ହେଡଲାଇନସ୍:

ଦାରିଙ୍ଗବାଡ଼ି କଂଗ୍ରେସର ନିଆରା ବାହାଘର ଆୟୋଜିତ, ବିଜେପି ବରକୁ ବିଜେଡି କନ୍ୟା..

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଘୁ.ଉଦୟଗିରି(ଅବନୀ କୁମାର ପ୍ରଧାନ): ରାଜନୀତିରେ ନିଆରା ବାହାଘର, ବିଜେପି ବରକୁ ବିଜେଡି କନ୍ୟା । ଘୁ.ଉଦୟଗିରି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ କଂଗ୍ରେସ ପକ୍ଷରୁ ଏକ ଭିନ୍ନ ଧରଣର ବିବାହ କାର୍ଯ୍ୟକ୍ରମ ଦେଖିବାକୁ ମିଳିଛି । ପ୍ରଦେଶ କଂଗ୍ରେସ କମିଟିର ନିର୍ଦ୍ଦେଶ କ୍ରମେ କେନ୍ଦ୍ରର ବିଜେପି ସରକାର ସହ ରାଜ୍ୟର ବିଜେଡି ସରକାରଙ୍କ ମଧ୍ୟରେ ବିବାହ ଉତ୍ସବ କରାଇଛି କଂଗ୍ରେସ । ବିଜେପି-ବିଜେଡି ମଧ୍ୟରେ ମଧୁର ସମ୍ପର୍କ ଥିବା ଅଭିଯୋଗ କରି କଂଗ୍ରେସ ଏହି ବିବାହ ଆୟୋଜନ କରିଥିଲା । ଏହି ଅବସରରେ ଦାରୀଙ୍ଗବାଡ଼ି ବ୍ଲକ କଂଗ୍ରେସ ପକ୍ଷରୁ ଚାରିଛକ ଠାରୁ ଶୋଭାଯାତ୍ରାରେ ବାହାରି ତିନିଛକ ଦେଇ ପୁଣି ଚାରିଛକ ପହଞ୍ଚିଥିଲେ । ଏଥିରେ ନବନିଯୁକ୍ତି ଜିଲ୍ଲା ସଭାପତି ଚନ୍ଦ୍ରଶେଖର ପରିଡ଼ା, ଜିଲ୍ଲା ଯୁବ ସଭାପତି ଚନ୍ଦନ ପଣ୍ଡା, ପିସିସି ସମ୍ପାଦିକା ବିଳାସିନି ନାୟକ, ପୂର୍ବତନ ବିଧାୟକ ଯାକବ ପ୍ରଧାନ, ପୂର୍ବତନ ବିଧାୟକ ପ୍ରାର୍ଥୀ ଶ୍ୟାମଘନ ପ୍ରଧାନ, ସମିତି ସଭ୍ୟ କାଳି ପ୍ରସାଦ ମଳିକ, ଜିଲ୍ଲା ଯୁବ କଂଗ୍ରେସ ଉପ ସଭାପତି ସିମ୍ଳରାଣୀ ପଡ୍ରା, ସମାଜ ସେବୀ ଥୋମାସ ପ୍ରଧାନ , ଲୁକ ସୁନାମାଝୀ, ବିଦ୍ୟାଧର ମଳିକ, ୧୧ ନମ୍ବର ଜୋନ ସଭାପତି ପ୍ରଦୀପ ମାଲିକ, ବ୍ଲକ ସମ୍ପାଦକ ଶରତ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ବ୍ଲକ ସଂଯୋଜକ ପ୍ରମୋଦ କୁମାର ଦିଗାଳ ପରିଚାଳନା କରିଥିବା ବେଳେ ବ୍ଲକ ଉପ ସଭାପତି ସନ୍ତୋଷ ପ୍ରଧାନ ଓ ଅନ୍ୟମାନେ ସହଯୋଗ କରିଥିଲେ ।

0
0
0
s2sdefault