ହେଡଲାଇନସ୍:

ଶ୍ରଦ୍ଧାରେ ବିଶ୍ଵ ସ୍ଵପରାୟଣତା ଦିବସ ପାଳିତ....

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାଉରକେଲା, (ବସନ୍ତ କୁମାର ଜେନା): ଶ୍ରଦ୍ଧା ଆନୁକୁଲ୍ୟରେ ଓ ଟାଟା ପାୱାର ପଶ୍ଚିମାଞ୍ଚଳ ଶାଖା ସହାୟତାରେ ଅନୁଷ୍ଠାନ ର ପରିସରରେ ବିଶ୍ଵ ସ୍ଵପରାୟଣତା ଦିବସ ପାଳିତ ହୋଇଯାଇଛି। ଏନ୍. ଆଇ.ଟି ର ମନସ୍ତତ୍ଵ ବିଭାଗର ଆସୋସିଏଟ ପ୍ରଫେସର ଡ଼ଃ. ରାମକୃଷ୍ଣ ବିଶ୍ଵାଳ ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାକୁ ଶୁଭ ଉଦ୍ଘାଟନ କରି କହିଲେ ଯେ, ଅଟିଜିମ୍ ବା ସ୍ଵପରାୟଣତା ଦିବସ ଏବେ ବହୁଳ ଭାବରେ ପାଳନ କରାଯାଉଥିବାର ଦେଖାଯାଉଛି। ଅର୍ଥାତ୍ ଅଭିଭାବକ ଓ ବିଭିନ୍ନ ସାମାଜିକ ଅନୁଷ୍ଠାନ ଯେଉଁ ମାନେ ଏମାନଙ୍କ ପାଇଁ କାମ କରୁଛନ୍ତି ନିଶ୍ଚିତ ଭାବେ ଏହି ପରିପ୍ରେକ୍ଷୀରେ ସଚେତନତା ସୃଷ୍ଟି କରିପାରିଛନ୍ତି । ସର୍ବୋପରି ଏହି ପିଲା ମାନଙ୍କୁ ପ୍ରାଥମିକ ସ୍ଥରରେ
ଚିହ୍ନଟ କରି ଅଟିଜିମ୍ ମ୍ୟାନେଜମେଣ୍ଟ କ୍ଷେତ୍ରରେ ଧ୍ୟାନ ଦେବା ଆବଶ୍ୟକ । ଅଭିଭାବକ ମାନେ ମନେରଖିବା ଉଚିତ୍ ଅଟିଜିମ୍ ଏକ ରୋଗ ନୁହେଁ ଏହା ଏକ ଅବସ୍ଥା । ତେଣୁ ଏହା ସଂପୂର୍ଣ୍ଣ ରୂପେ ସଠିକ୍ ହୋଇ ପାରି ନ ଥାଏ । କିନ୍ତୁ ଯଥାଶୀଘ୍ର ଏହାର ଉପଚାର କଲେ ପିଲାର କିଛି ଭିନ୍ନକ୍ଷମତା ଯାହା ଭବିଷ୍ୟତ ପାଇଁ ଭୟଙ୍କର ହେବାର ସମ୍ଭାବନା ଥାଏ ସେଥିରୁ ବହୁ ମାତ୍ରାରେ ସ୍ଵାଭାବିକ ଅବସ୍ଥାକୁ ଆସିଥାଏ । ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ରାଉରକେଲା ଅଭିଭାବକ ସଂଘ ର ଉପସଭାପତି ଗଗନ ବିହାରୀ ଧଳ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇ ଅଭିଭାବକ ଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ, ଅଟିଜିମ୍ ମ୍ୟାନେଜମେଣ୍ଟ ଏକ ଗୋଷ୍ଠୀ ଭିତ୍ତିକ କାର୍ଯ୍ୟକ୍ରମ। ଅଭିଭାବକ ମାନେ ବିଭିନ୍ନ ସାମାଜିକ ଅନୁଷ୍ଠାନ, ସ୍ଵତନ୍ତ୍ର ବିଦ୍ୟାଳୟ ଓ ଏମାନଙ୍କ ପାଇଁ ଥିବା ସହଳ ଓ ପ୍ରାଥମିକ ଚିକିତ୍ସା ସୁବିଧା କେନ୍ଦ୍ର ସହିତ ଯୋଗାଯୋଗ କରିପାରିଲେ ପିଲାଟିର ଦୈନନ୍ଦିନ କାର୍ଯ୍ୟରେ ଅସୁବିଧା ରହିବ ନାହିଁ । ବହୁ ସମୟରେ ଅଭିଭାବକ ମାନେ ହତାଶ ହୋଇଯାନ୍ତି, କୁହନ୍ତି ମୋ ପିଲାଟି କଥା କହୁନାହିଁ, କାହା ସାଙ୍ଗରେ ମିଶୁ ନାହିଁ। ତାର ବ୍ୟବହାର ରେ ମଧ୍ୟ ଅତିଷ୍ଠ ହୋଇ ପଡନ୍ତି । ତେଣୁ ମନସ୍ତତ୍ଵବିତ୍ ବିଶେଷଜ୍ଞ ପରାମର୍ଶ ଏଥିପାଇଁ ନିହାତି ଜରୁରୀ । ପ୍ରାରମ୍ଭରେ ଶ୍ରଦ୍ଧା ର ସାଧାରଣ ସମ୍ପାଦକ କାର୍ତ୍ତିକ ଚନ୍ଦ୍ର ପାଣ୍ଡବ ସ୍ଵାଗତ ଭାଷଣ ଦେବା ସହ ସ୍ଵପରାୟଣତା ଦିବସ ର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିଥିଲେ ଏବଂ ଜାତୀୟ ସ୍ତରରେ ଥିବା ଅଭିଭାବକ ମହାସଂଘ ' ପରିବାର' ର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ତଥା ନ୍ୟାସନାଲ ଟ୍ରଷ୍ଟ ର କାର୍ଯ୍ୟକ୍ରମ ଉପରେ ସୂଚନା ଏବଂ ସରକାରଙ୍କର ଏମାନଙ୍କ ପାଇଁ ଥିବା ସୁବିଧା ସୁଯୋଗ ଉପରେ ସୂଚନା ଦେଇଥିଲେ। ଅନୁଷ୍ଠାନ ର ସଭାପତି ପଶୁପତିନାଥ ଚାଟାର୍ଜୀ ଉକ୍ତ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିବା ସହିତ ଉପସ୍ଥିତ ଅଭିଭାବକ, ଶିକ୍ଷକ ଓ ଶିକ୍ଷୟିତ୍ରୀ , ଗୋଷ୍ଠୀ ଭିତ୍ତିକ କାର୍ଯ୍ୟକ୍ରମ ର କର୍ମକର୍ତ୍ତାଙ୍କୁ ଉକ୍ତ କାର୍ଯ୍ୟକ୍ରମକୁ ନିରନ୍ତର ସେବା ପ୍ରଦାନ କରି ଆଗେଇ ନେବାକୁ ଅନୁରୋଧ କରିଥିଲେ । ସ୍ଵତନ୍ତ୍ର ପ୍ରଶିକ୍ଷକ ସିପୁନ ବେହେରା ଓ ପ୍ରୋଗ୍ରାମ ମ୍ୟାନେଜର ଅମୃତ ଆଚାର୍ଯ୍ୟ ପ୍ରାସଙ୍ଗିକ ବକ୍ତବ୍ୟ ରଖିଥିଲେ । ଉପସଭାପତି ଅଶୋକ କୁମାର ବଳ ଧନ୍ୟବାଦ୍ ଅର୍ପଣ କରିଥିଲେ । ଅଭିଭାବକ ଓ ଭିନ୍ନକ୍ଷମ ପିଲାମାନେ , ବିଶ୍ରା ବ୍ଳକ ରୁ ବିଭିନ୍ନ ପଞ୍ଚାୟତ ରୁ ସ୍ଵେଚ୍ଛାସେବୀ , ଶ୍ରଦ୍ଧା ର ଶିକ୍ଷକ ଓ ଶିକ୍ଷୟିତ୍ରୀ ସମେତ ୮୦ ରୁ ଉର୍ଦ୍ଧ୍ବ ଅଂଶଗ୍ରହଣକାରୀ ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଳ କରାଇଥିଲେ। ଧୀରେନ୍ଦ୍ର ଓଝା, ସିପୁନ ବେହେରା, ସନ୍ତୋଷୀ କୁମ୍ଭାର, ସୁକୁମାର ପାଣ୍ଡବ, ଦୁର୍ଯୋଧନ ଛତ୍ରିଆ, ସୁଜାତା ରାଉତ, ପ୍ରୀତି ବାରିକ୍, ଅଞ୍ଜଳି ମହାରଣା ପ୍ରଭୃତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

0
0
0
s2sdefault