ହେଡଲାଇନସ୍:

ନବରଙ୍ଗପୁର ଜିଲ୍ଲା ଉତ୍କଳ ସମାଜ ପରିବାରର ବନ୍ଧୁମିଳନ କାର୍ଯ୍ୟକ୍ରମ |

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନବରଙ୍ଗପୁର ଅଶୋକ ସାହୁ, ଶାସକ ପ୍ରଶାସକ ତା ୧୪/୦୨-ନବରଙ୍ଗପୁର ଜିଲ୍ଲାରେ କାର୍ଯ୍ୟରତ ଉତ୍କଳ ସମାଜ ଦୈନିକ ଖବର କାଗଜର ସମସ୍ତ ସାମ୍ବାଦିକ ମାନଙ୍କୁ ନେଇ ଉମରକୋଟ ସ୍ଥିତ ବ୍ଲକ କନଫରେନ୍ସ ହଲରେ ଆଜି ଉତ୍କଳ ସମାଜ ଜିଲ୍ଲା ସାମ୍ବାଦିକ ପରିବାରର ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି |ଉମରକୋଟ ପ୍ରତିନିଧି ଶ୍ରୀ କ୍ରିଷ୍ଣା ସାହୁଙ୍କ ଆୟୋଜନାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଉମରକୋଟ ବିଧାୟକ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ ଯୋଗଦେଇଥିବା ବେଲେ ଜିଲ୍ଲା ଓ ୟୁ ଡବ୍ଲୁ ଜେ ସାମ୍ବାଦିକ ସଂଘର ଜିଲ୍ଲା ସମ୍ପାଦକ ଶ୍ରୀଯୁକ୍ତ ଅଶୋକ କୁମାର ସାହୁ ଏବଂ ଜିଲ୍ଲା ସଂଘଠନ ସମ୍ପାଦକ ଶ୍ରୀଯୁକ୍ତ ଶେଖର ଖୁରା ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ.ଉତ୍କଳ ସମାଜର ସ୍ୱତନ୍ତ୍ର ପ୍ରତିନିଧି ହିମାଂଶୁ ଶେଖର ବାଘ ମଞ୍ଚ ପରିଚାଳନା କରି ପ୍ରଥମେ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିବା ସହିତ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ ଅର୍ପଣ କରି କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ |ଉପସ୍ଥିତ ଅତିଥି ମାନଙ୍କୁ ଫୁଲତୋଡ଼ା ଓ ଉତ୍ତରୀୟ ଦେଇ ସମ୍ମାନିତ କରାଯାଇଥିଲା |ସମ୍ମାନୀୟ ବିଧାୟକ ସାମ୍ବାଦିକ ଓ ସାମ୍ବାଦିକତା ଉପରେ ନିଜର ବକ୍ତବ୍ୟ ରଖିବା ସହିତ ଯେ କୌଣସି ମୁହୂର୍ତରେ ଆବଶ୍ୟକ ପଡିଲେ ସେ ସାହାଯ୍ୟର ହାତ ବଢ଼େଇଵେ ବୋଲି ପ୍ରତିଶୃତି ଦେଇଥିଲେ |ଅନ୍ୟାନ୍ୟ ସମ୍ମାନିତ ଅତିଥିମାନେ ମଧ୍ୟ ସାମ୍ବାଦିକତା କୁ ନେଇ ନିଜ ନିଜ ବକ୍ତବ୍ୟ ରଖିବା ସହିତ ଆଗକୁ ଏକ ନିରପେକ୍ଷ ସାମ୍ବାଦିକ ହୋଇ ସମ୍ବାଦ ପରିବେଷଣ କରି ସମାଜର ଉନ୍ନତିର କର୍ଣ୍ଣଧାର ହେବାକୁ ଉପଦେଶ ଦେଇଥିଲେ |ଶେଷରେ ଜିଲ୍ଲା ପ୍ରତିନିଧି ଶ୍ରୀଯୁକ୍ତ ବାର୍ଥ ହରିଜନ ଓ ସ୍ୱତନ୍ତ୍ର ପ୍ରତିନିଧି ଶ୍ରୀଯୁକ୍ତ ହିମାଂଶୁ ଶେଖର ବାଘ ନିଜ ନିଜ ଅବିଭାଷଣ ରଖି ସମସ୍ତ ବ୍ଲକ ପ୍ରତିନିଧି ମାନଙ୍କୁ ମନ ଲଗେଇ କାର୍ଯ୍ୟ କରିବା ପାଇଁ ଉତ୍ସାହିତ କରିଥିଲେ |ଶେଷରେ ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ଶ୍ରୀଯୁକ୍ତ ବାଘ ସମସ୍ତ ଙ୍କୁ ଧନ୍ୟବାଦ ଜ୍ଞାପନ ପୂର୍ବକ ସଭା ସାଙ୍ଗ କରିଥିଲେ |

0
0
0
s2sdefault