ହେଡଲାଇନସ୍:

ବ୍ଲାକରୋଜକୁ ନେଇ ଘାଣ୍ଚିଲା ସିବିଆଇ !!!!!

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଚେର ଖୋଜୁଛି ତଦନ୍ତକାରୀ ସଂସ୍ଥା ସିବିଆଇ, ଚର୍ଚ୍ଚାରେ ଯାଜପୁର ଜିଲାର ଦୁଇ ପ୍ରଭାବଶାଳୀ ରାଜନେତା ! କିଏ ସେହି ସୂର୍ଯ୍ୟପ୍ରକାଶ ଓ ବଳବନ୍ତରାୟ ?

ଚଣ୍ଡିଖୋଲ ରୁ ପ୍ରଫୁଲ ସାହୁ: ସିବିଆଇ ଏବେ ଗୁରୁତର ପତିଚୟ  ଓ ବିଶ୍ୱାସନୀୟତାର ସଙ୍କଟ ଦେଇ ଗତି କରୁଥିବା ବେଳେ  ବ୍ଲାକରୋଜ ଜାହଜ ବୁଡି ଘଟଣାର ତଦନ୍ତ ଆରମ୍ଭ କରିଛି ସିବିଆଇ  । ସିବିଆଇର ଏକ ଟିମ୍ ବନ୍ଦରକୁ ଯାଇ ତଦନ୍ତ ଆରମ୍ଭ କରିଥିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏପରିକି ସିବିଆଇର ଖୋଳତାଡ ପରେ ଏହାକୁ ନେଇ ବିଜେଡିରେ ଦେଖାଦେଇଛି କମ୍ପନ । ଏପରିକି ଏହି ଘଟଣାରେ ଶାସକ ଦଳର ନେତାଙ୍କର ସମ୍ପୃକ୍ତି ରହିଥିବା ନେଇ ବାରମ୍ବାର ଅଭିଯୋଗ ହେଉଥିଲା । ଏପରିକି ଏନେଇ ପାରାଦ୍ୱୀପର ବିଧାୟକ ଡା.ଦାମୋଦର ରାଉତ ମଧ୍ୟ ବାରମ୍ବାର ପ୍ରଶ୍ନ ଉଠାଇଥିଲେ । ଏସବୁ ମଧ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ଯାଜପୁର ଜିଲାର ଦୁଇ ପ୍ରଭାବଶାଳୀ ରାଜନେତା  । ସମାନ ନାଁରେ ପରିଚିତ ଏହି ଦୁଇ ରାଜନେତାଙ୍କ ପରିବାର ଏଥିରେ ସମ୍ପୃକ୍ତି ଥିବା ନେଇ ବେଶ କିଛିଦିନ ହେଲା ଚର୍ଚ୍ଚା ଆଲୋଚନା ସାଧାରଣରେ ହେଉଥିବା ବେଳେ ଏବେ ସିବିଆଇର ତନାଘନା ପରେ ଏବେ ବିଜେଡି ଶିବିରରେ କମ୍ପନ ସୃଷ୍ଟି ହୋଇଛି । ଏଠାରେ ସୂଚନାଯୋଗ୍ୟ ଯେ, ୨୦୦୯ ମସିହାରେ ବ୍ଲାକରୋଜ ଜାହଜ ବୁଡି ଘଟଣାକୁ ନେଇ ସିବିଆଇ ତଦନ୍ତ କରିବା ପାଇଁ ଜାହଜ ଚଳାଚଳ ମନ୍ତ୍ରଣାଳୟ ସିବିଆଇକୁ ଚିଠି ଲେଖିବା ପରେ  ସିବିଆଇ ତଦନ୍ତ ପାଇଁ ବାଟ ଫିଟିଥିବା ବେଳେ ସିବିଆଇର ଏକ ଟିମ୍ ପାରାଦ୍ୱୀପରେ ତାର ତଦନ୍ତ ଆରମ୍ଭ କରିଥିବା ନେଇ ଏବେ ସାଧାରଣରେ ଚର୍ଚ୍ଚା ହେଉଛି । ଏସବୁ ମଧ୍ୟରେ ଯାଜପୁର ଲିଙ୍କ ରହିଥିବା ଖବର ବିରୋଧୀ ଓ ବିଜେପି ଅଭିଯୋଗ କରିସାରିଛନ୍ତି । ସେପଟେ ସୂର୍ଯ୍ୟପ୍ରକାଶଙ୍କ ସହ ବଳବନ୍ତରାୟଙ୍କ ନାଁ ମଧ୍ୟ ଚର୍ଚ୍ଚା ଘେରରେ । କିଏ ସେ ବଳବନ୍ତରାୟ ? ସୂର୍ଯ୍ୟପ୍ରକାଶ ଓ ବଳବନ୍ତରାୟଙ୍କର କ'ଣ ଏକାଠି ବ୍ୟବସାୟ ରହିଥିଲା କି ? ଏସବୁ ନାନା ପ୍ରଶ୍ନ ସାଧାରଣରେ ଉଙ୍କି ମାରିବାରେ ଲାଗିଛି । କୁହାଯାଉଛି ଶତାଦ୍ଧୀର ମହାଦୁର୍ନୀତି କୁହାଯାଉଥିବା ଖଣି ଦୁର୍ନୀତି ଘଟଣା ପଦାକୁ ଆସିଥିଲା । ତେଣୁ ବ୍ଲାକରୋଜ ବୁଡି ସହ ଖଣି ଦୁର୍ନୀତିରେ ସମ୍ପର୍କ ଥାଇପାରେ ବୋଲି ଏବେ ପାରାଦୀପ ଓ ଯାଜପୁର ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି ।

ସେପଟେ ଚିଟଫଣ୍ଡ ଦୁର୍ନୀତି ପରେ ପରେ ବ୍ଲାକରୋଜ ଜାହଜରେ ବିଜେଡି ଲିଙ୍କ ଖବର ରହିବା ଜଣାପଡିବା ପରେ ଏବେ ଦଳରେ କମ୍ପନ ସୃଷ୍ଟି ହୋଇଛି । ସୂର୍ଯ୍ୟପ୍ରକାଶ ଦାସଙ୍କ ସହ ମୁଖ୍ୟମନ୍ତ୍ରୀଙ୍କର ରହିଥିବା ସମ୍ପର୍କ ଏବେ ମୁଖ୍ୟ ଚର୍ଚ୍ଚାର ବିଷୟ ପାଲଟିଛି । ଏପରିକି ମୁଖ୍ୟମନ୍ତ୍ରୀ ତାଙ୍କ ଗାଡିରେ ବସି ବୁଲିଥିବା ନେଇ ଗଣମାଧ୍ୟମରେ ଖବର ପ୍ରକାଶ ମଧ୍ୟ ପାଇଛି । ତା'ହେଲେ ସେ ସୂର୍ଯ୍ୟପ୍ରକାଶ କ'ଣ ଏତେ ପାୱାରଫୁଲ ? ମୁଖ୍ୟମନ୍ତ୍ରୀଙ୍କ ସହ ତାଙ୍କର ସମ୍ପର୍କ ରହିଛି । ଏହାର ଚେର ତୃତୀୟ ମହଲା ଯାଏଁ ନିଶ୍ଚିତ ଥିବ ବୋଲି ସାଧାରଣରେ ଆଲୋଚନା ହେଉଛି । ତେବେ ସିବିଆଇ ତଦନ୍ତ ହେଲେ କ୍ଷୀର କ୍ଷୀର ଓ ପାଣି ପାଣି ହୋଇଯିବ ବୋଲି ବୁଦ୍ଧିଜୀବି ମହଲରେ ଆଲୋଚନା ହେଉଥିବା ବେଳେ ଏବେ ସିବିଆଇ ତା'ର ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି !

0
0
0
s2sdefault