ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଵିକାଶମୂଳକ ଯୋଜନା ମାଧ୍ୟମରେ ପଞ୍ଚାୟତର ଵିକାଶ ସମ୍ଭବ ହୋଇପାରିଛି - ବିଧାୟକ ପ୍ରତାପ ଜେନା l
(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ନିଶ୍ଚିନ୍ତକୋଇଲି ବ୍ଳକ ବୁହାଳୋ ପଂଚାୟତ ଗୋଲଡ଼େନ କ୍ଲବ ନିକଟରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ସରପଞ୍ଚ ରମାକାନ୍ତ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ଯୋଗଦେଇ ପାନୀୟ ଜଳ ପ୍ରକଳ୍ପ, ଉପସାସ୍ଥ୍ୟ କେନ୍ଦ୍ର ଉଦଘାଟନ କରିବା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶମୂଳକ ଶାସନରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ମାଧ୍ୟମରେ ପଞ୍ଚାୟତର ବିକାଶ ସମ୍ଭବ ହୋଇପାରିଛି ବୋଲି ପ୍ରକାଶ କରିବା ସହିତ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଇଥିଲେ । ଏହି ଅବସରରେ ବିଧାୟକ ଶ୍ରୀ ଜେନା ବରିଷ୍ଠ ନାଗରିକ, ଆଶା, ଅଙ୍ଗନୱାଡ଼ି କର୍ମୀ,ଏସଏଚଜି ମହିଳା ମାନଙ୍କୁ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିବା ସହିତ କୃତୀ ଛାତ୍ର ଛାତ୍ରୀମାନଙ୍କୁ ଟ୍ରଫି ଏବଂ ସାର୍ଟିଫିକେଟ ପ୍ରଦାନ କରିଥିଲେ l ଏହାଛଡା ପ୍ରତ୍ୟେକ ୱାର୍ଡରେ ଆଲୋକୀକରଣ, ଧର୍ମାନୁଷ୍ଠାନ ଓ ସ୍କୁଲ ଗୁଡିକର ରୂପାନ୍ତୀକରଣ, ରାସ୍ତାଘାଟର ଉନ୍ନତିକରଣ,ରେସନ କାର୍ଡ଼ ମାଧ୍ୟମରେ ବ୍ୟାଗ୍ ଏବଂ ୧ହଜାର ଟଙ୍କା ପ୍ରଦାନ,ବିଜୁ ସାସ୍ଥ୍ୟ କଲ୍ୟାଣ ଯୋଜନା ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିଥିଲେ l ଏଥିରେ ସମ୍ମାନୀତ ଅତିଥି ଭାବେ ବିଡିଓ ଧର୍ମରଂଜନ ପଣ୍ଡା, ସିଡିପିଓ ସତ୍ୟଭାମା ବିଶୋଇ, ବ୍ଳକ ଅଧ୍ୟକ୍ଷା ରୋଜି ସେଠି , ଉପାଧ୍ୟକ୍ଷ ଅଶୋକ କୁମାର ଓଝା, ଜିଲ୍ଲାପରିଷଦ ସଭ୍ୟା ଜସ୍ମିତା ସେଠୀ, ବିଜେଡି କୃଷକ ସଂଗଠନର ସଭାପତି ଜ୍ୟୋତି ପ୍ରକାଶ ସାଇଁ, ପୂର୍ବତନ ସରପଞ୍ଚ ମାୟାଧର ପରିଡ଼ା,ପ୍ରମୋଦ ସାଇଁ, ଆଶିଷ ସାହୁ,ଅଚ୍ୟୁତାନନ୍ଦ ସାହୁ ପ୍ରମୁଖ ଙ୍କ ସମେତ ହଜାର ହଜାର ସଂଖ୍ୟାରେ ଜନସାଧାରଣ ଯୋଗ ଦେଇଥିଲେ l ଶେଷରେ ସରପଞ୍ଚ ରମାକାନ୍ତ ମହାନ୍ତି ଏବଂ ଗ୍ରାମବାସୀ ପଞ୍ଚାୟତର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଧାୟକ ପ୍ରତାପ ଜେନା ଙ୍କୁ ଧନ୍ୟବାଦ ଜଣାଇଥିଲେ l







