ହେଡଲାଇନସ୍:

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ନିଷ୍ପତିକୁ ସ୍ୱାଗତ : ବିଧାୟକ ପ୍ରତାପ ଜେନା ଙ୍କ ପୁତ୍ର ଅଙ୍କିତ ପ୍ରତାପ ଜେନାଙ୍କୁ ବିଜେଡି ପ୍ରାର୍ଥୀ ଘୋଷଣା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ମାହାଙ୍ଗା ନିର୍ବାଚନ ମଣ୍ଡଳୀଙ୍କ ଆଶୀର୍ବାଦରେ 70 ହଜାରରୁ ଉର୍ଧ୍ଵ ଭୋଟରେ ଜିତିବେ ଅଙ୍କିତ - ବିଧାୟକ ପ୍ରତାପ ଜେନା l

 (ମାହାଙ୍ଗା -ଶାସକ ପ୍ରଶାସକ): ବିଜେଡି ସୁପ୍ରିମୋ ତଥା ସାଢେ ଚାରି କୋଟି ଓଡ଼ିଆଙ୍କ ଲୋକ ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ପରେ ମାହାଙ୍ଗା ରାଜନୀତିରେ ଟୁଇଷ୍ଟ ଦେଖିବାକୁ ମିଳିଛି l ବରିଷ୍ଟ ରାଜନୀତିଜ୍ଞ, ମାହାଙ୍ଗା ଵିକାଶ ପୁରୁଷ, କରିତକର୍ମା, ସୁସଂଗଠକ, ସୁଦକ୍ଷ ନେତା ତଥା ପୂର୍ବତନ ମନ୍ତ୍ରୀ ମାହାଙ୍ଗା ବିଧାୟକ ପ୍ରତାପ ଜେନା ଙ୍କ ପୁତ୍ର ଯୁବ ପ୍ରତିଭା ଅଙ୍କିତ ପ୍ରତାପ ଜେନା ଙ୍କୁ ମାହାଙ୍ଗା ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛ l ଯୁବ ପ୍ରତିଭା ଅଙ୍କିତ ପ୍ରତାପ ଜେନାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାୟକ ପ୍ରାର୍ଥୀ ଭାବେ ଘୋଷଣା କରିଥିବାରୁ ସମଗ୍ର ମାହାଙ୍ଗା ନିର୍ବାଚନ ମଣ୍ଡଳୀ ବାସୀଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଛି l ବିଜୁ ଜନତା ଦଳର ପ୍ରଥମ ପର୍ଯ୍ୟାୟ ବିଧାୟକ ପ୍ରାର୍ଥୀ ଘୋଷଣାରେ ଉପକୂଳବର୍ତ୍ତୀ କେନ୍ଦ୍ରାପଡ଼ା ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମାହାଙ୍ଗା ବିଧାନସଭା ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇନଥିବାରୁ ବିଜେଡ଼ି କର୍ମୀ ଓ ଲୋକମାନଙ୍କ ମଧ୍ୟରେ ନିରୁତ୍ସାହ ଭାବ ଲାଗି ରହିଥିଲା । ଏହି ନିର୍ବାଚନ ମଣ୍ଡଳୀରେ ବର୍ତ୍ତମାନର ବିଧାୟକ ପ୍ରତାପ ଜେନା କିମ୍ବା ତାଙ୍କ ପରିବାରର କାହାକୁ ପ୍ରାର୍ଥୀ କରାଯିବ ବୋଲି ବିଭିନ୍ନ କଳ୍ପନା ଜଳ୍ପନା ଲାଗି ରହିଥିଲା । ବୁଧବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାହାଙ୍ଗାର ବିଧାୟକ ପ୍ରାର୍ଥୀ ପାଇଁ ବିଧାୟକ ପ୍ରତାପ ଜେନାଙ୍କ ପୁତ୍ର ଅଙ୍କିତ ପ୍ରତାପ ଜେନାଙ୍କ ନାମ ଘୋଷଣା କରିଥିବାରୁ ଏଭଳି ପଦକ୍ଷେପ କୁ ମାହାଙ୍ଗା ବାସୀ ବିପୁଳ ସ୍ୱାଗତ ଜଣାଇଛନ୍ତି l ବିଧାୟକ ପ୍ରତାପ ଜେନାଙ୍କ ସମର୍ଥକ ମାନେ ନୂତନ ପ୍ରାର୍ଥୀଙ୍କର ଉତରୋତର କାମନା କରି ବିଭିନ୍ନ ମନ୍ଦିରରେ ଦୀପ ପ୍ରଜ୍ବଳନ କରିବା ସହ ପୂଜାର୍ଚ୍ଚନା ମଧ୍ୟ କରିଛନ୍ତି । ପ୍ରାର୍ଥୀ ଘୋଷଣା ପରେ ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟିବା ସହ ପ୍ରତାପଙ୍କ ସମର୍ଥନ ମାନେ ବିଭିନ୍ନ ପଞ୍ଚାୟତରେ ଖୁସିର ମାହଲ ସୃଷ୍ଟି କରି ଜୋରଦାର ବାଣ ଫୁଟାଇ ବିଭିନ୍ନ ଶ୍ଳୋଗାନ ଦେଇଛନ୍ତି । ଲୋକଙ୍କର ଉତ୍ସାହରୁ ସ୍ପଷ୍ଟ ଜାଣି ହେଉଛି କି ପିତାଙ୍କ ପରି ବିଧାୟକ ପ୍ରାର୍ଥୀ ଅଙ୍କିତ ପ୍ରତାପ ଜେନା ଏଥର ନିର୍ବାଚନରେ ବହୁ ଭୋଟରେ ବିଜୟ ଲାଭ କରିବେ ବୋଲି ଜୋର ଚର୍ଚ୍ଚା ଧରିଛି। ଏପରି ବିଧାୟକ ପ୍ରତାପ ଜେନା ପ୍ରକାଶ କରିଛନ୍ତି ସମଗ୍ର ଓଡିଶାରେ ବିଜେଡି ପୂର୍ବ ନିର୍ବାଚନ ଠାରୁ ଚଳିତ ନିର୍ବାଚନ ରେ ଅଧିକ ସଂଖ୍ୟକ ଭୋଟରେ ବିଜୟ ଲାଭ କରିବ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଯେଉଁଭଳି ଵିକାଶମୂଳକ କାର୍ଯ୍ୟକ୍ରମ ଚାଲିଛି ତାହା ପ୍ରତି ଓଡିଶା ବାସୀ ଆନନ୍ଦ ଅଛନ୍ତି, ଏପରିକି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଣେ ଯୁବ ପ୍ରତିଭା ତଥା ମୋ ପୁତ୍ର ଅଙ୍କିତ ପ୍ରତାପ ଜେନାଙ୍କୁ ମାହାଙ୍ଗା ର ଦାୟିତ୍ୱ ଦେଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ 5-ଟି ସଚିବ ଭିକେ ପାଣ୍ଡିଆନ ଙ୍କୁ ଗଭୀର କୃତଜ୍ଞତା ଜ୍ଞାପନ ଜଣାଇଥିଲେ, ଏପରିକି ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ଅଙ୍କିତ 70 ହଜାର ରୁ ଅଧିକ ଭୋଟରେ ବିଜୟ ଲାଭ କରି ପୁନର୍ବାର ମାହାଙ୍ଗା ବାସୀଙ୍କ ଆଶୀର୍ବାଦ ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ହାତମୁଠାକୁ ଟାଣ କରିବେ ବୋଲି ପ୍ରକାଶ କରିଥିଲେ l ଏହି ଅବସରରେ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ପୁତ୍ର ଯୁବ ବିଧାୟକ ପ୍ରାର୍ଥୀ ଅଙ୍କିତ ପ୍ରତାପ ଜେନାଙ୍କୁ ବ୍ଲକ ଅଧକ୍ଷା ଦୀପା ମଲିକ, ରୋଜି ସେଠି, ଉପାଧକ୍ଷ ଅଶୋକ କୁମାର ଓଝା, ସତ୍ୟନାରାୟଣ ମହାନ୍ତି, ବ୍ଲକ ବିଜେଡି ସଭାପତି ରାଜକିଶୋର ଜେନା, ରମାକାନ୍ତ ମହାନ୍ତି, ପୂର୍ବତନ ବ୍ଲକ ଅଧକ୍ଷ ଗିରିଶରଞ୍ଜନ ମହାପାତ୍ର, ଶରତ ନାୟକ, ଯୁବ ବିଜେଡି ସଭାପତି ଶରତ ମହାପାତ୍ର, ଜ୍ଞାନରଞ୍ଜନ ରାଉତ, ବିଧାୟକ ଙ୍କ ବ୍ୟକ୍ତିଗତ ସହଯୋଗୀ ଉମାଶଙ୍କର ବିଶ୍ୱାଳ, ଯୁବନେତା ଅମୀୟ ନାୟକ, ଭବାନୀ ଶଙ୍କର ସାମଲ, ପ୍ରମୋଦ ସ୍ୱାଇଁ ଙ୍କ ସମେତ ଜିଲ୍ଲା ପରିଷଦ ସଭ୍ୟ ସଭ୍ୟା, ସରପଞ୍ଚ, ସମିତି ସଭ୍ୟ, ବ୍ଲକ ମହିଳା, ଯୁବ, ଛାତ୍ର, ବରିଷ୍ଟ ବିଜେଡି କର୍ମୀ ଙ୍କ ସମେତ ସମସ୍ତ ବିଜୁ ଜନତା ଦଳ କର୍ମୀ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ ଜଣାଇଛନ୍ତି l

0
0
0
s2sdefault