ହେଡଲାଇନସ୍:

ପ୍ରାର୍ଥୀ ଘୋଷଣା ପରେ ବିଜେଡି ସଦର ବିଧାନସଭା ପ୍ରାର୍ଥୀନୀ ଲଳିତା ନାଏକ ଙ୍କୁ ବହୁ ସଂଖ୍ୟାରେ ଜିତାଇବା ପାଇଁ ଗ୍ରାମର ମହିଳା ଗୋଷ୍ଠୀ ର ବୈଠକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭବାନୀପାଟଣା ନିର୍ବାଚନ ମଣ୍ଡଳୀ ର ବିଧାନସଭା ପ୍ରାର୍ଥୀ ଘୋଷଣା ପରେ ପ୍ରାଥିନୀ ଲଳିତା ନାଏକ ଙ୍କୁ ସମର୍ଥନ ଜଣାଇ କେସିଙ୍ଗା ବ୍ଳକ ର ଗାଈଗା ର ୱାର୍ଡ଼ ସଭ୍ୟା ଭବାନୀ ସାହୁ ଙ୍କ ସଭାପତିତ୍ୱ ରେ ଗାଈଗା ସ୍ଥିତ ଆମ୍ବ ବଗିଚା ରେ ଏକ ସାଧାରଣ ବୈଠକ ସୋମବାର ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଆଖପାଖ ଅଞ୍ଚଳରୁ ଶହ ଶହ ସଂଖ୍ୟାରେ ମହିଳା ଗୋଷ୍ଠୀ ଯୋଗଦାନ କରି ନିଜସ୍ୱ ମତ ପ୍ରକାଶ କରିଥିଲେ। କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ବିଧାୟକ ପ୍ରାର୍ଥୀନୀ ତଥା କଳାହାଣ୍ଡି ବିଜେଡି ଜିଲା ସଭାନେତ୍ରୀ ଲଳିତା ନାଏକଙ୍କୁ ଗାଈଗା ଗ୍ରାମ ପଞ୍ଚାୟତ ପକ୍ଷରୁ ବହୁ ମାତ୍ରାରେ ସମର୍ଥନ ଜଣାଇ ଏହି ବୈଠକ କରାଯାଇଥିଲା।ୱାର୍ଡ ସଭ୍ୟା ଭବାନୀ ସାହୁଙ୍କ ସଭାପତିତ୍ୱ ରେ ସଭା କାର୍ଯ୍ୟକ୍ରମଆରମ୍ଭ କରାଯାଥିଲା। କେସିଙ୍ଗା ବ୍ଲକର କେସିଙ୍ଗା ଏନ୍ ଏ ସି ସମେତ ୧୭ ଟି ଗ୍ରାମ ପଂଚାୟତ ସଦର ବିଧାନସଭା ଆସନ ରେ ମିଶିଥିବାରୁ କେସିଙ୍ଗା ର ମହତ୍ତ୍ଵ ରହିଛି।ସେହି ଦୃଷ୍ଟିରୁ ଲଳିତା ନାଏକଙ୍କୁ ଗାଈଗା ର ବିଭିନ୍ନ ମହିଳା ଗୋଷ୍ଠୀ ନିଜେ ନିଜେ ଗ୍ରାମରେ ବୈଠକ କରି କିପରି ନବୀନ ପଟ୍ଟନାୟକ ସ୍ୱସ୍ଛ ଓ ନିର୍ମଳ ଏବଂ୨୫ବର୍ଷ ର ସୁଶାନ କୁ ଆହୁରି ୫ବର୍ଷ ଯାଏ ସୁଶାସନ କରାଯିବ ସେଥିପାଇଁ ବିଜୁ ଜନତାଦଳ ର ଜିଲା ମହିଳା ସଭାନେତ୍ରୀ ଙ୍କୁ ବହୁ ସଂଖ୍ୟାରେ ଭୋଟ ଦେଇ ଜିତାଇବା ପାଇଁ ଉଦ୍ୟମ ଜାରି ରଖିଛନ୍ତି।ଏହି ପରିପ୍ରେକ୍ଷୀରେ ଗାଈଗା ର ସମସ୍ତ ମହିଳା ଗୋଷ୍ଠୀ ଗ୍ରାମର ଆମ୍ବ ବଗିଚା ରେ ବୈଠକ ଡାକି ଲଳିତା ନାଏକ ଙ୍କୁ ଜିତାଇବା ପାଇଁ କଳସ ସ୍ଥାପନ କରି ଶପଥ କରିଥିଲେ। ଲଳିତା ନାଏକ ଭବାନୀପାଟଣା ମୁନ୍ସୀପାଲଟି ଅଧକ୍ଷ୍ୟା ଥିବା ସମୟରେ ପ୍ରତ୍ୟେକ ୱାର୍ଡ ର ଗରିବ ଠାରୁ ଧନୀ ଶ୍ରେଣୀ ର ଲୋକଙ୍କ ସମସ୍ୟା ବୁଝି ସମାଧାନ କରୁଥିଲେ।ଦିର୍ଘ ଦିନ ଧରି ଭବାନୀପାଟଣା ସହର ସବୁଜ ସୁନ୍ଦରକରି ଲୋକଙ୍କୁ ପାନୀୟଜଳ, ରାସ୍ତା ଘାଟ,ଡ୍ରେନ,ଆବାସ ଯୋଜନା ,ବୁଢ଼ାବୁଢୀଙ୍କୁ ବାର୍ଦ୍ଧକ୍ୟ ଭର୍ତ୍ତା, ବିଧବା ଭର୍ତ୍ତା ଇତ୍ୟାଦି ଯୋଜନା ରେ ସାମିଲ କରି ସୁବିଧା କରୁଥିଲେ ବୋଲି ୱାର୍ଡ ସଭ୍ୟା ଭବାନୀ ସାହୁ ତାଙ୍କ ବକ୍ତବ୍ୟ ରେ ପ୍ରକାଶ କରିଥିଲେ। ଆଗାମୀ ୨୦୨୪ନିର୍ବାଚନରେ ଲଳିତା ନାଏକ ଙ୍କୁ ବିଜୟୀ କରିବା ପାଇଁ ମହିଳା ଗୋଷ୍ଠୀ ଓ ଗ୍ରାମବାସୀ ମାନେ ରଣନୀତି ପ୍ରସ୍ତୁତ କରି ଥିଲେ । ଗ୍ରାମରେ ଥିବା ସମସ୍ତ ମହିଳା ଗୋଷ୍ଠୀ ର ସଭାନେତ୍ରୀ, ସମ୍ପାଦିକା, ସଭ୍ୟା ବୃନ୍ଦମାନେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ବିଭିନ୍ନ ଉନ୍ନୟନ ମୁକଳ କାର୍ଯ୍ୟ ଓ ଅଗ୍ରଗତି ଏବଂ ବିକାଶ ରଥ କୁ ଆଗକୁ ବଢ଼ାଇବା ରେ ସାହାଯ୍ୟ କରିବା ପାଇଁ ଏହି କାର୍ଯ୍ୟକ୍ରମ ରେ ଆଲୋଚନା କରିଥିଲେ।ଗ୍ରାମରେ ରେ ପାନୀୟଜଳ, ରାସ୍ତା ଘାଟ, ବିଭିନ୍ନ ସମସ୍ୟାର ସମାଧାନ ସହ କିପରି ବିଭିନ୍ନ ଉନ୍ନୟନ କାର୍ଯ୍ୟକ୍ରମ ରେ ଅଗ୍ରଗତିଓ ବିକାଶ ଉପରେ ମଧ୍ୟ ଆଲୋଚନା କରିଥିଲେ। ଏହି ବୈଠକରେ ବୈଜୟନ୍ତି ସୁନା,ଦୟା ଶବର,ରେଖା କରୁଆଁ,କର ଶବର,ପ୍ରତିମା ସାହୁ,ଶାନ୍ତିଲତା ସାହୁ, ସବିତା ସାହୁ,ଝଟକ ସାହୁ ପ୍ରମୁଖ ବିଜେଡି ସମର୍ଥକ କର୍ମୀ ମାନେ ଉପସ୍ଥିତ ଥିଲେ।

0
0
0
s2sdefault