ହେଡଲାଇନସ୍:

ପଦ୍ମପୁର ରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ l

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର :- ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ସଚେତନତା କାର୍ଯ୍ୟକ୍ରମ ସ୍ଥାନୀୟ ରାଜାଜୀ ଟାଉନ ହଲ ରେ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ କୁ ବିଧାୟିକା ବର୍ଷା ସିଂ ବରିହା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ l ସମ୍ମାନିତ ଅତିଥି ଭାବେ ଏନ୍.ଏ.ସି. ଅଧ୍ୟକ୍ଷା ସାବିତ୍ରୀ ବାଗ ଉପାଧ୍ୟକ୍ଷା ଭାରତୀ ପଟ୍ଟନାୟକ ସି.ଡି.ପି.ଓ ମିନାକ୍ଷୀ ରାଜ ଯୋଗ ଦେଇଥିଲେ ।ଏହି ଅବସରରେ ପଦ୍ମପୁର ବିଧାୟିକା ଶ୍ରୀମତୀ ବରିହା ଓଡିଶା ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ହିତାଧିକାରୀ ଙ୍କୁ ବୁଝାଇବା ସହିତ ଯୋଜନା ଗୁଡିକ କିପରି ହିତାଧିକାରୀ ଙ୍କ ପାଖକୁ ଠିକ୍ ସମୟରେ ପହଞ୍ଚିପାରିବ, ସେ ସମ୍ପର୍କରେ ଆଲୋକପାତ କରିଥିଲେ l ସାଂସ୍କୃତିକ କାର୍ଯ୍ୟକ୍ରମ ରେ କୁନି କୁନି ଶିଶୁ କଳାକାର ଙ୍କ ଦ୍ଵାରା ପରିବେଷଣ କରାଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ପଦ୍ମପୁର ଏନଏସି ର ସମସ୍ତ ୱାର୍ଡ଼ ରୁ ସ୍ଵୟଂ ସହାୟିକା ଗୋଷ୍ଠୀ ଙ୍କ ଦ୍ଵାରା ପ୍ରସ୍ତୁତ ପିଠା ମଣ୍ଡା ଆଚାର ପ୍ରଦର୍ଶିତ କରାଯାଇଥିଲା ।ଏହି କାର୍ଯ୍ୟକ୍ରମ କୁ ଏନ୍.ଏ.ସି. ସି.ଓ. ଛନ୍ଦମିତ୍ରା ମିଶ୍ର ପରିଚାଳନା କରିଥିବା ବେଳେ ଅବିନାଶ ବହିଦାର, ଅଜିତ ମହାକୁଡ, ସୁଲେଖା ପଣ୍ଡିତ ,ଦୁଷ୍ମନ୍ତ ବେହେରା, ସରୋଜିନୀ ରାଉତ, ଅନୁରାଧା ଚାନ୍ଦ ,କୁଞ୍ଜଳତ ଭୁଏ, ଉମେଶ କୁମାର ସୁନା, ମନୋଜ କୁମାର ପ୍ରଧାନ, ତପସ୍ଵିନୀ ବରିହା ଙ୍କ ସମେତ ଏନ୍ ଏ ସି ର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।

0
0
0
s2sdefault