କେନ୍ଦ୍ରାପଡ଼ା ୧୫/୦୨(ଶାସକ ପ୍ରଶାସକ): ବିଜେପି କେନ୍ଦ୍ରାପଡ଼ା ନଗର ମଣ୍ଡଳ ତରଫରୁ "ଗାଁ କୁ ଚାଲ ଅଭିଯାନ" ପୌରାଞ୍ଚଳର ୨୦ ନମ୍ବର ୱାର୍ଡରେ ଆୟୋଜିତ ହୋଇଯାଇଛି l ନଗର ସଭାପତି ପ୍ରଭାତ କୁମାର ମହାନ୍ତିଙ୍କ ନେତୃତ୍ୱରେ ଜିଲ୍ଲା ଉପସଭାପତି ଅଭିମନ୍ୟୁ ଗୋଛାୟତ, ଜିଲ୍ଲା ସାଧାରଣ ସମ୍ପାଦକ ଅମିତାଭ ସୁଆର, ନଗର ସାଧାରଣ ସମ୍ପାଦକ ନିହାର ରଞ୍ଜନ ମହାନ୍ତି, ରାଜେନ୍ଦ୍ର ପତ୍ରୀ, ନଗର ଉପସଭାପତି ଅନନ୍ତ ଗୋପାଳ ସାହୁ, ନଗର ସମ୍ପାଦକ ରଞ୍ଜିତ ସିଂ, ଲକ୍ଷ୍ମୀକାନ୍ତ ସାହୁ,ଗୌରାଙ୍ଗ ବେହେରା,ନିହାରିକା ନାୟକ, ନଗର ମହିଳା ମୋର୍ଚ୍ଚା ସଭାନେତ୍ରୀ ସୁଲୋଚନା ପତ୍ରୀ, ଓବିସି ମୋର୍ଚ୍ଚା ସଭାପତି ସଞ୍ଜୟ ପୃଷ୍ଟି,ଯୁବ ମୋର୍ଚ୍ଚା ସଭାପତି ପ୍ରଦୀପ ପୃଷ୍ଟି,ସଞ୍ଜୟ ପାତ୍ର, ଅନନ୍ତ ଚରଣ ପୃଷ୍ଟି, ଗୋପାଳ ବେହେରା ପ୍ରମୁଖ ଯୋଗଦେଇ ୱାର୍ଡର ପ୍ରତି ପରିବାରରେ ପହଂଚି ଲିଫଲେଟ ବଣ୍ଟନ କରିବା ସହ ମୋଦୀ ସରକାରଙ୍କ ଦେଶର ବିକାଶ କ୍ଷେତ୍ରରେ ଯୁଗାନ୍ତକାରୀ ପଦକ୍ଷେପ,ବିଭିନ୍ନ ଜନହିତକର ଯୋଜନା ତୃଣମୂଳ ସ୍ତରରେ ସଫଳ ରୂପାୟନ ହୋଇପାରୁଛି କି ନାହିଁ ଏବଂ ବିଜେଡି ସରକାର ବିଭିନ୍ନ ଯୋଜନାକୁ ହଡପ କରିବା,ଯୋଜନା ଗୁଡିକୁ ସଫଳ ରୂପାୟନରେ ବିଫଳତା ଓ ଜନସାଧାରଣଙ୍କୁ ପ୍ରତାରଣା କରିବା ସମ୍ପର୍କରେ ଲୋକମାନଙ୍କୁ ସଚେତନ କରାଇଥିଲେ l
ରାଜ୍ୟ
ବିଜେପି ପକ୍ଷରୁ "ଗାଁ କୁ ଚାଲ ଅଭିଯାନ" କାର୍ଯ୍ୟକ୍ରମ
- Hits: 217







