ହେଡଲାଇନସ୍:

ମୟୁରଭଞ ଜିଲା ପରିଷଦର ସ୍ୱତନ୍ତ୍ର ବୈଠକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା- ମୟୁରଭଞ ଜିଲାର ସମସ୍ତ ୨୬ ଗୋଟି ବ୍ଲକ ଅଞ୍ଚଳରେ ଗ୍ରାମ୍ୟ ଉନ୍ନୟନ (ଆର ଡି ) ବିଭାଗ ତତ୍ତ୍ୱାବଧାନରେ ଗ୍ରାମ୍ୟ ସଡକ ଉନ୍ନତିକରଣ ସକାଶେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା ୨ ୟ ପର୍ଯ୍ୟାୟ କାର୍ଯ୍ୟଖସଡା ଚଳିତ ବର୍ଷରୁ ତିନି ବର୍ଷ ପାଇଁ ପ୍ରସ୍ତୁତି ଓ କାର୍ଯ୍ୟକାରୀତା ସଂପର୍କିତ ଜିଲା ପରିଷଦର ଏକ ସ୍ୱତନ୍ତ୍ର ବୈଠକ ସ୍ଥାନୀୟ ପ୍ରୟାସ ସମ୍ମୀଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଅଛି । ମୟୁରଭଞ ଜିଲା ପରିଷଦର ଅଧ୍ୟକ୍ଷା ସୁଜାତା ମୁର୍ମୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସ୍ୱତନ୍ତ୍ର ବୈଠକରେ ରାଜ୍ୟସଭା ସାଂସାଦ ସରୋଜିନୀ ହେମ୍ବ୍ରମ , ବାଙ୍ଗିରିପୋଷି ବିଧାୟକ ସୁଦାମ ମାରାଣ୍ଡି , ମୋରଡା ବିଧାୟକ ପ୍ରବୀଣଚନ୍ଦ୍ର ଭଞଦେଓ , ରାଇରଙ୍ଗପୁର ବିଧାୟକ ସାଇବା ସୁଶୀଲ ହାଁସଦା , ଜିଲା ପରିଷଦ ଉପାଧକ୍ଷ ନରେଶ ଚନ୍ଦ୍ର ସାହୁ ,ଜିଲାପାଳ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ମୟୁରଭଞ ବିନୀତ ଭରଦ୍ୱାଜ ,ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ତୁସାରକାନ୍ତି ମହାନ୍ତି ପ୍ରମୁଖଙ୍କ ସମେତ ଜିଲା ପରିଷଦର ଅଧ୍ୟକ୍ଷ ଅଧ୍ୟକ୍ଷା , ବାରିପଦା , ରାଇରଙ୍ଗପୁର , କରଞିଆ ଗ୍ରାମ୍ୟଉନ୍ନୟନ ଡିଭିଜନ ନିର୍ବାହୀ ଯନ୍ତ୍ରୀ ଯଥାକ୍ରମେ ଇଂ ସୁକାନ୍ତ କୁମାର ବେହେରା , ଇଂ ଶୁଶୀଲ ଚନ୍ଦ୍ର ସାମନ୍ତରାୟ ଓ ଇଂ ଦୁର୍ଗା ପ୍ରସାଦ କରଣ ଏବଂ ସଂପୃକ୍ତ ଲାଇନ ବିଭାଗ ପଦାଧିକାରୀମାନେ ଯୋଗଦେଇ ଆଲୋଚନାରେ ସକ୍ରୀୟଅଂଶ ଗ୍ରହଣ କରି ମତପୋଷଣ କରିଥିଲେ । ବେଠକରେ ବିଶେଷକରି ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ ଗାଇଡ ଲାଇନ ଅନୁସାରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା (ପିଏମଜିଏସଓ୍ୟାଇ) ୨ ୟ ପର୍ଯ୍ୟାୟରେ ଜିଲାର ଗ୍ରାମ୍ୟ ସଡକ ଉନ୍ନତିକରଣ ପାଇଁ ବାରିପଦା , ରାଇରଙ୍ଗପୁର ଓ କରଞିଆ ଗ୍ରାମ୍ୟ ଉନ୍ନୟନ ବିଭାଜନ ତତ୍ତ୍ୱାବଧାନରେ ପ୍ରସ୍ତୁତ କରାଯାଇଥିବା ଜିଲା ଗ୍ରାମ୍ୟ ସଡକ ଯୋଜନା (ଡିଆରଆରପି) କାର୍ଯ୍ୟଖସଡା ବିଭିନ୍ନ ଦିଗ ଉପରେ ଆଲୋଚନା କରାଯିବା ସହିତ ଏହାର କାର୍ଯ୍ୟକାରୀତା ଦିଗରେ ଅଗ୍ରାଧିକାର ଭିତ୍ତିରେ ସଡକର ଉନ୍ନତିକରଣ କରାଯିବା ପାଇଁ ଗୁରୁତ୍ୱ ଆରୋପ କରାଯାଇଥିଲା । ଏହି ଯୋଜନା କାର୍ଯ୍ୟାନ୍ୱୟନର ଗାଇଡଲାଇନ ଅନୁସାରେ ଯେଉଁ ସଡକ ଦଶ ବର୍ଷରୁ ଉଦ୍ଧ୍ୱର୍ ହୋଇଥିବ ସଡକରେ ଯାନବାହାନର ଚଳାଚଳର ଗତି ୨୦ କିଲୋମିଟର ସିମିତ ବେଗରେ ରହୁଥିବ ଏବଂ ସଂଯୋଗ କରୁଥିବା ସଡକ ମୁଖ୍ୟ ସ୍ଥାନରେ ଶିକ୍ଷାନୁଷ୍ଠାନ , ସ୍ୱାସ୍ଥ୍ୟକେନ୍ଦ୍ର , ହାଟବଜାର , ମାର୍କେଟ କମ୍ପେ୍ଲକ୍ସ , ବିଦ୍ୟୁତ ଓ ଗମାନ ଗମନ ଆଦିର ସୁବିଧା ଉପଲବ୍ଧ ଥିବା ଜିଲାର ତିନି ଆରଡି ଡିଭିଜନ ଓ୍ୟାରି ପ୍ରସ୍ତୁତ କରାଯାଇଥିବା ସିୟୁସିପିଏଲ ଓ କ୍ୟାଣ୍ଡିଡେଟ ରୋଡ ତାଲିକା ସଂପକର୍ତି ଆରଡି ଡିଭିଜନର ସଂପୃକ୍ତ ନିର୍ବାହୀ ଯନ୍ତ୍ରୀ ଓ ଉପନିର୍ବାହୀ ଯନ୍ତ୍ରୀମାନେ ସବିଶେଷ ସୁଚାଇଥିଲେ । ଏ ସଂପର୍କିତ ବୈଠକରେ ଉପସ୍ଥିତ ପଞ୍ଚାୟତ ସମିତି ଅଧ୍ୟକ୍ଷ ଅଧ୍ୟକ୍ଷା , ଜିଲାପରିଷଦର ସଦସ୍ୟ ସଦସ୍ୟା , ଉପାଧକ୍ଷ , ଅଧ୍ୟକ୍ଷ , ବିଧାୟକ , ସାଂସଦଙ୍କ ଦ୍ୱାରା ଉତ୍ଥାପିତ ଆପତ୍ତି ଅଭିଯୋଗ ଉପରେ ପଙ୍ଖାନୁପଙ୍ଖ ଆଲୋଚନା ପୂର୍ବକ ପ୍ରତି ବ୍ଲକରେ ୧୨ କିଲୋମିଟର ପ୍ରତିବର୍ଷ ଗ୍ରାମ୍ୟ ସଡକ ଉନ୍ନତିକରଣ ସକାଶେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା ୨ ୟ ପର୍ଯ୍ୟାୟରେ ତିନିବର୍ଷ ପାଇଁ କାର୍ଯ୍ୟକାରିତା ଲକ୍ଷ୍ୟଧାର୍ଯ୍ୟ ଥାଇ ପ୍ରସ୍ତୁତ କାର୍ଯ୍ୟଖସଡା ଅନୁମୋଦନ ନିମନ୍ତେ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା । ଅନ୍ୟାନ୍ୟ ପ୍ରସଙ୍ଗ କ୍ରମରେ ଜିଲା ଗ୍ରାମାଞ୍ଚଳରେ ଗମନା ଗମନର ଅସୁବିଧା ଥିବା ଗ୍ରାମ ଓ ବସ୍ତିରେ ରାସ୍ତା ନିର୍ମାଣ , ଜଙ୍ଗଲ ବସ୍ତି ଅଞ୍ଚଳକୁ ରାସ୍ତା ଓ ପୋଲ ନିର୍ମାଣ କରାଯିବା ଏବଂ ବିଶେଷକରି ସିମାନ୍ତ ବ୍ଲକ ଅଞ୍ଚଳର ଗ୍ରାମ୍ୟ ରାସ୍ତା ସଂଯୋଗିକରଣନେଇ ବୈଠକରେ ଆଲୋଚନା କରାଯାଇଥିଲା ।

0
0
0
s2sdefault