ହେଡଲାଇନସ୍:

ପି.ଏମ.ଜି.ଏସ.ୱାଇ - ଗ୍ରାମ୍ୟ ସଡକ ଯୋଜନାର ଉନ୍ନତକରଣ ପାଇଁ ସ୍ୱତନ୍ତ୍ର ଭାବେ ଜିଲ୍ଲା ପରିଷଦ ବୈଠକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାରେ ବିଭିନ୍ନ ଗ୍ରାମାଞ୍ଚଳରେ ଝଡ ବାତ୍ୟା ତିତଲିର ପ୍ରଭାବରେ ଜିଲ୍ଲା ଆର୍‍.ଡି ବିଭାଗ ଅଧିନରେ ନିର୍ମାଣ ହୋଇଥିବା ୩୦୦ରୁ ଅଧିକ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା ରାସ୍ତା ସମ୍ପୁର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି ।ଏହି ସବୁ ରାସ୍ତା ଗୁଡିକର ଓସାରିଆ ଓ ପୁନରୁଦ୍ଧାର ନିର୍ମାଣ କାର୍ଯ୍ୟ କରାଯିବା ନିମନ୍ତେ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ପି.ଏମ.ଜି.ଏସ.ଵାଇ ଗ୍ରାମ୍ୟ ସଡକ ଯୋଜନା- ୨ ଉପରେ ସ୍ୱତନ୍ତ୍ର ଭାବେ ଏକ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅନିତା ରାଣୀ ବେହେରାଙ୍କ ସଭାପତିତ୍ୱରେ ଏହି ବୈଠକରେ ଜିଲ୍ଲାପାଳ ଅନୁପମ ସାହା ଯୋଗଦେଇ ଜିଲ୍ଲାର ଦୁଇଟି ଆର.ଡି ଡିଭିଜନ ବିଭାଗ ପକ୍ଷରୁ ପ୍ରସ୍ତାବିତ ୨୩ଗୋଟି ରାସ୍ତାର ୨୪୭.୨ କିଲୋମିଟର ଦୂରତା ପର୍ଯ୍ୟନ୍ତ ରାସ୍ତାର ଅନୁମୋଦନ କରିଥିଲେ । ଅନ୍ୟ ପକ୍ଷରେ ତିତଲି ପ୍ରଭାବରେ ଶତାଧିକ ରାସ୍ତାର ସ୍ଥିତି ଉପରେ ଅବଗତ ହୋଇ ଏବଂ ରାସ୍ତା ଗୁଡିକର ଉନ୍ନତିକରଣ ଦିଗରେ ପ୍ରସ୍ତାବିତ ରାସ୍ତା ନିର୍ମାଣ କାର୍ଯ୍ୟର ଅନୁମୋଦନ କରି ଯୁଦ୍ଧକାଳୀନ ଭିତ୍ତିରେ ସମସ୍ତ ନିର୍ମାଣ କାର୍ଯ୍ୟକୁ ଆବଶ୍ୟକ ସ୍ଥଳେ ବ୍ୟାପକ ମେସିନାରୀ ଲଗାଇ କାର୍ଯ୍ୟ ସମ୍ପାଦନ କରି ଅଞ୍ଚଳବାସୀଙ୍କ ଆସ୍ତାଭାବ ହେବାକୁ କହିଥିଲେ । ବୈଠକରେ ପାରଳାଖେମୁଣ୍ଡି ଆର ଡି କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀଧର ନାୟକ ଏବଂ ମୋହନା ଆର ଡି କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ରବିନ୍ଦ୍ର ବେହେରା ଯୋଗଦେଇ ବୈଠକରେ ତାପùର୍ଯ୍ୟ ଉପରେ କହି ରାସ୍ତା ନିର୍ମାଣର ସୂଚନା ଦେଇଥିଲେ । ଏଠାରେ ସୂଚନାଯୋଗ୍ୟ ଯେ ଜିଲ୍ଲାର ସମସ୍ତ ୭ଗୋଟି ବ୍ଲକ ଅଞ୍ଚଳରେ ୧୨କିମି ଆର ଡି ରାସ୍ତାର ଓସାରିଆ, ମରାମତି ପ୍ରଭୃତିର ଉନ୍ନତକରଣ କରାଯିବ ଏହି ଜିଲ୍ଲା ଗ୍ରାମ୍ୟରାସ୍ତା ଯୋଜନା-୨ରେ । ପୁଣି ଏଥିପାଇଁ ପ୍ରତି ବ୍ଲକାଞ୍ଚଳରୁ ୩୬କିମି ଦୂରତା ହିସାବରେ ବୈଠକରେ ଯନ୍ତ୍ରୀ, ପଞ୍ଚାୟତରାଜ ପ୍ରତିନିଧି,ବ୍ଲକ ଅଧ୍ୟକ୍ଷା ଏବଂ ବିଧାୟକ ମାନଙ୍କ ଉପସ୍ଥିତିରେ ଅନୁମୋଦନ ହୋଇ ସେହି ୩୬ କିମି ମଧ୍ୟରୁ ୧୨କିମି ଦୂରତା ରାସ୍ତା ଅଧିକ ଆବଶ୍ୟକ, ତାହା ନିର୍ମାଣ କରାଯିବା ଉପରେ ଗୁରୁତ୍ୱ ଦିଆଯାଇଛି । ଅନ୍ୟମାନଙ୍କ ମଧ୍ୟରେ ଏହି ବୈଠକ କାର୍ଯ୍ୟକ୍ରମରେ ପାରଳା ବିଧାୟକ କେ.ସୁର୍ଯ୍ୟରାଓ, ମୋହନା ବିଧାୟିକା ବାସନ୍ତି ମଲ୍ଲିକ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଆର ବିଜୟ କୁମାର ଏବଂ ଡିଆରଡିଏର ଇନ୍‍ଚାର୍ଜ ପ୍ରକଳ୍ପ ନିର୍ଦ୍ଦେଶକ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଚଞ୍ଚଳ ରାଣା ପ୍ରମୁଖ ମଞ୍ଚାସୀନ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

0
0
0
s2sdefault