ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-,ଗାଙ୍ଗପୁର ଥାନା ଅନ୍ତର୍ଗତ ମୁନିଗାଡ଼ି ପଂଚାୟତ ବନ୍ଥପଲ୍ଲୀ ସ୍ଥିତ ହନୁମାନ ମନ୍ଦିରର ପ୍ରତିଷ୍ଠାର ପ୍ରଥମ ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି I ଏହି ଅବସରରେ ଗ୍ରାମରେ ଦିନ ତମାମ ସ୍ଵତନ୍ତ୍ର ପୂଜାପାଠ,ହନୁମାନ ଚାଳିଶା ପାଠ, ହୋମଯଜ୍ଞ,ଭଜନ,ସଂକୀର୍ତ୍ତନ, ନଗର ଭ୍ରମଣ ଏବଂ ପ୍ରସାଦ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମକୁ ଗ୍ରାମର ବିଶିଷ୍ଟ ବ୍ୟକ୍ତି ରାଜ କିଶୋର ଗୌଡ଼ ଶୁଭାରମ୍ଭ କରିଥିବା ବେଳେ ଶରତ ଚନ୍ଦ୍ର ମହାନ୍ତି, କୃଷ୍ଣ ଚନ୍ଦ୍ର ମହାନ୍ତି,ବାଜିରାମ୍ ବେହେରା ,ଶ୍ୟାମସୁନ୍ଦରପୁର ଗୌଡ଼ ,ବିପ୍ର ଗୌଡ,ତ୍ରୀପତୀ ପାତ୍ର , ପ୍ରଫୁଲ୍ଲ ସାବତ , ବିରୋଜ ସାବତ,ଅବସରପ୍ରାପ୍ତ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ରାଜ୍ କିଶୋର ମହାନ୍ତି,ଅବସରପ୍ରାପ୍ତ ଶିକ୍ଷକ ବାଳକୃଷ୍ଣ ସାବତ,ଅକ୍ଷୟ ମହାନ୍ତି,ମୃତ୍ୟୁଞ୍ଜୟ ପlତ୍ର ,ଭଗବାନ ଗୌଡ,ବିଜୟ ଗୌଡ଼ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ I ସମସ୍ତ ଗ୍ରାମବାସୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ I
ରାଜ୍ୟ
ବନ୍ଥପଲ୍ଲୀରେ ହନୁମାନ ମନ୍ଦିର ପ୍ରତିଷ୍ଠାର ପ୍ରଥମ ବାର୍ଷିକ ଉତ୍ସବ
- Hits: 299







