ଢ଼େଙ୍କାନାଳ / ରବିନ୍ ଦାସ ; ଦୀର୍ଘ ଦିନ ହେବ ଭୁବନ ଥାନା ଅଞ୍ଚଳରେ ବୃଦ୍ଧି ପାଇବାରେ ଲାଗିଛି ଚୋରି ଡକାୟତି ଯାହାକୁ ନେଇ ଆତଙ୍କିତ ଅଞ୍ଚଳବାସୀ । ବିଶେଷକରି ବାଲିବୋ ଗ୍ରାମରେ ଏହାର ପ୍ରାଦୁର୍ଭାବ ମାତ୍ରାଧିକ ନଜର ଆସୁଛି ଏବଂ ଏନେଇ ଭୁବନ ଥାନାରେ ବହୁ ଅଭିଯୋଗ ମଧ୍ୟ ରହିଛି । ଘରେ ବାହାରେ ସବୁ ସ୍ଥାନରେ ଲଗାତାର ଚୋରି ଡକାୟତି ବଢ଼ି ଚାଲିଛି ହେଲେ ପୋଲିସ ଚୋର ଧରିବାରେ ଅସଫଳ ହେଉଛି । ବାଇକ୍, ସାଇକେଲ, ପାଣିପମ୍ପ, ଲୁହା ଆଦି ସାମଗ୍ରୀ ଦୈନିକ କିଛି ନା କିଛି ଚୋରି ହେଉଛି । ଦୀର୍ଘ ଦିନରୁ ବାଲିବୋ ଗ୍ରାମର ପ୍ରତ୍ୟେକ ମନ୍ଦିର ଓ ଶିକ୍ଷାନୁଷ୍ଠାନ ମାନଙ୍କରୁ ଯେଉଁଭଳି ଭାବେ ଚୋରି ହେଉଛି ତାହା ସମସ୍ତଙ୍କୁ କଷ୍ଟ ଦେଉଛି । ବିଦ୍ୟାଳୟର ଝରକା, କବାଟ ଓ ମନ୍ଦିର ତାଲା ଭାଙ୍ଗି ମୂର୍ତ୍ତି ଅଳଙ୍କାର ସବୁ ଚୋରି କରି ନେଇ ଯାଉଛନ୍ତି । ଏନେଇ ଥାନାରେ ବାରମ୍ବାର ଅଭିଯୋଗ ହୋଇଛି ହେଲେ କିଛି ସୁଫଳ ମିଳିନାହିଁ । ଭୁବନ ଥାନାରେ ଚୋରି ମାମଲା ଅନେକ ରହିଛି ହେଲେ କୋୖଣସି ମାମଲାର ଚୋର ଧରା ପଡି ନଥିବା ବିଷୟ ସମସ୍ତଙ୍କୁ ଚକିତ କରୁଛି । ଚୋରି ହେବାପରେ ଲୋକମାନେ ଅଭିଯୋଗ କରୁଛନ୍ତି ହେଲେ ସବୁ ଅଭିଯୋଗ ତଦନ୍ତ ଅଧାରୁ ଫାଇଲ୍ ତଳେ ଚାପି ହୋଇ ରହିଯାଉଛି । ବିଗତ ଦିନରେ ବାଲିବୋ ପ୍ରାଥମିକ ବିଦ୍ୟାଳୟରୁ ଚୋରି ହୋଇଥିବା ନେଇ ବାରମ୍ବାର ଅଭିଯୋଗ ହୋଇଛି ତା'ର ଫଳ ଶୂନ । ଗ୍ରାମର ଐତିହାସିକ ରଘୁନାଥଜୀଉ ମନ୍ଦିର ତାଲା ଭାଙ୍ଗି ରୁପା ଅଳଙ୍କାର ଓ ଧାନ ବସ୍ତା ଚୋରି ମାମଲା ଚାପି ହୋଇ ରହିଛି । କିଛି ଦିନ ପୂର୍ବେ ଗ୍ରାମର ବଣଚଣ୍ଡୀ ପୀଠ ମନ୍ଦିର ତାଲା ଭାଙ୍ଗି ରୁପା ଅଳଙ୍କାର ଚୋରି ମାମଲାର ତଦନ୍ତ ସରିନି ଏବେ ପୁଣି ସେହି ମନ୍ଦିରରୁ ଚୋରି ହୋଇଛି । ମନ୍ଦିର ପ୍ରାଙ୍ଗଣରେ ଥିବା ଏକ ସୋଲାର ଓ୍ବାଟର ପ୍ରକଳ୍ପର ଦାମୀ ପାଣି ଉଠା ମେସିନ୍ ଚୋରି ହୋଇଯାଇଛି । ଏନେଇ ସ୍ଥାନୀୟ ବାସିନ୍ଦା ଭୁବନ ଥାନାରେ ଅଭିଯୋଗ କରିବା ପରେ ଥାନା ପକ୍ଷରୁ ଘଟଣା ସ୍ଥଳକୁ ଯାଇ ତଥ୍ୟ ସଂଗ୍ରହ କରାଯାଇଛି । ଅଭିଯୋଗକାରୀଙ୍କ କହିବାନୁଯାୟୀ ସ୍ଥାନୀୟ ଅଞ୍ଚଳରେ ଦୀର୍ଘ ପାଞ୍ଚବର୍ଷ ହୋଇଯିବ ଚୋରି ବୃଦ୍ଧି ପାଇବାରେ ଲାଗିଛି । ଚୋରଙ୍କ ଦୋୖରାତ୍ମ୍ୟ ବୃଦ୍ଧି ପାଇବାରୁ ଆମେ ଶାନ୍ତିରେ ଜୀବନ ଅତିବାହିତ କରିପାରୁ ନାହୁଁ । ଥାନାରେ ଅଭିଯୋଗ କରି ବାରମ୍ବାର ଦୋୖଡି ନୟାନ୍ତ ହେଉଛୁ ହେଲେ ଚୋର ଧରା ପଡୁ ନାହାଁନ୍ତି । ଆମ ଗାଁରୁ ଅନେକ ଚୋରି ମାମଲା ଥାନାରେ ରହିଛି ହେଲେ ତଦନ୍ତ ନହୋଇ ଫାଇଲ୍ ତଳେ ଚାପି ହୋଇ ରହିଛି । ଦେଖାଯାଉ ଏ ଚୋରି ଘଟଣାର ପର୍ଦ୍ଦାଫାଶ ହେଉଛି ନା ପୂର୍ବ ଚୋରି ମାମଲା ଭଳି ଫାଇଲ୍ ତଳେ ଚାପି ହୋଇ ରହିଯାଉଛି । ଗ୍ରାମବାସୀଙ୍କ ଏହି କଥାକୁ ନେଇ କାମାକ୍ଷାନଗର ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ପ୍ରଭାତ ରଞ୍ଜନ ତ୍ରିପାଠୀଙ୍କୁ ଜଣାଇବାରୁ ସେ ଏହା ଉପରେ ଗୁରୁତ୍ଵାରୋପ କରିଛନ୍ତି । ଉଚ୍ଚ ସ୍ତରୀୟ ତଦନ୍ତ କରି ଯଥାଶୀଘ୍ର ଚୋର ମାନଙ୍କୁ ଧରିବା ସହିତ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି ।
ରାଜ୍ୟ
ଚୋରଙ୍କ ଦୋୖରାତ୍ମ୍ୟ ଥମିବା ନାଁ ଧରୁନି, ଥାନାକୁ ଦୋୖଡି ଦୋୖଡି ନୟାନ୍ତ ଗ୍ରାମବାସୀ
- Hits: 1761







