ୍ୟ ଯେ, ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଲାଗିରହିଥିବା ବେଳେ ମୂଖ୍ୟତଃ ପାନୀୟ ଜଳ ସମସ୍ୟା କୁ ନେଇ ବିଧାୟକ ମହାଶୟଙ୍କୁ ଆପତ୍ତି ଜଣାଇଥିଲେ। ବିଭାଗୀୟ ଅଧିକାରୀଙ୍କୁ ଯୋଗାଯୋଗ କରି ବିଧାୟକ ଶ୍ରୀଯୁକ୍ତ ଗଡତୀୟା ଏହାର ସମାଧାନ କରିଥିଲେ। ଅନ୍ୟ ଅସୁବିଧା ଏବଂ ସମସ୍ୟା ଦିଗରେ ଆଗକୁ ଅନେକ କିଛି ପଦକ୍ଷେପ ନିଶ୍ଚିତ ନିଆଯିବ ବୋଲି ଦୃଢ ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି।

0
0
0
s2sdefault