ହେଡଲାଇନସ୍:

ଜେଇଇ ମେନ୍ସ ପ୍ରଥମ ପର୍ଯ୍ୟାୟରେ ସେଞ୍ଚୁରୀୟନ୍ ପବ୍ଲିକ ସ୍କୁଲର ସଫଳତା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହର ସ୍ଥିତ ସେଞ୍ଚୁରୀୟନ୍ ପବ୍ଲିକ ସ୍କୁଲର ସଫଳତା ଫର୍ଦ୍ଦରେ ଆଉ ଏକ ବିରାଟ ସଫଳତାର ଫର୍ଦ୍ଦ ଯୋଡ଼ି ହୋଇଯାଇଛି।
ଗତ ଜାନୁଆରୀ ମାସରେ ଆୟୋଜିତ ହୋଇଥ‌ିବା ଜେଇଇ ମେନ୍ସ ପ୍ରଥମ ପର୍ଯ୍ୟାୟର ପରୀକ୍ଷା ଫଳ ମଙ୍ଗଳବାର ଦିନ ପ୍ରକାଶିତ ହୋଇଛି। ଏଥିରେ ସ୍କୁଲର ଦ୍ବାଦଶ ଶ୍ରେଣୀର ଛାତ୍ର ଶ୍ରୀ ସାଇ ଶ୍ରୀନିବାସ ପଣ୍ଡା ୯୬.୪ ପ୍ରତିଶତ ହାସଲ କରିଥିବା ବେଳେ ତନିଶା ପାତ୍ର ୯୨.୫ , ରାହୁଲ ଗୌଡ଼ ୯୨.୨ , ସମାନ୍ତର ମୈତ୍ରା ୮୭.୫ , ଜାହ୍ନବୀ ୮୫.୪ ଓ ପ୍ରବୀର ଲିମା ୮୫.୨ ଶିବ ବିଶ୍ବାଳ ୮୧.୫ , କେ. ରାଜେନ୍ଦ୍ର ୭୮.୯ ପ୍ରତିଶତ ହାସଲ କରିଛନ୍ତି। ଯାହାକି ସ୍କୁଲ ପାଇଁ ଗର୍ବ ଓ ଗୌରବର ମୁହୂର୍ତ୍ତ ଅଟେ। ଛାତ୍ରଛାତ୍ରୀଙ୍କ ଏହି ସଫଳତାରେ ସ୍କୁଲରେ ଖୁସିର ଲହରୀ ଖେଳି ଯାଇଛି। ଅକ୍ଲାନ୍ତ ପରିଶ୍ରମ କରି ସଫଳତା କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ସେଞ୍ଚୁରୀୟନ୍ ପବ୍ଲିକ ସ୍କୁଲର ଉପାଧ୍ୟକ୍ଷ ପ୍ରୋଫେସର ଡି. ଏନ୍. ରାଓ , ଅଧ୍ଯକ୍ଷା ଶ୍ରୀମତୀ ସୁନୀତା ପାଣିଗ୍ରାହୀ , ଆଞ୍ଚଳିକ ନିର୍ଦ୍ଦେଶକ ଶ୍ରୀ ସମ୍ବିତ ପାତ୍ର , ପ୍ରଶାସନ ଅଧିକାରୀ ଶ୍ରୀ ପ୍ରଦୀପ କୁମାର ପଣ୍ଡା ଓ ସ୍କୁଲର ସମସ୍ତ ଶିକ୍ଷକ , ଶିକ୍ଷୟିତ୍ରୀ ଓ କର୍ମଚାରୀ ମାନେ ସଫଳତା ପ୍ରାପ୍ତ ଛାତ୍ରଛାତ୍ରୀମାନଙ୍କୁ ଅଭିବାଦନ ଜଣାଇବା ସହ ସେମାନଙ୍କର ଉଜ୍ଜ୍ଵଳ ଭବିଷ୍ୟତ ନିମନ୍ତେ କାମନା କଲେ।

0
0
0
s2sdefault