ହେଡଲାଇନସ୍:

ପୁଲୱ।ମା ସହିଦ୍ ଙ୍କ ସ୍ମୁତି ରେ ଭଞ୍ଜନଗରରେ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ଭଞ୍ଜନଗର ରୁ {ଉଦୟନାଥ ପଣ୍ଡା}: ଭାରତ ସୀମା ରେ ଦେଶ ପାଇଁ ନିଜ ପ୍ରାଣକୁ ଉତ୍ସର୍ଗ କରିଦେଇଥିବା ବୀର ଯବାନଙ୍କ ବଳିଦାନ ଅତୁଳନୀୟ। ଗତ ୨୦୧୯ ମସିହାରେ ଜାମୁ କାଶ୍ମୀରର ପୁଲୱାମା ଠାରେ ହୋଇଥିବା ଆତଙ୍କି ହାମଲାରେ ଭାରତୀୟ ଯବାନଙ୍କ ବଳିଦାନ କୁ ଦେଶ କେବେ ମଧ୍ୟ ଭୁଲିବ ନାହିଁ। ସେହି ସାହାସୀ ବୀର ମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ସେମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ଆଜି ଅର୍ଥାତ୍ ଫେବୃଆରୀ ୧୪ ତାରିଖ ୨୦୨୪ ବୁଧବାର ଦିନ ଭଞ୍ଜନଗର ଠାରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଭଞ୍ଜନଗର ରକ୍ତକେନ୍ଦ୍ର ପରିସରରେ ‘ବିପଦର ବନ୍ଧୁ’ ସହ ଅନ୍ୟ ଅନୁଷ୍ଠାନ ର ମିଳିତ ସହଯୋଗରେ ୬୦ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ଏଥିରେ ୬ଜଣ ଦମ୍ପତିଙ୍କ ସମେତ ୧୨ ଜଣ ମହିଳା ରକ୍ତଦାନ କରିଥିଲେ।
ଏହାକୁ ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀଯୁକ୍ତ ଶୁଭେନ୍ଦୁ ରଞ୍ଜନ ରାୟ ଉଦ୍ଘାଟକ ଭାବେ ଯୋଗଦେଇ ଶୁଭାରମ୍ଭ କରିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଅନୀଲ କୁମାର ସେଠୀ,ମେଡିକାଲ ଅଧୀକ୍ଷକ ଡା.ସୀତାଂଶୁ ଶେଖର ଶତପଥୀ,ଥାନା ଅଧିକାରୀ କୁମାର ମୁଦୁଲି,ପ୍ରାକ୍ତନ ଡା.ବି ପ୍ରଣବାନନ୍ଦ ପାତ୍ର,ବନକର୍ମଚାରୀ ଅନୁପମ ବାନାର୍ଜି, ସମାଜ ସେବୀ ଶୂଳପାଣୀ ଶତପଥୀ,ରୋଟାରିଆନ୍ ରଞ୍ଜିତ ବାରିକ,ପ୍ରଦ୍ୟୁମ୍ନ ମଲ୍ଲିକ ପ୍ରମୁଖ ଅତିଥି ଭାବେ ଯୋଗଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ। ଏଥିରେ ସମ୍ବାଦ ପ୍ରତିନିଧି ବିଶ୍ବମ୍ବର ଜେନାଙ୍କ ସମେତ ବିପଦର ବନ୍ଧୁ ଅନୁଷ୍ଠାନ ପ୍ରଦିପ କୁମାର ଜେନା,ଅରକ୍ଷିତ ପରିଚ୍ଛା,ସୀମାଞ୍ଚଳ ପଟ୍ଟନାୟକ,ଦିବ୍ୟଲୋଚନ ନାୟକ,ପ୍ରମୋଦ ପ୍ରଧାନ,ଖିରୋଧ ଗୌାଡ,ଜଗନ୍ନାଥ ପ୍ରଧାନ,ପପୁ ପାତ୍ର,ପ୍ରଣୟ ରଞ୍ଜନ ଦାସ,ମାନସ ରଞ୍ଜନ ରାଉଳ,ସିପୁନ ପାତ୍ର, ଅମରେନ୍ଦ୍ର ପଟନାୟକ, ଜୟକୁଷ୍ଣ ପଟନାୟକ, ରାଜେଶ ପଣ୍ଡା, ଧନଞ୍ଜୟ ପଟନାୟକ, ଏବଂ କବିସମ୍ରାଟ ମିଡ଼ିଆକ୍ଳବ୍ ଭଞ୍ଜନଗର ତରଫରୁ ଉପସଭାପତି ଶ୍ରୀ ପୁରୁଷୋତ୍ତମ ମହାପାତ୍ର, ସହ ସମ୍ପାଦକ ଶ୍ରୀ ଉଦୟନାଥ ପଣ୍ଡା, ସଂଯୋଜକ ଶ୍ରୀ ରଞ୍ଜିତ କୁମାର ଜେନା ଯୋଗଦାନ କରିଥିଲେ। ସେହିପରି ସୌମ୍ୟଜିତ ପ୍ରଧାନ,ନିଲୁ ବିଶୋୟୀ,ଜଗନ ସୁବୁଦ୍ଧି,ଉମାକାନ୍ତ ଦଳବେହେରା,ସୁଧୀର ଗୌଡ଼,ପ୍ରଭାକର ନାୟକ,ଚନ୍ଦନ ସ୍ୱାଇଁଙ୍କ ସମେତ ବହୁ ସଦସ୍ୟ ପରିଚାଳନାରେ ସହଯୋଗ କରିଥିଲେ।

0
0
0
s2sdefault