ଡେରାବିଶ,୧୪/୦୨(ଶାସକ ପ୍ରଶାସକ): ଡେରାବିଶ ବ୍ଲକ ଅନ୍ତର୍ଗତ ନହଙ୍ଗ, ବେଣିପୁର ଓ ରଘୁଦେଇପୁର ପଞ୍ଚାୟତରେ ସୋମବାର ଦିନ ଆମ" ଓଡ଼ିଶା ନବୀନ ଓଡ଼ିଶା" କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଗ୍ରାମୀଣ ବିକାଶ ତଥା ସାଂସ୍କୃତିକ ଐତିହ୍ୟ ପାଇଁ ଓଡ଼ିଶା କ୍ୟାବିନେଟ୍ ୪୦୦୦କୋଟି ଟଙ୍କା "ଆମ ଓଡ଼ିଶା ନବୀନ ଓଡ଼ିଶା" ଯୋଜନା ଅନୁମୋଦନ ପାଇଛି । ପଞ୍ଚାୟତ ତଥା ଗ୍ରାମର ବିକାଶ ପାଇଁ ୫୦ଲକ୍ଷ ଟଙ୍କା ଲେଖାଏଁ ପ୍ରତି ପଞ୍ଚାୟତକୁ ଅନୁମୋଦିତ ହୋଇଛି । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା,ମୁଖ୍ୟମନ୍ତ୍ରୀ ସ୍ଵତନ୍ତ୍ର ସହାୟତା ଯୋଜନା,କାଳିଆ ଯୋଜନା,ସାମାଜିକ ସୁରକ୍ଷା ଭତ୍ତା,ମିଶନ ଶକ୍ତି,ରେଶନ କାର୍ଡ,ମମତା ଯୋଜନା,ଆମ ବ୍ୟାଙ୍କ ଓ ଲକ୍ଷ୍ମୀ ଯୋଜନା ଗୁଡିକ ମାଧ୍ୟମରେ ଜନ ସାଧାରଣ ଲାଭାନ୍ୱିତ ହୋଇପାରିଛନ୍ତି ।ଓଡ଼ିଶାର ସାମଗ୍ରିକ ବିକାଶ ପାଇଁ 'ଆମ ଓଡ଼ିଶା ନବୀନ ଓଡ଼ିଶା' ତଥା ଶଶକ୍ତ ଓଡ଼ିଶା ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ଜନସାଧାରଣଙ୍କୁ ସଚେତନତା ବାର୍ତ୍ତା ପହଞ୍ଚାଇବା ସରକାରଙ୍କ ଏକ ପ୍ରାୟୋଜିତ କାର୍ଯ୍ୟକ୍ରମ । ଆଜିର ଏହି କାର୍ଯ୍ୟକ୍ରମରେ, ୫ଟି ଯୋଜନା ମାଧ୍ୟମରେ ସନାତନୀ ମଠ, ମନ୍ଦିର, ମସଜିଦ, ସ୍କୁଲ, କଲେଜ, ମିଶନ ଶକ୍ତି ଗୃହ ପ୍ରଭୃତିର ବିକାଶ ମୂଳକ କାର୍ଯ୍ୟ ଓଡ଼ିଶା ସରକାର ହାତକୁ ନେଇ ଏକ ସମୃଦ୍ଧ ଓ ଶଶକ୍ତ ଓଡ଼ିଶା ଗଠନ ଦିଗରେ ନିରନ୍ତର ଉଦ୍ୟମ ଜାରି ରଖିଥିବା କଥା ବିଡ଼ିଓ ଦାଶରଥି ଜେନା ଆଲୋଚନା ଚକ୍ରରେ ମତ ବ୍ୟକ୍ତ କରିଥିଲେ ।
ଆଜିର ଏହି କାର୍ଯ୍ୟକ୍ରମରେ ନହଙ୍ଗ ପଞ୍ଚାୟତର ସରପଞ୍ଚ ବିଳାସିନୀ ସେଠୀ, ସମିତି ସଭ୍ୟ କୃତିବାସ ସେଠୀ, ପରିଚାଳକ ତଥା ପଞ୍ଚାୟତ ନିର୍ବାହୀ ଅଧିକାରୀ ଆଦିତ୍ୟ ନାରାୟଣ ରାଉତ, ସମିତି ସଭ୍ୟ ଲକ୍ଷ୍ମୀ ପ୍ରିୟା ସେଠୀ, ନାୟବ ସରପଞ୍ଚ ଦୋଳ ଗୋବିନ୍ଦ ମଲ୍ଲିକ, ବେଣିପୁର ପଞ୍ଚାୟତର ସରପଞ୍ଚ ମୋହନୀ ଚରଣ ସାହୁ, ସମିତି ସଭ୍ୟ କବିତା ସେଠୀ, ମଞ୍ଚ ସଂଯୋଜକ ସୁଦୀପ୍ତ ସାମଲ, ପଞ୍ଚାୟତ ନିର୍ବାହୀ ଅଧିକାରିଣୀ ତିଳୋତ୍ତମା ରାଉତ, ଜିଆରଏସ ନମିତା ପଣ୍ଡା, ଚିନ୍ମୟ ସାହୁ, ପ୍ରଦୀପ୍ତ ସାମଲ, ସୁବାସ ଘଡେ଼ଇ
ମୁଖ୍ୟ ଅତିଥି ଡେରାବିଶ ବ୍ଲକ ଚେୟାରମାନ ପ୍ରଭାତୀ ମଲ୍ଲିକ, ସରୋଜ ସାହୁ, ରଘୁଦେଇପୁର ପଞ୍ଚାୟତର ସରପଞ୍ଚ ଭକ୍ତିଲତା ନାୟକ, ସମିତି ସଭ୍ୟ ମୋନାଲିସା ମଲ୍ଲିକ, ଜିଆର ଏସ ଦିପ୍ତିରଞ୍ଜନ ପାତ୍ର, ପଞ୍ଚାୟତ ନିର୍ବାହୀ ଅଧିକାରୀ ମାନସ ରଞ୍ଜନ ମଲ୍ଲିକ, ମଞ୍ଚ ପରିଚାଳକ ସରୋଜ ଶଣ୍ଢ, ରମାକାନ୍ତ ମଲ୍ଲିକ, ପ୍ରସନ୍ନ ନାୟକ, ମହେଶ୍ୱର ସାହୁ, ଶୁଭ ପ୍ରକାଶ, ପଞ୍ଚାୟତର ସମସ୍ତ ୱାର୍ଡ ମେମ୍ବର ,ଏମ୍ବିକେ, ସିଆର୍ପି,ମୁଖ୍ୟ ଅତିଥି ଭାବେ ଗୀତା ସେଠୀ,ଡେରାବିଶ ବ୍ଲକର ବିଡ଼ିଓ ଦାଶରଥି ଜେନା, ଏବିଡ଼ିଓ ଭଞ୍ଜ କିଶୋର ନାୟକ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।
ରାଜ୍ୟ
ପଞ୍ଚାୟତ ସ୍ତରୀୟ "ଆମ ଓଡ଼ିଶା ନବୀନ ଓଡ଼ିଶା "ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
- Hits: 285







