ହେଡଲାଇନସ୍:

ଚାଷୀ ଙ୍କ ସମସ୍ୟା :ଉପଜିଲ୍ଲାପାଳଙ୍କୁ  6 ଦଫା ଦାବିପତ୍ର ପ୍ରଦାନ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରେଢ଼ାଖୋଲ ରୁ ଯଶୋବନ୍ତ ସାହୁ :  ରେଢ଼ାଖୋଲ ଦଧିବାମନ କୃଷକ ସଙ୍ଗଠନ ପକ୍ଷରୁ ମଙ୍ଗଳବାର ଚାଷୀ ମାନଙ୍କ ବିଭିନ୍ନ ସମସ୍ୟା ନେଇ  6 ଦଫା ଦାବିପତ୍ର ଉପଜିଲ୍ଲାପାଳ ବିଶିକେସନ ଦେହୁରୀ ଙ୍କୁ ପ୍ରଦାନ କରିଛନ୍ତି l କଦଳୀଗଡ଼,କୁକୁଡ଼ାବାହାଳୀ ଓ ବଡ଼ବାହାଳ ପଞ୍ଚାୟତ ର ଚାଷୀ ମାନଙ୍କୁ ନେଇ ଗଠିତ ଏହି ସଂଙ୍ଗଠନ ପକ୍ଷରୁ ରେଢ଼ଖୋଲ ସ୍ଥିତ କେରାଣ୍ଡିଯୋର କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ର କେନାଲ କୁକୁଡ଼ାବାହାଳୀ ଦେଇ କନ୍ଧରା ପର୍ଯ୍ୟନ୍ତ ସଂପ୍ରସାରଣ,ଚିରୋସ୍ରୋତା ଚମ୍ପାଲି ଯୋରକୁ କେରାଣ୍ଡି ଯୋର ସହ ସଂଯୋଗ ଚାଷ ଜମିକୁ ଉଠା ଜଳସେଚନ ଓ ଗଭୀର କୂପ ଖୋଳା ଯାଇ ସୌରଚାଲିତ ଯନ୍ତ୍ର ଦ୍ୱାରା ଜଳସେଚନ,କୃଷି ରୁଣ ସମ୍ପୁର୍ଣ୍ଣ ଛାଡ଼,କଦଳୀଗଡ଼ ଠାରେ ଶୀତଳ ଭଣ୍ଡାର ନିର୍ମାଣ ଓ ହାତୀ ଉପଦ୍ରବ୍ୟ ରେ କ୍ଷତି ଗ୍ରସ୍ତ ଚାଷୀ ଙ୍କୁ ଉପଯୁକ୍ତ କ୍ଷତିପୂରଣ ଆଦି ଦାବି କରାଯାଇଛି l 15 ଦିନ ମଧ୍ୟରେ ଏଦିଗରେ ପଦକ୍ଷପ ନିଆନଗଲେ ଆନ୍ଦୋଳନ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ବୋଲି ଦାବିପତ୍ର ରେ ଉଲ୍ଲେଖ କରାଯାଇଛି l ଏହି ଦାବି ପତ୍ର ରେ ଦଧିବାମନ କୃଷକ ସଂଙ୍ଗଠନ ସଭାପତି ବୃଷକେତୁ ପ୍ରଧାନ,ସମ୍ପାଦକ ମାଗୁଣୀ ପ୍ରଧାନ, ଉପସଭପତି  ପ୍ରଦୀପ ମହାଖୁଡ଼,ପ୍ରକାଶ କର୍ଣ୍ଣ,ଭୂବନେଶ୍ୱର ପ୍ରଧାନ,ଙ୍କ ସମେତ 3 ପଞ୍ଚୟତ ର ଶତାଧିକ ଚାଷୀ ଙ୍କ ସ୍ୱାକ୍ଷର ରହିଛି l

0
0
0
s2sdefault