ରେଢ଼ାଖୋଲରୁ ରିପୋର୍ଟ ଯଶୋବନ୍ତ ସାହୁ : ସମ୍ବଲପୁର ଜଲ୍ଲା ରେଢ଼ାଖୋଲ ବିଞ୍କାପିତ ଆଞ୍ଚଳିକ ପରିଷଦ (ଏନଏସି) ଇତି ମଧ୍ୟରେ 30 ବର୍ଷ ରେ ପଦାର୍ପଣ କରିଛି l ରାମପୁର ପଞ୍ଚାୟତ ଥିବା ବେଳେ ଯେଉଁ ସମସ୍ୟା ଥିଲା ଏନଏସି ହେବାପରେ ମଧ୍ୟ ସେଥିରେ ସୁଧାର ଆସିନାହିଁ l ଏନଏସି ହେବା ପରେ ଲୋକେ ଭାବିଥିଲେ ରେଢ଼ାଖୋଲ ଅଞ୍ଚଳର ବିକାଶ ହେବ l ମାତ୍ର ଏହି ଅଞ୍ଚଳ ଏବେ ବି ବିଭିନ୍ନ ସମସ୍ୟା ରେ ବୁଡ଼ି ରହିଛି l ସରକାର ତଥା ଶାସକ ଦଳ ତରଫରୁ ରେଢ଼ାଖୋଲ ଏନଏସିକୁ ଏକ ମଡ଼େଲ ଏନଏସି ଗଠନ କରିବାକୁ ବିଭିନ୍ନ ସଭା ସମିତି ମଧ୍ୟରେ ଡ଼ିଣ୍ଡମ ପିଟୁଥିବା ବେଳେ ଅଞ୍ଚଳର ବିକାଶ ସତେ ଯେମିତି ସାତ ସପନ ହୋଇ ପଡ଼ିଛି lଅଞ୍ଚଳର ରାସ୍ତା ଘାଟ ଜଳ ଯୋଗାଣ ,ଡ଼୍ରନେଜ ବ୍ୟବସ୍ଥା ଓ ଅନାନ୍ୟ ମୌଳିକ ସୁବିଧା ସୁଯୋଗ ରେଢ଼ାଖୋଲ ଅଞ୍ଚଳ ବାସୀ ଙ୍କୁ ଉପହାସ କରୁଛି l ରାସ୍ତା ଘାଟ ଡ଼୍ରନେଜ ଅାଦି ମୈଳିକ ଅସୁବିଧାର ସୁଧାର ପାଇଁ ଏନ୍ଏସି କତ୍ତୃପକ୍ଷଙ୍କ ଉପରେ ନ୍ୟସ୍ତଥିବା ଏଥି ପ୍ରତି ଉକ୍ତ ବିଭାଗ ଆଖି ବୁଜି ଦେଇଥିବା ଅଭିଯୋଗ ହେଉଛି l
1999 ମସିହା ରେ ଗଠିତ ହୋଇଥିବା ରେଢ଼ାଖୋଲ ଏନ୍ଏସି 13 ଟି ଓ୍ୱାଡ଼ କୁ ନେଇ ଦୀର୍ଘ ବର୍ଷ ହେଲା ପରିଚାଳିତ ହେଇଆସୁଛି l ସଂପ୍ରତି ଅନେକ ଆସା ଆକାଂକ୍ଷା ନେଇ 30 ବର୍ଷ ରେ ପଦାର୍ପଣ କରିଥିବା ଏହି ଏନ୍ଏସି ବହୁଅସୁବିଧା ସମସ୍ୟା ଭିତରେ ବୁଡ଼ି ରହିଥିଲେ ମଧ୍ୟ ସମାଧାନ ହେଉ ନାହିଁ l ଏପରିକି ରାସ୍ତା ଘାଟ ଡ଼୍ରେନେଜ ବ୍ୟବସ୍ଥା ଆଦି ନଥିବା ଓ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଥିବା ଯୋଗୁ ଓ୍ୱାର୍ଡ଼ ନଂମ୍ବର 8 ର ଲୁକାପାଲି (ଗଣେଶ ନଗର)ର ମାଁ କନକ ଦେବୀ ମହିଳା ସ୍ୱୟଂ ସହାୟକ (ଏସଏଚଜି)ଗୋଷ୍ଠୀ ର ସଦସ୍ୟାମାନେ ଆଜି ସକାଳେ ରାସ୍ତା ଘାଟ ,ଡ଼୍ରେନ କଡ଼ ଆଦି ସଫାସୁତର କରିଛନ୍ତି l ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ର ସଭାପତି ଜୟନ୍ତୀ ସାହୁ ଙ୍କ ନେତୃତ୍ୱ ରେ ମହିଳା ସଦସ୍ୟା ମାନେ ସାମିଲ ହୋଇ ରାସ୍ତା ଘାଟ ଡ଼୍ରେନ ଆଦି ସଫା ସୁତରା କରିଥିଲ୍ l
ଏଥିରେ ସଦସ୍ୟା ମମି ସାହୁ,ରସିଦା ବେଗମ,ଅମ୍ବିକା ପ୍ରଧାନ,ରେଣୁକା ପ୍ରଧାନ,ଶାନ୍ତି ନାଏକ,ଜୟନ୍ତି ମହାକୁଡ଼,ରିଙ୍କି ବିଶ୍ୱାଳ,ବନବାସୀ ବିଶି, ପ୍ରମୁଖ ମହିଳା ସଦସ୍ୟା ମାନେ ସାମିଲ ହୋଇ ସଫେଇ କରିଥିଲେ l











