ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )-ନବରଙ୍ଗପୁର (କେନ୍ଦୁପତ୍ର) ଡିଭିଜନର ଋତୁକାଳୀନ କର୍ମଚାରୀ ଓ ତୋଳାଳୀଙ୍କ ଏକ ବୈଠକ ଡାବୁ ଗାଁ ଠାରେ ଅନୁଷ୍ଠିତ ହୋଇଯାଇଛି । ଚଳିତ ୧୧ ତାରିଖରେ ସମ୍ବଲପୁର ଚାରମାଳ ମହା ସମାବେଶ ଠାରେ କର୍ମଚାରୀ ଓ ତୋଳାଳୀଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା । କେନ୍ଦୁପତ୍ର ଦର ବୃଦ୍ଧି, ବୋନସ ବୃଦ୍ଧି, ତୋଳାଳୀଙ୍କ କନ୍ୟା ବିବାହ ସହାୟତା ପୁନଃ ପ୍ରଚଳନ ଓ ସିଜିନାଲ କର୍ମଚାରୀଙ୍କ ମାସିକ ଦରମା ବୃଦ୍ଧି ସହ ଏକ ମାସର ଅତିରିକ୍ତ କର୍ମନିଯୁକ୍ତି ଘୋଷଣାକୁ ସ୍ବାଗତ କରିବା ସହ ଧନ୍ୟବାଦ ଦିଆଯାଇଥିଲା । ଅପର ପକ୍ଷରେ କିଛି କର୍ମଚାରୀ ଏହି ଘୋଷଣାକୁ ସନ୍ତୋଷଜନକ ନୁହେଁ କିନ୍ତୁ କିଛି ଆଶ୍ୱସ୍ତି ମିଳିଛି ବୋଲି ମତ ବ୍ୟକ୍ତ ରଖିଥିଲେ । ସ୍ଥାନୀୟ ସମସ୍ୟାଗୁଡିକ ମଧ୍ୟ ଆଲୋଚନା ମାଧ୍ୟମରେ ସମାଧାନ କରାଯିବ ପାଇଁ ନିଷ୍ପତ୍ତି ନିଆଯାଇଛି । କଲ୍ୟାଣ ପାଣ୍ଠି ଦ୍ଵାରା ତୋଳାଳୀ ଓ କର୍ମଚାରୀଙ୍କୁ ମୃତ କାଳୀନ ସହାୟତା ରାଶି ଦୁଇ ଲକ୍ଷ ଟଙ୍କା ପ୍ରଦାନ କରାଯାଉଥିବା ଜାନୁଆରୀ ୨୫ ତାରିଖରେ ମଞ୍ଜୁର ହୋଇଥିବା ୩୨ ଜଣ ହିତାଧିକାରୀଙ୍କ ନାମ ଉପସ୍ଥାପନ କରାଯାଇଥିଲା । ବୈଠକରେ ନବରଙ୍ଗପୁର ଡିଭିଜନ ଅନ୍ତର୍ଗତ ସାତଗୋଟି ରେଞ୍ଜ ଯଥା ବୋରିଗୁମ୍ମା, ନବରଙ୍ଗପୁର, ଡାବୁ ଗାଁ, ପାପଡ଼ା ହାଣ୍ଡି, ଉମରକୋଟ, ରାଇଘର ଓ ଚନ୍ଦାହାଣ୍ଡି ର ପ୍ରମୁଖ କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ରହି ଥିଲେ । ବୈଠକରେ ରାମ ଚନ୍ଦ୍ର ବିଷୋୟୀ ସଭାପତିତ୍ବ କରିଥିବା ବେଳେ ଲକ୍ଷ୍ମୀଧର ବିଷୋୟୀ ସଭା ପରିଚାଳନା କରିଥିଲେ । ରାଜେଶ କୁଲଦୀପ, ଧଳ ବିଷୋୟୀ, ମହେନ୍ଦ୍ର ସିଂ, ସୀମାଞ୍ଚଲ୍ ଶତପଥୀ, ଯୋଦ୍ଧା ସୁନା, ଯଦୁନାଥ ଗୌଡ଼ ସମେତ ଅନେକ ସିଜିନାଲ କର୍ମଚାରୀ ସମେତ ଡାବୁ ଗାଁ ରେଞ୍ଜ ର କେନ୍ଦୁପତ୍ର ତୋଳାଳୀ ମାନେ ଉପସ୍ଥିତ ରହି ଥିଲେ ।
ରାଜ୍ୟ
କେନ୍ଦୁପତ୍ର ଅସ୍ଥାୟୀ କର୍ମଚାରୀଙ୍କ ବୈଠକ
- Hits: 255







