ମୟୂରଭଞ୍ଜ ସାରସକଣା ରୁ ଦିପୁ ମହାପାତ୍ର ଙ୍କ ରିପୋର୍ଟ (ଶାସକ ପ୍ରଶାସକ) :: ମୟୁରଭଂଜ ଜିଲ୍ଲା ତିନିରାଜ୍ୟ ସୀମାନ୍ତ ୧୮ ଓ ୪୯ ନମ୍ବର ଜାତୀୟ ରାଜପଥର ମିଶ୍ରଣ ସ୍ଥଳୀ ଝାରପୋଖରିଆ ଠାରେ ନିର୍ମାଣ ହୋଇଥିବା ଅର୍ଦ୍ଧନିର୍ମିତ ଓଭର ବ୍ରିଜ କାର୍ଯ୍ୟ ସମ୍ପୂର୍ଣ୍ଣ କରିବା କୁ ନେଇ ଭୂମି ପୂଜନ କଲେ ମାନ୍ୟବର କେନ୍ଦ୍ର ରାଷ୍ଟ୍ର ଜଳଶକ୍ତି ତଥା ଆଦିବାସୀ ବ୍ୟାପାର ବିଭାଗ ମନ୍ତ୍ରୀ ଶ୍ରୀ ବିଶ୍ଵେଶ୍ୱର୍ ଟୁଡୁ । ସୂଚନା ଅନୁସାରେ ବିଗତ ବର୍ଷରେ ସାଧାରଣ ଜନତା ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଥିବା ଯଥା ପ୍ରଚୁର ମାତ୍ରାରେ ଧୂଳି ଉଡିବା,ପ୍ରତ୍ୟେକ ଦିନ ଛୋଟ ବଡ଼ ଦୁର୍ଘଟଣା ଘଟି ଧନଜୀବନ ନଷ୍ଟ ହେବା ଅଞ୍ଚଳବାସୀ ଙ୍କ ମନରେ ଅସନ୍ତୋଷ ଦେଖାଦେଇଥିଲା । ତେବେ ଆଜି କେନ୍ଦ୍ର ମନ୍ତ୍ରୀ ଙ୍କ ଭୂମି ପୁଜନରେ ଅଞ୍ଚଳବାସୀ ଖୁସି ବ୍ୟକ୍ତ କରିଥିବା ସହିତ ଭାରତ ସରକାର କୁ ଧନ୍ୟବାଦ୍ ଜଣାଇଛନ୍ତି । ଠିକ୍ ସେହିପରି ମୟୂରଭଞ୍ଜ ଜିଲ୍ଲା ବିଶୋଇ ଠାରେ ଦୁଇଟି ସମସ୍ୟାକୁ ନେଇ ଦୀର୍ଘ ଦିନରୁ ବିଭିନ୍ନ ସମୟରେ ଜନ ଆସନ୍ତୋଷ ଦେଖା ଦେଇ ଥିବା ବେଳେ ଆଜି ଏକ ଗଳା ପୋଲ ସହିତ ଓଭର ଫୁଟ ଷ୍ଟେପ ନିର୍ମାଣ କୁ ନେଇ ଶିଳା ନ୍ୟାସ କରିଛନ୍ତି । ରାଜ୍ୟ ସରକାର ଠିକ୍ ସମୟରେ ଜମି ଅଧିଗ୍ରହଣ କରିପାରିଲେ ନାହିଁ ,ଯୋଉଥି ପାଇଁ କାର୍ଯ୍ୟ ହୋଇ ପାରିଲା ନାହିଁ ବୋଲି ଅଭିଯୋଗ କରିଛନ୍ତି ଶ୍ରୀ ଟୁଡୁ । ବର୍ତ୍ତମାନ ଖୁବ୍ ଶୀଘ୍ର କାମ ଆରମ୍ଭ ହେବ ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ବିଶେଶ୍ୱର ଟୁଡୁ ।
ରାଜ୍ୟ
ଅର୍ଦ୍ଧ ନିର୍ମିତ ଓଭର ବ୍ରିଜ କୁ ସଂପୂର୍ଣ୍ଣ କରିବା ପାଇଁ ଭୂମି ପୂଜନ କଲେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ।
- Hits: 233







