ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଗୁଣପୁରରେ ରାଜନୀତିର ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି । ବିଜେଡି-ବିଜେପି ମଧ୍ୟରେ ବାହାଘର କରାଇଛି କଂଗ୍ରେସ । କଂଗ୍ରେସ ଦଳର ଅଭିଯୋଗ ହେଲା, ଦୀର୍ଘ ବର୍ଷ ହେଲା ବିଜେଡି ଓ ବିଜେପି ସମ୍ପର୍କରେ ଅଛନ୍ତି । ତେଣୁ ପ୍ରତିକାତ୍ମକ ବିବାହରେ ସମ୍ପର୍କକୁ ସ୍ୱିକୃତି ଦେଇଛି କଂଗ୍ରେସ ।
ଆଜି ସ୍ଥାନୀୟ ଟାଉନ୍ ହଲ୍ ଠାରେ କଂଗ୍ରେସ ଦଳର କୋରାପୁଟ ସାଂସଦ ସପ୍ତଗିରୀ ଉଲ୍ଲାକାଙ୍କ ପ୍ରତ୍ୟେକ୍ଷ ତତ୍ଵବୋଧନରେ କଂଗ୍ରେସ ବିଜେପି ଓ ବିଜେଡ଼ି ର ବହାଘର କରାଇଛି। ବିଜେପି ଓ ବିଜେଡି ଦୁଇ ଦଳର ଚିହ୍ନ କୁ ବର ଓ କନ୍ୟା ମୁହଁରେ ଲଗାଇ ବାହାଘର କରିବା ସହ ବରଯାତ୍ରୀ ଭଳି ବାଜ ବଜାଇ ବାଟ ବରଣ କରି ମଣ୍ଡପ କୁ ଆସିଥିଲେ। ପାରମ୍ପରିକ ରୀତିରେ ହିନ୍ଦୁ ଧର୍ମ ଅନୁଯାୟୀ ବାହାଘରେ ହୋମ ଯାଳିଥିଲେ, ଉଭୟ ଙ୍କ ହାତ ଗଣ୍ଠି ପଡ଼ିଥିଲା, ମନ୍ତ୍ର ଶ୍ଳୋକ ପାଠ , ହୁଳ ହୁଳି ପଡ଼ିଥିଲା। ବାହାଘରରେ ବର ଓ କନ୍ୟା ପାଇ କୋରାପୁଟ ସାଂସଦ ସପ୍ତଗିରି ଉଲକା ଓ ତାଙ୍କ ସ୍ତ୍ରୀ ପୂଜା ଉଲ୍ଲାକା କର୍ତ୍ତା ସାଜିଥିଲେ। ମଥାରେ ସିନ୍ଦୁର ଲଗାଯାଇଥିଲେ। ବାଜା ବାଜୁ ଥିବା ଦେଖିବାକୁ ମିଳିଥିଲା।କେଵଳ ଏତିକି ନୁହଁ କଂଗେସ କର୍ମକର୍ତ୍ତା ସମେତ ଯେତେ ଜଣ ଆସିଥିଲେ ସମସ୍ତ ଙ୍କ ପାଇଁ ଭୋଜି ର ବ୍ୟବସ୍ଥା ମଧ୍ଯ କରାଯାଇଥିଲା। ଗୁଣପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଆଶାୟୀ ପ୍ରାର୍ଥୀ ସତ୍ୟଜିତ ଗମାଙ୍ଗ ବାହାଘର ର ସମସ୍ତ ବ୍ୟବସ୍ଥା କରିଥିଲେ। ଏହି କାର୍ଯ୍ୟକ୍ରମରେ ରାଜ୍ୟ କଂଗେସ ର ସାଧାରଣ ସମ୍ପାଦକ ଦୁର୍ଗା ପ୍ରାସାଦ ପଣ୍ଡା ,ବରିଷ୍ଠ କଂଗ୍ରେସ ନେତା ଶଙ୍କର୍ଷଣ ମଙ୍ଗରାଜ, ସୁନୀଲ କୁମାର ପଣ୍ଡା, ତରଣୀ ଶତପଥୀ, ସୋମନାଥ ପାଣି,ପାର୍ଥବର୍ଦ୍ଧନ,ଅଙ୍କିତ ରାଜ,ଆସଲାମ ଖାଁ ଓ ଗୁଣପୁର ନିର୍ବାଚନ ମଣ୍ଡଳୀର କଂଗ୍ରେସ କର୍ମୀମାନେ ଉପସ୍ଥିତ ଥିଲେ। ଆଜି ପୂର୍ବାହ୍ନରେ ସ୍ଥାନୀୟ ବିକ୍ରମପୁର ଛକରୁ କଂଗ୍ରେସ କର୍ମକର୍ତ୍ତା ମାନେ କୋରାପୁଟ ସାଂସଦ ଶ୍ରୀ ଉଳାକା ଏବଂ ଅନ୍ୟ ବରିଷ୍ଠ କଂଗ୍ରେସ ନେତାଙ୍କୁ ଏକ ବିଶାଳ ମଟର ସାଇକେଲ ଶୋଭାଯାତ୍ରାରେ ଟାଉନ ହଲ ପର୍ଯ୍ୟନ୍ତ ନେଇଥିଲେ ତେବେ ଏହି କାର୍ଯ୍ୟକ୍ରମରେ ଜିଲ୍ଲା କଂଗ୍ରେସ ସଭାପତି ବିଜୟ କୁମାର ଗମାଙ୍ଗ ଓ ତାଙ୍କ ସମର୍ଥକ ମାନେ ଯୋଗଦେଇ ନଥିଲେ। ସେହିପରି କୋରାପୁଟ ସାଂସଦ ଶ୍ରୀ ଉଲ୍ଲାକା ମଧ୍ୟ ଗତ ୫ ବର୍ଷ ମଧ୍ୟରେ ଗୁଣପୁରକୁ ତୃତୀୟ ଗ୍ରସ୍ତ । ।
ରାଜ୍ୟ
ଗୁଣପୁରରେ ରାଜନୀତି, ବିଜେଡି ବିଜେପି ମଧ୍ୟରେ ବାହାଘର କରାଇଲା କଂଗ୍ରେସ।
- Hits: 379








