ହେଡଲାଇନସ୍:

ବିଭିନ୍ନ ସ୍ଥାନରେ ସରସ୍ଵତୀ ପୂଜା ମହାସମାରୋହରେ ପାଳିତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ସରସ୍ଵତୀ ଶିଶୁବିଦ୍ୟା ମନ୍ଦିରରେ ୩୪ତମ ସରସ୍ଵତୀ ପୂଜା ମହା ସମାରୋହରେ ପାଳିତ ହୋଇଥିଲା । ପ୍ରାତଃ ୮.୦୦ଘ ସମୟରେ ଛାତ୍ରଛାତ୍ରୀ ତଥା ପୁରୋହିତଙ୍କ ଦ୍ଵାରା ମାଁ ଙ୍କ ଆବାହନ , ପୂଜନ ଏବଂ ହୋମ , ପୂଷ୍ପାଞ୍ଜଳି କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା।
ଏହି ଅବସରରେ ପାରଳାଖେମୁଣ୍ଡିର ୧୦୦ରୁ ଉର୍ଦ୍ଧ୍ବ ଶିଶୁମାନେ ନିଜ ପିତାମାତାଙ୍କ ସହ ଆସି ଖଡ଼ିଛୁଆଁ ମାଧ୍ୟମରେ ବିଦ୍ୟାରମ୍ଭ କରିଥିଲେ। ସରସ୍ଵତୀ ପୂଜା ଉପଲକ୍ଷେ ସନ୍ଧ୍ୟାରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ “ନୃତ୍ୟାଞଳି” ର ଆୟୋଜନ କରାଯାଇଥିଲା। ଯେଉଁଥିରେ ସହରର ବିଭିନ୍ନ ଅଗ୍ରଣୀ ନୃତ୍ୟାନୁଷ୍ଠାନ ମାନେ ଯୋଗଦେଇ ଉପସ୍ଥିତ ଦର୍ଶକ ମାନଙ୍କର ମନକୁ କିଣିନେଇଥିଲେ। ନଗରର ଅନେକ ନିମନ୍ତ୍ରିତ ଅତିଥି ତଥା ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇ ଥିଲେ। ଅନୁଷ୍ଠାନର ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟା ମାନଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସମ୍ପନ୍ନ ହୋଇଥିଲା। ସେହିପରି ସହରର ବିଭିନ୍ନ ଶିକ୍ଷା ଅନୁଷ୍ଠାନ ଗୁଡିକରେ ସରସ୍ଵତୀ ପୂଜା ମହାସମାରୋହରେ ପାଳିତ ହୋଇଯାଇଛି।

0
0
0
s2sdefault