ହେଡଲାଇନସ୍:

ନୂଆ ଓ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟରେ କେନ୍ଦ୍ରାପଡ଼ା ଜିଲ୍ଲା ମହିଳା ଫୁଟବଲ ଦଳ ଚାମ୍ପିୟନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କେନ୍ଦ୍ରାପଡ଼ା,୧୪/୦୨(ଶାସକ ପ୍ରଶାସକ): ନୂଆ ଓ ରାଜ୍ୟସ୍ତରୀୟ ଫୁଟବଲ  ଟୁର୍ଣ୍ଣାମେଣ୍ଟରେ କେନ୍ଦ୍ରାପଡ଼ା ଜିଲ୍ଲା ମହିଳା ଫୁଟବଲ ଦଳ ଚାମ୍ପିୟନ ହୋଇଛି l ରାଜ୍ୟ ସରକାରଙ୍କ କ୍ରୀଡା ଏବଂ ଯୁବସେବା ବିଭାଗ ପକ୍ଷରୁ ଭୁବନେଶ୍ୱର ଫୁଟବଲ ଏକାଡେମୀ ପରିସରରେ ଆୟୋଜିତ ଏହି ଟୁର୍ନାମେଣ୍ଟର ଫାଇନାଲ ମ୍ୟାଚରେ କେନ୍ଦ୍ରାପଡ଼ା ମହିଳା ଦଳ, ସୁନ୍ଦରଗଡ଼ ମହିଳା ଦଳକୁ ଭେଟିଥିଲା l ନିର୍ଦ୍ଧାରିତ ସମୟ ମଧ୍ୟରେ ଉଭୟ ଦଳ କେହି କାହାକୁ ଗୋଲ ଦେଇ ନ ପାରିବାରୁ ଟାଇବ୍ରେକର ସାହାଯ୍ୟ ନିଆଯାଇଥିଲା l ଟାଇ ବ୍ରେକରରେ କେନ୍ଦ୍ରାପଡ଼ା ଜିଲ୍ଲା ମହିଳା ଫୁଟବଲ ଦଳ ୪-୩ ଗୋଲ ବ୍ୟବଧାନରେ ସୁନ୍ଦରଗଡ଼ ଜିଲ୍ଲା ମହିଳା ଦଳକୁ ପରାସ୍ତ କରି ଚମ୍ପିୟାନ ଆଖ୍ୟା ଅର୍ଜନ କରିଛି l ପୁରସ୍କାର ବାବଦକୁ ଦୁଇ ଲକ୍ଷ ଟଙ୍କା,ପ୍ରମାଣପତ୍ର, ଟ୍ରଫି ପ୍ରାପ୍ତ ହୋଇଛି l କେନ୍ଦ୍ରାପଡ଼ା ଜିଲ୍ଲା ମହିଳା ଦଳର କୃତିତ୍ୱ ପାଇଁ କେନ୍ଦ୍ରାପଡ଼ା ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୁର ବିକାଶ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ନିଲୁ ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ )ପିତାମ୍ବର ସାମଲ, ଉପଜିଲ୍ଲାପାଳ ରବିନ୍ଦ୍ର ପ୍ରଧାନ, ଗ୍ରାମ୍ୟ ଉନ୍ନୟନ ସଂସ୍ଥା ମୁଖ୍ୟ ଅଧିକାରୀ ରାଜେନ୍ଦ୍ର ପଣ୍ଡା,ଜିଲ୍ଲା କ୍ରୀଡା ଅଧିକାରୀ ଲୋକନାଥ ପାଣିଗ୍ରାହୀ ଜିଲ୍ଲା ମହିଳା ଫୁଟବଲ ଦଳର ସଫଳତା ପାଇଁ ଦଳର ସଦସ୍ୟା ମାନଙ୍କୁ ଶୁଭେଚ୍ଛା ଅଭିନନ୍ଦନ ଜଣାଇଛନ୍ତି l

0
0
0
s2sdefault