କେନ୍ଦ୍ରାପଡ଼ା ,୧୪/୦୨(ଶାସକ ପ୍ରଶାସକ ):ରାଜନଗର ନିର୍ବାଚନ ମଣ୍ଡଳୀର କଂଗ୍ରେସ ନେତା ଶ୍ରୀ ଅଂଶୁମାନ ମହାନ୍ତି କେନ୍ଦ୍ରାପଡ଼ା କଂଗ୍ରେସ ଦଳର ଜିଲ୍ଲା ସଭାପତି ପଦରୁ ଇସ୍ତଫା ଦେଵା ପରେ କଂଗ୍ରେସର ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେଇଛନ୍ତି।ସେ ଦୀର୍ଘଦିନ ଧରି କଂଗ୍ରେସ ଦଳରେ ରହି ଜନତାଙ୍କ ସେଵା କରିବାରେ ବ୍ରତୀ ରହିଥିଲେ ।୨୦୧୪ ମସିହାରେ ରାଜନଗର ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ଦଳରୁ ସେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ୨୦୧୯ ନିର୍ବାଚନରେ ସେ କଂଗ୍ରେସ ଦଳରୁ ଲଢି ପରାଜୟ ବରଣ କରିଥିଲେ ।ଜଣେ ଦକ୍ଷ ରାଜନୀତିଜ୍ଞ ଭାବେ କଂଗ୍ରେସର ମଙ୍ଗ ଧରିଥିଲେ ।
ଅଂଶୁମାନ କଂଗ୍ରେସରୁ ଇସ୍ତଫା ଦେଵା ପରେ କେନ୍ଦ୍ରାପଡ଼ା କଂଗ୍ରେସ ଭବନରେ ଶୋକର ଛାୟା ଖେଳିଯାଇଛି । ଖବର ପ୍ରସାରିତ ହେଵା ପରେ ବିଜେଡି ବିଜେପିରୁ ବହୁ ଶୁଭେଛୁ ତାଙ୍କ ବାସଭବନରେ ଉପସ୍ଥିତ ରହି ସ୍ଵାଗତ ଜଣାଇବା ସହ ଵିଜେଡି ବିଜେପି ବିଧାୟକ ଆଶାୟୀ ନେତାଙ୍କ ମନରେ ଛନକା ପସିଲାଣି। ଦଳଗତ ନିର୍ଵିଶେଷରେ ଅଂଶୁମାନଙ୍କ ପ୍ରତି ଲୋକମାନଙ୍କର ସମର୍ଥନ ଭଲପାଇବା କ୍ରମସ ଵୃଦ୍ଧି ପାଉଥିବା ବେଳେ ଆଜି ଶତାଧିକ ଆଗଧାଡିର ବିଜେଡି କର୍ମୀ ଅଂଶୁମାନଙ୍କୁ ସ୍ବାଗତ ଜଣାଇବାକୁ ଭୂଵନେଶ୍ବର ଯାଉଥିବା ଚର୍ଚ୍ଚା ଜୋର ଧରିଛି , ହେଲେ ବିଜେପିର କିଛି କର୍ମୀ ଭୂଵନେଶ୍ବର ଯାଇ ଅଂଶୁମାନଙ୍କୁ ଭେଟିବାକୁ ଆଗ୍ରହ ସହ ସଜବାଜ ହେଉଥିବା ଜଣାପଡିଛି । ଅପର ପକ୍ଷରେ କଂଗ୍ରେସ ନେତା ଗଣେଶ୍ୱର ବେହେରା ଓ ଶରତ କୁମାର କହିଛନ୍ତି ବିଜେଡି ଓ ବିଜେପିର ବରିଷ୍ଠ ନେତା ମାନେ କଂଗ୍ରେସରେ ସାମିଲ ହେଉଛନ୍ତି ,ଏଥିରେ କୌଣସି ଦଳକୁ କ୍ଷତି ପହଞ୍ଚାଇବ ନାହିଁ ।ଆହୁରି ମଧ୍ୟ ଦକ୍ଷ ରାଜନୀତିଜ୍ଞ କଂଗ୍ରେସ ଦଳରେ ସାମିଲ ହେବେ ବୋଲି ସେ କହିଥିଲେ।
ରାଜ୍ୟ
କଂଗ୍ରେସ ଦଳରୁ ଇସ୍ତଫା ଦେଲେ ରାଜନଗର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଅଂଶୁମାନ
- Hits: 240







