ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ବିଭାଗ, ଓଡ଼ିଶା ସରକାରଙ୍କ ପକ୍ଷରୁ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଆନୁକୂଲ୍ୟରେ ପଞ୍ଚାୟତ ସମିତି ଗୁଣପୁର ଠାରେ ଜନଜାତି ଲୋକଙ୍କ କଳା ଓ ସଂସ୍କୃତିର ବିକାଶପାଇଁ ବାଦ୍ୟ ଯନ୍ତ୍ର ଉପକରଣ ବିତରଣ କାର୍ଯ୍ୟକ୍ରମ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷ ଠାରେ ତା- ୧୪.୦୨.୨୦୨୪ ରିଖ ଅପରାହ୍ନ ୪.୦୦ ଘଟିକା ସମୟରେ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ମାନ୍ୟବର ବିଧାୟକ ଗୁଣପୁର ରଘୁନାଥ ଗମାଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଅନ୍ୟ ସମ୍ମାନିତ ଅତିଥି ଭାବେ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ସୁଦର୍ଶନ ଶବର, ସ୍ଵତନ୍ତ୍ର ଉନ୍ନୟନ ସଭ୍ୟ ଜୁନାମ ଶବର, ସ୍ଵତନ୍ତ୍ର ଉନ୍ନୟନ ସଭ୍ୟା ସଙ୍ଗୀତା ଭୂୟାଁ, ବିଜୁ ଛାତ୍ର ଜନତା ଦଳ ର ରାଜ୍ୟ ଉପସଭାପତି ବିଷ୍ଣୁ ପ୍ରସାଦ ପଣ୍ଡା ଏବଂ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶୁଭ୍ରାଞ୍ଜଳି ପ୍ରଧାନ ମଞ୍ଚାସୀନ ଥିଲେ ଏହି କାର୍ଯକ୍ରମ ରେ ପ୍ରତି ପଞ୍ଚାୟତରୁ ଗୋଟିଏ ସାଂସ୍କୃତିକ ଅନୁଷ୍ଠାନ କୁ ବାଦ୍ୟ ଯନ୍ତ୍ର ଉପକରଣ ଯଥା କାଡିଙ୍ଗ (ଢାମ୍ପ), ତୁଡୁମ, ଢୋଲ, ତବଲା, ଏଗଙ୍ଗ (ଝାଞ୍ଜ), ହାରମୋନିୟମ, ତୁରୀ, ନେନେଙ୍ଗ (ଘଣ୍ଟ), ଯାଜପ (ଗିନୀ), ଗୁଙ୍ଗସା (ଘୁଙ୍ଗୁର), ୟାଗୁଙ୍ଗ (ଝୁମୁକା) ବିତରଣ କରାଯାଇଥିଲା । ଉକ୍ତ କାର୍ଯକ୍ରମ ରେ ସମସ୍ତ ପଞ୍ଚାୟତରୁ ଆସିଥିବା ସରପଞ୍ଚ, ସମିତି ସଭ୍ୟ/ସଭ୍ୟା, ପ୍ରତି ପଞ୍ଚାୟତରୁ ଆସିଥିବା ଜନଜାତି ସାଂସ୍କୃତିକ ଅନୁଷ୍ଠାନ ର ସଭ୍ୟ/ସଭ୍ୟା ଉପସ୍ଥିତ ଥିଲେ । ମଙ୍ଗଳ ସଂପ୍ରସାରଣ ଅଧିକାରୀ, ଗୁଣପୁର ଗଙ୍ଗାଧର ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଏଥିରେ ଚନ୍ଦ୍ର ଶେଖର ପଟ୍ଟନାୟକ, ରାଜେନ୍ଦ୍ର ଶବର ଓ ଦେବାଶିଷ ବେହେରା ପ୍ରମୁଖ ସହଯୋଗ କରିଥିଲେ ।








