ହେଡଲାଇନସ୍:

ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣି ; ୧୬୦ ଅଭିଯୋଗରୁ ୮୭ଟି ତତ୍କାଳ ସମାଧାନ l

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 (ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ନିଶ୍ଚିନ୍ତକୋଇଲି ବ୍ଳକ ସମ୍ମିଳନୀ କକ୍ଷରେ ନୂତନ ଭାବେ ଯୋଗଦାନ କରିଥିବା କଟକ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ସୋମବାର ଜନ ଅଭିଯୋଗ ଶୁଣାଣି କରିଥିଲେ । ବିଡ଼ିଓ ଧର୍ମରଂଜନ ପଣ୍ଡାଙ୍କ ପୌରହିତ୍ୟରେ ବିଭିନ୍ନ ପଞ୍ଚାୟତରୁ ମୋଟ ୧୬୦ ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲାl ସେଥି ମଧ୍ୟରୁ ବ୍ୟକ୍ତିଗତ ଭାବେ ୧୫୭ଟି ଅଭିଯୋଗ ହୋଇଥିଲା ବେଳେ ତିନୋଟି ସାମୂହିକ ଅଭିଯୋଗ କରାଯାଇଥିଲା l ଶିବିରରେ ମୋଟ ୮୭ଟି ଅଭିଯୋଗକୁ ଜିଲ୍ଲାପାଳ ତତକାଳ ସମାଧାନ କରିଥିଲେ । ଦୁଇ ଜଣଙ୍କୁ ୫ହଜାର ଟଙ୍କା ଲେଖାଏଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ସହାୟତା ଯୋଗାଇ ଦିଆଯାଇଥିଲା ବେଳେ ୪ଟି ଭିନ୍ନକ୍ଷମ ଙ୍କୁ ଓ ଜଣେ ବୃଦ୍ଧଙ୍କୁ ତତ୍କାଳ ଭତ୍ତା ପ୍ରଦାନ କରାଯାଇଥିଲା । ଜିଲ୍ଲାପାଳଙ୍କ ସହିତ ବ୍ଲକ ଅଧକ୍ଷା ରୋଜି ସେଠୀ, ଉପାଧକ୍ଷ ଅଶୋକ କୁମାର ଓଝା, ସିଡ଼ିପିଓ ସତ୍ୟଭାମା ବିଶୋଇ, ବିଇଓ ଲକ୍ଷେହୀରା ଲାବଣ୍ୟବତୀ ବେହେରା, ତହସିଲଦାର ଦିଲ୍ଲୀପ ନାୟକ ଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ଯୋଗ ଦେଇ ଅଭିଯୋଗ ଗୁଡ଼ିକର ସମାଧାନ କରିବାର ବ୍ୟବସ୍ଥା କରିଥିଲେ । ଏହି ଶିବିରରେ ଗ୍ରାମାଞ୍ଚଳ ଏସପି ମିହିର କୁମାର ପଣ୍ଡା, ପିଡ଼ି ସୁବାଷ ଚନ୍ଦ୍ର ନାୟକ, ଏଡ଼ିଏମ୍ ଶିବ ଟପୋ, ଉପଜିଲ୍ଲାପାଳ କମଳଜିତ୍ ଦାସ, ଜିଲ୍ଲା ଚିକିତ୍ସା ଅଧିକାରୀ ମକରାନନ୍ଦ ବେହୁରା, ଜିଲ୍ଲା ମତ୍ସ୍ୟ ଅଧୁକାରୀ ବବିତା ମହନ୍ତ, ଜିଲ୍ଲା କୃଷି ଅଧିକାରୀ ଅଶୋକ କର, ଜିଲ୍ଲା ଶିକ୍ଷା ଅଧିକାରୀ କୃଷ୍ଣଚନ୍ଦ୍ର ନାୟକ, ସହକାରୀ ଜିଲ୍ଲା ଯୋଗାଣ ନିରୀକ୍ଷକ ସୁଶାନ୍ତ ମିଶ୍ର,ଏଲଡ଼ିଏମ୍ ରାଜେଶ ବେହେରା, ଡ୍ରେନେଜ ସହକାରୀ ନିର୍ବାହୀ ଯନ୍ତ୍ରୀ ସତ୍ୟରଂଜନ ନନ୍ଦ, ଜିଲ୍ଲା ନିୟୋଜନ ଅଧିକାରୀ କୃଷ୍ଣଚନ୍ଦ୍ର ସାହୁ, ଜିଲ୍ଲା ଶ୍ରମ ଅଧିକାରୀ ପ୍ରସନ୍ନ କୁମାର ପ୍ରଧାନ, ଉଦ୍ୟାନ ବିଭାଗ ଅଧିକାରୀ ଜୟନ୍ତ କୁମାର ନାୟକ, ଜିଲ୍ଲା ସହକାରୀ ସାମାଜିକ ଓ ଜନକଲ୍ୟାଣ ଅଧିକାରୀ ବବିତା ଜେନା, ଜିଲ୍ଲା ଜନକଲ୍ୟାଣ ଅଧିକାରୀ ଗୀତାଂଶୁ ଦାସ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ମନୋଜ ରଥ ଙ୍କ ସମେତ ବହୁ ଜିଲ୍ଲା ସ୍ତରୀୟ ଅଧିକାରୀ ଗଣ ଯୋଗ ଦେଇ ଶୃଙ୍ଖଳିତ ଭାବେ ଶିବିର ପରିଚାଳନା କରିଥିଲେ ।

0
0
0
s2sdefault