ହେଡଲାଇନସ୍:

ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଜାତୀୟ ଏକତା ଦିବସ ପାଳିତ ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର/ନୀଳ ଦୀପ -ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପଦ୍ମପୁର ଠାରେ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସେବାଶ୍ରୀ ଭୋଇଙ୍କ ଅଧ୍ୟକ୍ଷତାରେ ଜାତୀୟ ଏକତା ଦିବସ ପାଳିତ ହୋଇଯାଇଛି । ଉକ୍ତ ସମାରୋହରେ ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରାଯାଇଥିଲା । ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଭୋଇ ସର୍ଦ୍ଦାର ପଟେଲଙ୍କ ଜୀବନାଦର୍ଶ ଓ ଭାରତର ଏକତା ଅଖଣ୍ଡତା ପ୍ରତି ଉତ୍ସଗୀକୄତ ସେବା ଉପରେ ମତ ରଖିଥିଲେ । ବିଦ୍ୟାଳୟ ପରିବାର ରାଷ୍ଟ୍ରୀୟ ଏକତା ବଜାୟ ରଖିବା ଉଦ୍ଦେଶ୍ୟରେ ଶପଥ ପାଠ କରିଥିଲେ । ଶ୍ରୀଯୁକ୍ତ ବୄ୍ନ୍ଦାବନ ଦାସ କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ । ଚିନ୍ତାମଣି ସାହୁ,ଜ୍ୟୋତ୍ସ୍ନାରାଣୀ ସାହୁ,ପ୍ରେମାନନ୍ଦ ବେହେରା,ମିନତି ଦାଶ,ଗୋପାଳଜୀ ପ୍ରସାଦ ପାଣିଗ୍ରାହୀ,ସୁରେଶ ଚନ୍ଦ୍ର ଚୌହାନ,ସୁଶୀଲ କୁମାର ବରିହା, ରଞ୍ଜନ କୁମାର ହୋତା,ନିଳିମାରାଣୀ ମହାନ୍ତି ଓ ରୋଜି ବଢେଇ ପ୍ରମୁଖ ଶିକ୍ଷକ ଓ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ ।ସୁଷମା ଦାଶ,ବସନ୍ତ ବାଗ,ଦୁଷ୍ମନ୍ତ ଛତର ଓ ନନ୍ଦିନୀ ବାଗ ପ୍ରମୁଖ ବିଶେଷ ସହାୟତା କରିଥିଲେ । ଶେଷରେ ସୁରେନ୍ଦ୍ର କୁମାର ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ ।

0
0
0
s2sdefault