ରାଉରକେଲା, (ବସନ୍ତ କୁମାର ଜେନା): ବରିଷ୍ଠ କଂଗ୍ରେସ ନେତା ରବି ରାୟଙ୍କୁ ଦ୍ବିତୀୟ ଥର ଲାଗି ଜିଲ୍ଲା କଂଗ୍ରେସର ସଭାପତି ଭାବେ ଦାୟିତ୍ବ ଦିଆଯାଇଥିବାରୁ କଂଗ୍ରେସ ମହଲରେ ଆନନ୍ଦ ପରିଲକ୍ଷିତ ହୋଇଛି। ଏଥିପାଇଁ ଶ୍ରୀ ରାୟଙ୍କୁ ସ୍ବାଗତ କରିବା ପାଇଁ କଂଗ୍ରେସ ଭବନ ଠାରେ ଦଳର ପ୍ରମୁଖ ନେତାମାନେ ଏକଜୁଟ ହୋଇ ଶ୍ରୀ ରାୟଙ୍କୁ ପୁଷ୍ପଗୁଛ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ। ବରିଷ୍ଠ ନେତା ସନ୍ତୋଷ ବିଶ୍ବାଳ ଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରାକ୍ତନ ବିଧାୟକ ପ୍ରଭାତ ମହାପାତ୍ର, ବିରେନ ସେନାପତି, ଗଣେଶ ପ୍ରଧାନ,ସବୀର ହୁସେନ, ଦେବବ୍ରତ ବିହାରୀ, ପ୍ରଭାତୀ ମିଶ୍ର,ସବିର ହୁସେନ, ବାଦଲ ଶ୍ରୀଚନ୍ଦନ, ଗୋପାଳ ଦାସ,ଆର ପି ସିଂ, ସୁନୀଲ ପଟ୍ଟନାୟକ,ଇଜାଜ ଅଖତର,ସରୋଜ ଲେଙ୍କା, ଏମଡି ସଲ୍ଲାଲୁଦିନ ଖାନ୍, ଦିଲ୍ଲିପ ଜେନା, ରାଜଲକ୍ଷ୍ମୀ ପାତ୍ର,ରାଜେଶ ଟପ୍ପୋ, ଗଜେନ୍ଦ୍ର ତନ୍ତୀ, ଲତା ନାୟକ, ନାରାୟଣ ବାରିକ, ବିନୋଦ ରାଉତ, ବନମାଳୀ ବିଶୋଇ, ଗୀତା ସିଂ, କୀର୍ତ୍ତନ ଙ୍କ ସମେତ ଶତାଧିକ କର୍ମୀ ଉପସ୍ଥିତ ରହି ଶ୍ରୀ ରାୟଙ୍କୁ ସ୍ବାଗତ କରିଥିଲେ। ସମ୍ବର୍ଦ୍ଧନା ପ୍ରତ୍ୟୁତ୍ତରରେ ଶ୍ରୀ ରାୟ ସମସ୍ତଙ୍କ ମଧ୍ୟରେ ଭାଇଚାରା ଓ ଐକ୍ୟବଦ୍ଧ ଏଥିପାଇଁ ସେ ସମସ୍ତଙ୍କର ସହଯୋଗ ଲୋଡ଼ିଥିଲେ। ସଂଗଠନକୁ ସୁଦୃଢ କରିବା ପାଇଁ ବିଭିନ୍ନ ପ୍ରସ୍ତାବ ଆସିଥିଲା। ତେବେ ଆଉ ଅଳ୍ପଦିନ ନିର୍ବାଚନ ଥିବାରୁ ଏହା ତାଙ୍କ ପାଇଁ ଆହ୍ବାନ ବୋଲି ଶ୍ରୀ ରାୟ କହିଥିଲେ। ତେବେ ସମସ୍ତ କର୍ମକର୍ତ୍ତା ଓ କର୍ମୀଙ୍କୁ ନେଇ ସେ ଏହି ଆହ୍ବାନ ର ସମ୍ମୁଖୀନ ହେବେ ବୋଲି ଦୃଢକ୍ତି ପ୍ରକାଶ କରିଥିଲେ।
ରାଜ୍ୟ
ରବି ରାୟଙ୍କୁ ସ୍ବାଗତ ସମ୍ବର୍ଦ୍ଧନା
- Hits: 242







