ହେଡଲାଇନସ୍:

ମାଟିର ବରପୁତ୍ର କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଜୟନ୍ତୀ ଉତ୍ସବ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା}: ଓଡ଼ିଶାର ଅନ୍ୟତମ ପ୍ରାଚୀନ ପବିତ୍ର ସାରସ୍ଵତ ପୀଠ ଭଞ୍ଜନଗର ଭଞ ସାହିତ୍ୟ ପରିଷଦରେ କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ୭୯ତମ ସାମ୍ଵତ୍ସରିକ ଜୟନ୍ତୀ ସମାରୋହରେ ପବିତ୍ର ବସନ୍ତ ପଞ୍ଚମୀ ତିଥିରେ ବୁଧବାର ଦିନ ପାଳିତ ହୋଇଯାଇଛି।

ପାରମ୍ପରିକ ଭିତ୍ତିରେ ଵାଗଦେଵୀ ମାଁ ସରସ୍ଵତୀ ଓ ଉପେନ୍ଦ୍ର ଭଞ୍ଜଙ୍କ ଉଦ୍ଦେଶ୍ୟରେ ପୂଜାର୍ଚ୍ଚନା ପରେ ଭଞ୍ଜନଗର ସହର ମୁଖ୍ୟ ରାସ୍ତାରେ ଥିବା ଭଞ ଙ୍କ ପ୍ରତିମୂର୍ତ୍ତି ରେ ଅତିଥିମାନେ ସ୍ଥାନୀୟ ଅଧିବାସୀ ଙ୍କ ଗହଣରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ବିଶିଷ୍ଟ ଅତିଥି ଡ଼ କମ୍ଵୁପାଣି ସାମନ୍ତ, ମୁଖ୍ୟ ଆଲୋଚକ ଡାକ୍ତର କୃଷ୍ଣ କେଶବ ଷଡ଼ଙ୍ଗୀ, ସମ୍ମାନୀତ ଅତିଥି ଶ୍ରୀ ଏସ୍ ଧନଞ୍ଜୟ ଓ ଭଞ ଗଵେଷକ ଡକ୍ଟର ସୁରେଶ ଚନ୍ଦ୍ର ପଣ୍ଡା ଙ୍କ ଉପସ୍ଥିତି ରେ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ନୃତ୍ୟଗୁରୁ ଅଧ୍ୟାପକ ଅଶୋକ କୁମାର ସ୍ଵାଇଁ ଓ ଅଧ୍ୟାପକ ଦୁର୍ଗା ମାଧବ ଦାଶଙ୍କ ଦ୍ଵାରା ପ୍ରାରମ୍ଭିକ ସଙ୍ଗୀତ ଗାନ କରାଯାଇଥିବାବେଳେ ସଭାକାର୍ଯ୍ୟ ପରିଚାଳନା କରିଥିଲେ ଶିକ୍ଷାବିତ୍ ଶ୍ରୀ ଲୋକନାଥ କର। ଡକ୍ଟର ସୁରେଶ ଚନ୍ଦ୍ର ପଣ୍ଡା ଙ୍କ ସଭାପତିତ୍ବରେ ଆୟୋଜିତ ଏହି ସମାରୋହରେ ଓଡ଼ିଶାର ସ୍ଵନାମଧନ୍ୟ ବକ୍ତା, ବାଗ୍ମୀ, ବ୍ୟାଖ୍ୟାକାର ଡାକ୍ତର କୃଷ୍ଣ କେଶବ ଷଡ଼ଙ୍ଗୀ ମୁଖ୍ୟ ଆଲୋଚକ ଭାବେ ଯୋଗଦେଇ ଭଞ ସାହିତ୍ୟ ରେ ନୈଷଧିୟ ଛଟା, ଆଧ୍ୟାତ୍ମିକ ଏବଂ ସମାଜ ଚେତନା, ଶବ୍ଦ ଚାତୁରୀ,ରସ ଏବଂ ସୌନ୍ଦର୍ଯ୍ୟଵୋଧର ଦୃଷ୍ଟାନ୍ତ ଦେଇ ଏକ ସାରଗର୍ଭକ ତାର୍ତ୍ଵିକ ଆଲୋଚନା କରିଥିଲେ। ସଂସ୍କୃତ ସାହିତ୍ୟ ସହିତ ଉପେନ୍ଦ୍ର ଭଞ୍ଜଙ୍କ କାବ୍ୟ ଏବଂ କବିସୂର୍ଯ୍ୟ ବଳଦେବ ଙ୍କ କାବ୍ୟ ର ଏକ ତୁଳନାତ୍ମକ ଆଲୋଚନା କରି ଉପସ୍ଥିତ ଜନସାଧାରଣଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ। ବିଶିଷ୍ଟ ଅତିଥି ଡ଼ କମ୍ଵୁପାଣି ସାମନ୍ତ ଭଞ ଙ୍କ କାବ୍ୟରେ ଥିବା ସକାରାତ୍ମକ ଚେତନାର ବହୁ ଦୃଷ୍ଟାନ୍ତ ଦେଇ ଭଞ ସାହିତ୍ୟ ର ଅନୁଗାମୀ ହେବାପାଇଁ ପରାମର୍ଶ ଦେଇଥିଲେ। ସମ୍ମାନୀତ ଅତିଥି ଶ୍ରୀ ଏସ୍ ଧନଞ୍ଜୟ ଆଧ୍ୟାତ୍ମିକ ଭାଵନା ଏବଂ କର୍ମଠ ଜୀବନ ମଣିଷ କିପରି ସାଫଲ୍ୟମଣ୍ଡିତ ହୋଇଥାଏ ତାହା ଉଲ୍ଲେଖ କରିଥିଲେ। ଡକ୍ଟର ସୁରେଶ ଚନ୍ଦ୍ର ପଣ୍ଡା ଭଞ ସାହିତ୍ୟ ରେ ଥିବା ସମର୍ପଣ ଏବଂ ସ୍ବଦେଶ ପ୍ରୀତି ଭାବର ଅନେକ ଦୃଷ୍ଟାନ୍ତ ପ୍ରଦାନ କରିଥିଲେ।ଏହି ଅବସରରେ ଏବର୍ଷର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ସାହିତ୍ୟ ସମ୍ମାନ ଡାକ୍ତର କୃଷ୍ଣ କେଶବ ଷଡ଼ଙ୍ଗୀ ଙ୍କୁ ପ୍ରଦାନ କରାଯାଇଥିଲା। ଲୋକନାଥ କର ଅତିଥି ପରିଚୟ ଏବଂ ସ୍ଵାଗତ ଭାଷଣ ଦେଇଥିବାବେଳେ ଡକ୍ଟର ଗୁରମୂର୍ତ୍ତି ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ପୂର୍ବରୁ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ ପାରଦର୍ଶିତା ହାସଲ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପ୍ରମାଣ ପତ୍ର ଏବଂ ଟ୍ରଫି ପ୍ରଦାନ କରାଯାଇଥିଲା। ବିଶିଷ୍ଟ ମଞ୍ଚଶିଳ୍ପୀ ଶ୍ରୀ ଉପେନ୍ଦ୍ର କୁମାର ଶତପଥୀ, ଶ୍ରୀ ଟୁନା ଜେନା,, ଶିକ୍ଷାବିତ୍ ଶ୍ୟାମା ପ୍ରସାଦ ମିଶ୍ର, ସୀମାଞ୍ଚଳ ପଟ୍ଟନାୟକ ପ୍ରମୁଖ କାର୍ଯ୍ୟକ୍ରମ ର ପରିଚାଳନା କରିଥିଲେ।

0
0
0
s2sdefault