ହେଡଲାଇନସ୍:

ଓଡଗାଁରେ ମୁଁ ହିରୋ ମୁଁ ଓଡିଶା କାର୍ଯ୍ୟକ୍ରମ 

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ଓଡ଼ଗାଁ/ ଶ୍ରୀକାନ୍ତ କୁମାର ମିଶ୍ର : ଯୁବକ ମାନଙ୍କ ମଧ୍ୟରେ ଲୁଚି ରହିଥିବା ଅସାଧାରଣ ପ୍ରତିଭାର ଅନ୍ୱେଷଣ ଓ ବିକାଶ କରିବା ଉଦେଶ୍ୟରେ ସ୍ଥାନୀୟ ମିନି ଷ୍ଟାଡିୟମ ଠାରେ ବିଜୁ ଯୁବ ବାହିନି ତରଫରୁ ମୁଁ ହିରୋ ମୁଁ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ  ହୋଇଯାଇଛି । ମୁଖ୍ୟ ମନ୍ତ୍ରୀ ନବିନ ପଟ୍ଟନାୟକ ଜିନ୍ଦାବାଦ, ଅରୁଣ ସାହୁ ଜିନ୍ଦାବାଦ, ବିଜୁପଟ୍ଟନାୟକ ଅମର ରହେ ନାରା ଦେଇ ଶହଶ୍ରାଧିକ ଯୁବକ ଶ୍ରୀରଘୁନାଥଙ୍କ ମନ୍ଦିର ଠାରୁ ଏକ ଶୋଭାଯାତ୍ରରେ ବାହାରି ସଭା ସ୍ଥଳରେ ପହଁଚିଥିଲେ । ବିଡିଓ ମନୋଜ ପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ନୟାଗଡ ବିଧାୟକ ଅରୁଣ କୁମାର ସାହୁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଯୁବବାହିନିର ପ୍ରତ୍ୟେକ ସଦଶ୍ୟ କୈାଣସୀନା କୈାଣସି କ୍ଷେତ୍ରରେ ଭଲ କାର୍ଯ୍ୟକରି ନିଜକୁ ହିରୋ ହେବାର ଚେଷ୍ଟା ଜାରି ରଖିଲେ ବିଜୁ ଯୁବ ବାହୀନିର ଲକ୍ଷ ହାସଲ ହୋଇପାରିବ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରଣପୁର ବିଧାୟକ ରବିନାରାୟଣ ମହାପାତ୍ର, ଜିଲ୍ଲାପାଳ ଏନ୍ ତିରୁମାଲା ନାୟକ, ଏସ ପି ଶଶୀଭୁଷଣ ଶତପଥି, ଜିଲ୍ଲା ପରିଷଦ ସଭ୍ୟ ଲୋକନାଥ ସାହୁ, ବ୍ଲକ ଅଧ୍ୟକ୍ଷା ମମତା ବେହେରା, ଉପାଧ୍ୟକ୍ଷା ବିରଜା ଲକ୍ଷ୍ମୀ ସାହୁ ଏବଂ ଜିଲ୍ଲ କ୍ରୀଡା ଅଧିକାରୀ ସୁଜାତା ସାହୁ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ପୁରୀ ରଥଯାତ୍ରା ଓ ତିତିଲ ବାତ୍ୟାରେ ବିଜୁ ଯୁବବାହିନିର କାର୍ଯ୍ୟକୁ ପ୍ରସଂସା କରିଥିଲେ । ଯୁବ ବାହିନିର ଉଦେଶ୍ୟ ସମ୍ପର୍କରେ ଚଳଚିତ୍ର ମାଧ୍ୟମରେ ଉପସ୍ଥିତ ସଦଶ୍ୟମାନଙ୍କୁ ମୁଖ୍ୟମନ୍ତ୍ରୀ ଉତ୍ସାହିତ କରିଥିଲେ । ବିଜୁ ଜୁବବାହିନି ତରଫରୁ ମଂଚାସୀନ ଅତିଥି ମାନଙ୍କୁ ଘଂଟା, ଛତା ଓ ଟି ସାର୍ଟ ଉପହାର ସ୍ୱରୁପ ପ୍ରଦାନ କରାଯାଇଥିଲା । ଏହିକାର୍ଯ୍ୟକ୍ରମ ବିଜୁ ଯୁବ ବାହିନୀ  ମାନଙ୍କ ଦ୍ୱାରା ଆୟୋଜିତ ହୋଇଥିବା ବେଳେ ଜିଲ୍ଲା, ବ୍ଲକ କିିମ୍ବା ଏନଏସି ସ୍ତରୀୟ କୈାଣସି ସଦସ୍ୟଙ୍କୁ ମଂଚାସିନ ସୁଯୋଗ ମିଳିନଥିଲା । ଏମିତିକି କାର୍ଯ୍ୟକ୍ରମ ନିମନ୍ତେ ମଞ୍ଜୁର ଅର୍ଥ ପରିମାଣ ସମ୍ପର୍କରେ ଜିଲ୍ଲା କୋଡିନେଟର ସାମ୍ବାଦିକଙ୍କ ପ୍ରଶ୍ନର ଉତର ଦେଇପାରି ନଥିଲେ । ମଧ୍ୟାନ୍ନ ବିରତି ପରେ ମନୋରଞ୍ଜନ ପାଇଁ ମେଲୋଡି କାର୍ଯ୍ୟକ୍ରମ ଅନୁଷ୍ଠିତ  ହୋଇଥିଲା ।

0
0
0
s2sdefault