କୁଲତା ସମାଜ ବାର୍ଷିକ ଶାରଦିୟ ଉତ୍ସବ
ବଲାଙ୍ଗିର/Niroj Mishra - ଆପଣମାନଙ୍କର ଏକତା ଦ୍ୱାରା ଆପଣମାନେ ନିଜର ସାମାଜିକ ସ୍ଥିତି ବଜାୟ ରଖିବା ସହିତ ଅଞ୍ଚଳର ବିକାଶରେ ମଧ୍ୟ ହାତ ବଢାଉଛନ୍ତି । ଆଜିର ଏହି ସମାବେଶ ଦ୍ୱାରା ଯେ କେବଳ ଆପଣମାନେ ଆପଣଙ୍କ ଚିନ୍ତା କରୁଛନ୍ତି ଏହା ନୁହେଁ ଏହା ସହିତ ଏଠାରେ ଉପସ୍ଥିତ ଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ସାମୁହିକ ବିକାଶ ପ୍ରତି ସହଯୋଗ କରୁଛନ୍ତି । ଏହି ସମାବେଶ ତାର ଉଦାହରଣ । ଏପରି ମନୋଭାବ ଦ୍ୱାରା ହିଁ ଆମେ ଅଞ୍ଚଳର ବିକାଶ କରିପାରିବା ବୋଲିି ଆଜି ବଲାଙ୍ଗିର ସଦର ବ୍ଲକ ସ୍ଥିତ ହର୍ଡାଟାଲ ଗ୍ରାମର ରାମ ଚଣ୍ଡି ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଥିବା କୁଲୁତା ସମାଜର ଶାରଦିୟ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ଥାନୀୟ ବିଧାୟକ ତଥା ରାଜ୍ୟ ବିରୋଧି ଦଳ ନେତା ନରସିଂହ ମିଶ୍ର କହିଛନ୍ତି । ଆହୁରି ମଧ୍ୟ ସେ କହିଛନ୍ତି ବିକାଶ କ୍ଷେତ୍ରରେ ବଲାଙ୍ଗିର ଏକ ବିରାଟ ପରିବର୍ତ୍ତନ ଆଡକୁ ମୁହାଉଛି । ଦିନ ଥିଲା ବଲାଙ୍ଗିରରେ ଅନ୍ଧାରର ରାଜୁତି ·ଲୁଥିଲା କିନ୍ତୁ ବର୍ତ୍ତମାନ ଆଉ ସେ ଦିନ ନାହିଁ । ଧିରେ ଧିରେ ଅନ୍ଧକାର ହଟିଯିବାକୁ ବସିଲାଣି । ଆପଣମାନେ ଏକତ୍ରିତ ହୁଅନ୍ତୁ । ନିଜ ଭିତରେ ଏକତା ଓ ଭାଇଚାରା ସୃଷ୍ଟି କରନ୍ତୁ । ଆମେ ନିଶ୍ଚୟ ବହୁତ ଶିଘ୍ର ବିକାଶ ଦିଗରେ ବଲାଙ୍ଗିରକୁ ଏକ ନୂତନ ଆଲୋକ ପ୍ରଦାନ କରିବା । ଆଜିର ଏହି ଉସôବରେ କୁଲୁତା ସମାଜ ପାଇଁ ବିଧାୟକ ଉନ୍ନୟନ ପାଣ୍ଠିରୁ ନିର୍ମିତ ହୋଇଥିବା ଏକ ସଭାଗୃହର ଶୁଭ ଉଦ୍ଘାଟନ ଶ୍ରୀ ମିଶ୍ର କରିଥିଲେ । ପରେ ପରେ ହର୍ଡାଟାଲ ଅଞ୍ଚଳ ପାଇଁ ଏକ କଲ୍ୟାଣ ମଣ୍ଡପର ମଧ୍ୟ ଭୂମି ପୂଜନ ଶ୍ରୀ ମିଶ୍ରଙ୍କ କରକମଳରେ ହୋଇଥିଲା । ଏ ଅବସରରେ ସ୍ଥାନୀୟ ସରପଞ୍ଚକୁ ସେ ଧନ୍ୟବାଦ ଜଣାଇଥିଲେ । କୁଲୁତା ସମାଜ ତରଫରୁ ବିଧାୟକ ଶ୍ରୀ ମିଶ୍ରଙ୍କ ଅବଦାନ ପାଇଁ ତାଙ୍କୁ ମାନପତ୍ର ଓ ଉପଢୈାକନ ଦେଇ ସମ୍ମାନିତ କରାଯାଇଥିଲା । ସମ୍ବର୍ଦ୍ଧନା ପ୍ରତି ଉତ୍ତରରେ ଶ୍ରୀ ମିଶ୍ର କହିଥିଲେ କୁଲୁତା ସମାଜର ଲୋକ ସବୁବେଳେ ତାଙ୍କ ସହିତ ଅଛନ୍ତି । ସ୍ୱର୍ଗତ ଅରକ୍ଷିତ ଭୋଇଙ୍କ ଅମଳରୁ ସେ ନିଜେ କୁଲୁତା ସମାଜର ପ୍ରତ୍ୟେକ କାର୍ଯ୍ୟକ୍ରମରେ ଜଡିତ ଅଛନ୍ତି । ତାଙ୍କର ସୁପୁତ୍ର ଭରତ ଭୋଇ ମଧ୍ୟ ସମାଜର ଉନ୍ନତି ପାଇଁ ଯେତେବେଳେ ଯାହା କହିଛନ୍ତି ତାହାକୁ ସେ ଅକ୍ଷର ଅକ୍ଷରରେ ପାଳନ କରିଛନ୍ତି । ତେଣୁ କୁଲୁୁତା ସମାଜ ଏକତ୍ରିତ ହୋଇ ସମାଜର ସାମୁହିକ ଉନ୍ନତି ପାଇଁ ଯେତେବେଳେ ବି ଉଦ୍ୟମ କରିବେ ସେ ନିଜେ ତାଙ୍କ ସହିତ ସଦାବେଳେ ଅଛନ୍ତି ବୋଲି ସେ ପ୍ରତିଶୃତି ଦେଇଥିଲେ । ସଭାରେ ସେ ଜିଲ୍ଲାର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ କହିବା ସହ ଆଗାମୀ ଦିନରେ ଯେମିତି ହର୍ଡାଟାଲ କେବଳ ନୁହେଁ ସମଗ୍ର ବଲାଙ୍ଗିର ବିକାଶ ଦିଗରେ ଏକ ନୂତନ ଉଦାହରଣ ସୃଷ୍ଟି କରିପାରିବ ସେ ଦିଗରେ ସମସ୍ତଙ୍କ ଯୋଗଦାନ ନିହାତି ଜରୁରୀ ବୋଲି ଶ୍ରୀ ମିଶ୍ର ମତବ୍ୟକ୍ତ କରିଥିଲେ ।