ହେଡଲାଇନସ୍:

ବାଇପାସ ନିର୍ମାଣକୁ ନେଇ ଅଧିକାରୀଙ୍କ ସହ ଆଲୋଚନା କଲେ ନରସିଂହ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସହରରେ ଥିବା ଖାଲି ଜାଗାରେ ପାର୍କିଂଜୋନ ନିର୍ମାଣ ପାଇଁ ନିର୍ଦ୍ଦେଶ 

ବଲାଙ୍ଗିର (ନିରୋଜ ମିଶ୍ର )ବଲାଙ୍ଗିରର ପ୍ରମୁଖ ସମସ୍ୟା ବାଇପାସ ନିର୍ମାଣକୁ ନେଇ ସ୍ଥାନୀୟ ବିଧାୟକ ତଥା ରାଜ୍ୟ ବିଧାନସଭାର ବିରୋଧି ଦଳ ନେତା ନରସିଂହ ମିଶ୍ର ଜିଲ୍ଲାପାଳ ତଥା ଜିଲ୍ଲାସ୍ତରୀୟ ସମସ୍ତ ଅଧିକାରୀଙ୍କ ସହ ସର୍କିଟ ହାଉସ ଠାରେ ଏକ ଆଲୋଚନା କରିଛନ୍ତି । ବିଶେଷ କରି ଏହି ଆଲୋଚନାରେ ବାଇପାସ ନିର୍ମାଣରେ ଅଗ୍ରଗତି, ସହର ମଧ୍ୟରେ ଟ୍ରାଫିକ ସମସ୍ୟା, ବସ ଟର୍ମିନାଲ, ଟ୍ରକ ଟର୍ମିନାଲ ପାଇଁ ଜମି ତଥା ବିଭିନ୍ନ ରାସ୍ତା କାମର ସ୍ଥିତିକୁ ନେଇ ଆଲୋଚନା ହୋଇଥିଲା । ଏସବୁ ଦାୟିତ୍ୱରେ ଥିବା ଜିଲ୍ଲାସ୍ତରର ସମସ୍ତ ଅଧିକାରୀ ଏହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ସହରର କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟା ତଥା ବାରମ୍ବାର ଦୁର୍ଘଟଣା ଘଟି ଜନଜିବନ ହାନି ହେଉଥିବାରୁ ଜନ ସାଧାରଣ ଧିରେ ଧିରେ ପ୍ରଶାସନ ଉପରେ ଆଶା ତୁଟାଇଲେଣି । ଏପରିକି କିଛି ଦୁଃର୍ଘଟଣା ଘଟିଲେ ତତ୍କ୍ଷଣାତ୍ ଲୋକେ ଆନେ୍ଦାଳନାତ୍ମôକ ପନ୍ଥା ଆପଣଉଛନ୍ତି । ତେଣୁ ଏସବୁ ଜିନିଷକୁ ଗୁରୁତର ସହିତ ବି·ରକରି ସ୍ଥାନୀୟ ବିଧାୟକ ନରସିଂହ ମିଶ୍ର ଆଜିର ଏହି ସମୀକ୍ଷା ଆଲୋଚନା ପାଇଁ ସମସ୍ତ ଅଧିକାରୀଙ୍କୁ ଡାକିଥିଲେ । ଗତ ଅଗଷ୍ଟ ୧୦ ତାରିଖ ଦିନ ପିଏସିରେ ବାଇପାସକୁ ନେଇ ହୋଇଥିବା ଆଲୋଚନା ପରେ ବାଇପାସ ନିର୍ମାଣର ସ୍ଥିତି କେଉଁଠାରେ ଅଛି ବୋଲି ଜାତିୟ ରାଜପଥ ନିର୍ବାହୀଯନ୍ତ୍ରୀ ଅଶୋକ ପାଢୀଙ୍କୁ ପଚାରିଥିଲେ । ଉତ୍ତର ସନ୍ତୋଷଜନକ ନ ଥିଲେ ମଧ୍ୟ ଶ୍ରୀ ପାଢୀ କହିଥିଲେ ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ଏଡିଜି ପାଖରେ ଫାଇଲ ଅଛି ତାପରେ ଡିଜି ଏବଂ ପରେ ସେକ୍ରେଟେରୀଙ୍କ ପାଖକୁ ଫାଇଲଯାଇ ଅନୁମୋଦନ କଲେ ହିଁ ଟେଣ୍ଡର ଡାକି ପରିବେ ବୋଲି ସେ କହିଥିଲେ । କିନ୍ତୁ ଗତ ପିଏସି ବୈଠକରେ ଚିପ୍ ଇଞ୍ଜିନିୟର କହିଥିଲେ ୬ମାସ ଭିତରେ ସମସ୍ତ ଆନୁସଙ୍ଗିକ ଫାଇଲକାମ ସରାଇ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହେବ ବୋଲି ପ୍ରତିଶୃତି ଦେଇଥିôଲେ । ତାହା ଶ୍ରୀ ମିଶ୍ର ଉପସ୍ଥିତ ଥିôବା ଜିଲ୍ଲା ତଥା ନିର୍ବାହୀଯନ୍ତ୍ରୀଙ୍କୁ ମନେ ପକାଇଦେବା ସହ ଏହା ଉପରେ ସ୍ୱତନ୍ତ୍ର ଯନô ନେବାକୁ ନିଦେ୍ର୍ଧଶ ଦେଇଥିଲେ । ଆଲୋଚନାରେ ଆହୁରି ଜଣାପଡିଥିଲା ଯେ ଅଧିକ ମୁଲ୍ୟାୟନ ସମସ୍ୟା ଠାରୁ କେନ୍ଦ୍ର ସରକାର ପାଖକୁ ଯାଇଥିବା ଫାଇଲରେ କଣ୍ଟିଜେନ୍ସି ଖର୍ଚ୍ଚ ମୋଟ ବ୍ୟୟ ଅଟକଳର ୨୦% ଥିବାରୁ ବହୁତ ବଢିଯାଇଛି । ଯାହାକି ବର୍ତ୍ତମାନ କଣ୍ଟିଜେନ୍ସି ଖର୍ଚ୍ଚ ୨% କଲାପରେ ବ୍ୟୟ ଅଟକଳ ପରିମାଣ ପାଖାପାଖି ୨୫ ରୁ ୨୮ କୋଟି ଟଙ୍କା କମିଯିବ । ତେବେ ନିର୍ବାହୀଯନ୍ତ୍ରୀ ଶ୍ରୀ ପାଢି ଉପସ୍ଥିତ ଥିବା ରେଭେନ୍ୟୁ ବିଭାଗର ତହସିଲଦାର ଜମିର ପ୍ରାପ୍ୟ ଦେବା ପାଇଁ ସମସ୍ତ ଆନୁସଙ୍ଗିକ କାଗଜପତ୍ର ପ୍ରସ୍ତୁତ କରିବାକୁ ଥିବେ ତେବେ କେନ୍ଦ୍ର ସରକାରଙ୍କଠୁ ମଞ୍ଜୁରୀ ପରେ ତତ୍କ୍ଷଣାତ୍ ଆମେ ଅନଲାଇନରେ ପ୍ରାପ୍ୟ ପ୍ରଦାନ କରି ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରିପାରିବୁ ବୋଲି ଉତ୍ତର ରଖିଥିଲେ । ପରେ ସହର ମଧ୍ୟରେ ଥିବା ଟ୍ରାଫିକ ସମସ୍ୟା ପାଇଁ ବସଷ୍ଟାଣ୍ଡ ଓ ଟ୍ରକଷ୍ଟାଣ୍ଡ ସହରର ବାହାରକୁ ନେବା ପାଇଁ ଜାଗା ଖୋଜି ବାହାର କରିବାକୁ ବିଧାୟକ ଶ୍ରୀ ମିଶ୍ର ନିଦେ୍ର୍ଧଶ ଦେଇଥିଲେ । ଏହି ଆଲୋଚନାରେ ଜିଲ୍ଲାପାଳ ଅରିନ୍ଦମ୍ ଡାକୁଆ, ଉପ-ଜିଲ୍ଲାପାଳ ଭୈରବସିଂ ପଟେଲ ଏବଂ ତହସିଦାର ଶ୍ରୀ ଲୁହା ବହୁତ ଶିଘ୍ର ଟ୍ରକ ଟର୍ମିନାଲ ପାଇଁ ସ୍ଥାନ ଚିହ୍ନଟ କରି ଟ୍ରକ ଟର୍ମିନାଲ ପାଇଁ ଜାଗା ଦିଆଯିବ ବୋଲି କହିଥିଲେ । ସହର ମଧ୍ୟରେ ଥିବା ଟ୍ରାଫିକ୍ ଛକ, କଲେକ୍ଟ୍ରିଏଟ୍ ସାମନା ଏବଂ ରାଣୀବନ୍ଧ ଏବଂ ଶାରଦେଶ୍ୱରୀ ଆୟୁର୍ବେଦିକ ଚିକିତ୍ସାଳୟ  (କବିରାଜଖାନା) ମଝିରେ ଥିବା ଖାଲିଜାଗାକୁ ବହୁତ ଶିଘ୍ର ପାର୍କିଂ ଜୋନରେ ପରିଣତ କରିବା ପାଇଁ ବିଧାୟକ ଶ୍ରୀ ମିଶ୍ର ନିଦେ୍ର୍ଧଶ ଦେଇଥିଲେ । ଏ ବିଷୟରେ ଉପସ୍ଥିତ ଥିବା ବିଭାଗୀୟ ଅଧିକାରୀମାନଙ୍କ ସହିତ ସବିଶେଷ ଆଲୋଚନା ହୋଇଥିଲା ଏବଂ ବହୁତ ଶିଘ୍ର ଟ୍ରାଫିକ ଛକ ଏବଂ କଲେକ୍ଟ୍ରିଏଟ୍ ସମନାରେ ପାର୍ଟିଂ ଜୋନ ନିର୍ମାଣ ହେବ ବୋଲି ଅଧିକାରୀ କହିଥିଲେ ଏବଂ ପରେ ଯଦି ଦରକାର ହେବ ଓଡିଶା ଭିତ୍ତିଭୂମି ଉନ୍ନୟନ ପାଣ୍ଠିରୁ ପଇସା ଆଣି ସେହି ପାର୍କିଂ ଜୋନକୁ ଅଧୁନିକରଣ କରାଯିବ ବୋଲି ଆଲୋଚନା ହୋଇଥିଲା । ଦେଓଗାଁରେ ଥାନା ପାଇଁ ଦିଆଯାଇଥିବା ପ୍ରସ୍ତାବ ଆଜି ପର୍ଯ୍ୟନ୍ତ କାହିଁକି ହୋଇପାରି ନାହିଁ ବୋଲି ଉପସ୍ଥିତ ଥିବା ପୋଲିସ ଅଧିକାରୀଙ୍କୁ ବିଧାୟକ ଶ୍ରୀ ମିଶ୍ର ପ·ରିଥିଲେ । ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ସମୟରେ ହେଉଥିବା ପ୍ରତିବନ୍ଧକର ସମାଧାନ ପାଇଁ ପୋଲିସ ପ୍ରଶାସନ, ଯନ୍ତ୍ରୀ ବିଭାଗ ସମସ୍ତଙ୍କ ଭିତରେ ସମନ୍ୱୟ ରକ୍ଷା କରି କାମ ଯେପରି ଯୁଦ୍ଧକାଳିନ ଭିତ୍ତିରେ ସମାପ୍ତ ହୋଇପାରିବ ସେ ଦିଗରେ ଯନôôବାନ ହେବାକୁ ବିରୋଧି ଦଳ ନେତା ଶ୍ରୀ ମିଶ୍ର ଉପସ୍ଥିତ ଅଧିକାରୀମାନଙ୍କୁ ନିଦେ୍ର୍ଧଶ ଦେଇଥିଲେ ।  ଆଜିର ଏହି ଆଲୋଚନାରେ ବିଧାୟକ ଶ୍ରୀ ମିଶ୍ରଙ୍କ ବ୍ୟତିତ ଜିଲ୍ଲାପାଳ ଅରିନ୍ଦମ ଡାକୁଆ, ପିଡି ଡିଆରଡିଏ ମହେଶ୍ୱର ସ୍ୱାଇଁ, ଉପ-ଜିଲ୍ଲାପାଳ ଭୈରବ ସିଂ ପଟେଲ, ତହସିଲଦାର ଶ୍ରୀ ଲୁହା, ପୋଲିସ ଅଧିକାରୀ ପ୍ରଶାନ୍ତ ପଟ୍ଟନାୟକ, ପିଡବ୍ଲୁଡି ଏସ୍ଇ ଉମେଶ ଚନ୍ଦ୍ର ମିଶ୍ର, ନିର୍ବାହୀଯନ୍ତ୍ରୀ ନଳିନିକାନ୍ତ ଦାଶ, ଏସ୍ଡିଓ ଶ୍ରୀ ମହାନନ୍ଦ, ମ୍ୟୁନିସିପାଲିଟି ନିର୍ବାହୀ ଅଧିକାରୀ ଶ୍ରୀ ବିପିନ ବିହାରୀ ଦୀପ, ବନବିଭାଗ ଅଧିକାରୀ ବାବାଜି ରାଉଳ ପ୍ରମୁଖ ଉପସ୍ଥିତ ଥିôଲେ ।

0
0
0
s2sdefault