କେନ୍ଦ୍ରାପଡ଼ା,୧୪/୦୨(ଶାସକ ପ୍ରଶାସକ):ପ୍ରଥମେ ରାଜ୍ୟ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟରେ କେନ୍ଦ୍ରାପଡ଼ା ଜିଲ୍ଲା ମହିଳା ଫୁଟବଲ ଦଳ ଚାମ୍ପିୟନ ହେବା ପରେ ଜିଲ୍ଲାରେ ଆହୁରି ଏକ ଖୁସିର ଲହରୀ ଖେଳିଯାଇଛି ।
ରାଜ୍ୟ ସରକାରଙ୍କ କ୍ରୀଡା ଏବଂ ଯୁବସେବା ବିଭାଗ ପକ୍ଷରୁ ଶ୍ରୀ ଜଗନ୍ନାଥ କ୍ରିକେଟ ଷ୍ଟାଡିୟମ୍,ପୁରୀ ପରିସରରେ ଆୟୋଜିତ କ୍ରିକେଟ ଟୁର୍ନାମେଣ୍ଟର ଫାଇନାଲ ମ୍ୟାଚରେ କେନ୍ଦ୍ରାପଡ଼ା ଜିଲ୍ଲା ପୁରୁଷ କ୍ରିକେଟ ଦଳ, ନୟାଗଡ଼ ପୁରୁଷ କ୍ରିକେଟ ଦଳକୁ ଭେଟିଥିଲା l କେନ୍ଦ୍ରାପଡ଼ା ଜିଲ୍ଲା ପୁରୁଷ କ୍ରିକେଟ ଦଳ ନୟାଗଡ଼ ଜିଲ୍ଲା ପୁରୁଷ କ୍ରିକେଟ ଦଳକୁ ପରାସ୍ତ କରି ଚମ୍ପିୟାନ ଆଖ୍ୟା ଅର୍ଜନ କରିଛି l ପୁରସ୍କାର ବାବଦକୁ ଦୁଇ ଲକ୍ଷ ଟଙ୍କା,ପ୍ରମାଣପତ୍ର, ଟ୍ରଫି ପ୍ରାପ୍ତ ହୋଇଛି l କେନ୍ଦ୍ରାପଡ଼ା ଜିଲ୍ଲା ପୁରୁଷ କ୍ରିକେଟ ଦଳର କୃତିତ୍ୱ ପାଇଁ କେନ୍ଦ୍ରାପଡ଼ା ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୁର ବିକାଶ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ନିଲୁ ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ )ପିତାମ୍ବର ସାମଲ, ଉପଜିଲ୍ଲାପାଳ ରବିନ୍ଦ୍ର ପ୍ରଧାନ, ଗ୍ରାମ୍ୟ ଉନ୍ନୟନ ସଂସ୍ଥା ମୁଖ୍ୟ ଅଧିକାରୀ ରାଜେନ୍ଦ୍ର ପଣ୍ଡା,ଜିଲ୍ଲା କ୍ରୀଡା ଅଧିକାରୀ ଲୋକନାଥ ପାଣିଗ୍ରାହୀ ଜିଲ୍ଲା ପୁରୁଷ କ୍ରିକେଟ ଦଳର ସଫଳତା ପାଇଁ ଦଳର ସଦସ୍ୟ ମାନଙ୍କୁ ଶୁଭେଚ୍ଛା ଅଭିନନ୍ଦନ ଜଣାଇଛନ୍ତି l
ରାଜ୍ୟ
ନୂଆ ଓ ରାଜ୍ୟସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ କେନ୍ଦ୍ରାପଡ଼ା ଜିଲ୍ଲା ପୁରୁଷ କ୍ରିକେଟ ଦଳ ଚାମ୍ପିୟନ
- Hits: 206







